Advertisment

ବିଶ୍ୱକପ ୨୦୨୩: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ବିଶ୍ୱକପ୍ ୪୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ନେଦରଲ୍ୟାଣ୍ଡ୍ସ।

ଅଦ୍ୟତନ ହୋଇଛି
Ind & Ned Captain

Ind & Ned Captain

Advertisment

ବିଶ୍ୱକପ୍ ୪୫ତମ ମ୍ୟାଚରେ ଆଜି ଭାରତ-ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଟକ୍କର। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍ ଜିତି ୯-୦ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ। 

Advertisment

ଦିନ ୨ଟାରେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହେବ। ଭାରତ ସ୍କ୍ୱାର୍ଡରେ କୌଣସି ପରିବର୍ତ୍ତନ କରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଥିବା ପ୍ଲେଇଂ ଇଲେଭେନ୍ ମଧ୍ୟ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ନେଦରଲ୍ୟାଣ୍ଡ ମଧ୍ୟ ସମାନ ପ୍ଲେଇଂ ଇଲେଭେନ୍ ରଖିଛି।

Advertisment

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଆସିଛି। ଆଜିର ମ୍ୟାଚକୁ କବଜା କରି ନବମ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ, ନେଦରଲ୍ୟାଣ୍ଡ୍ସ ୮ ମ୍ୟାଚ୍ ଖେଳି ସେମିଫାଇନାଲ ରେସରୁ ବାଦ୍ ପଡିଛି।

ଆସନ୍ତା ୧୫ ଓ ୧୬ରେ ସେମିଫାଇନାଲ୍ ମ୍ୟାଚ୍ ରହିଛି। ପ୍ରଥମ ସେମିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଓ ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରହିଛି। ପ୍ରଥମ ଓ ଦ୍ୱିତୀୟ ସେମି ବିଜେତା ୧୯ ନଭେମ୍ବରରେ ମୁହାଁମୁହିଁ ହେବେ।

Ind Vs NED Cricket CWC 2023 ICC World Cup Sports Cricket World Cup ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe