Advertisment

ନ୍ୟୁଜିଲ୍ୟାଣ୍ଡକୁ ଚେତାବନୀ ଦେଲେ ଅଖତର, କହିଲେ ଯଦି ହାରିବ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ତା’ର ଶେଷ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ରବିବାର ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମ୍ୟାଚ୍ ଉପରେ ଭାରତୀୟ ଫ୍ୟାନଙ୍କର ସବୁଠାରୁ ଅଧିକ ନଜର ରହିଛି। ଆଫଗାନିସ୍ତାନ ଯଦି ବିପର୍ଯ୍ୟୟ ଘଟାଇବାରେ ସଫଳ ହୁଏ, ତାହେଲେ ଭାରତୀୟ ଟିମର ସେମିଫାଇନାଲ୍ ଆଶା ବଢ଼ିଯିବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଯଦି ମୁକାବିଲା ଜିତିଯାଏ, ତାହେଲେ ବିରାଟ୍ କୋହଲିଙ୍କ ଟିମର ବିଶ୍ୱକପ୍ ଯାତ୍ରା ଶେଷ ହୋଇଯିବ। ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁଥିବା ଏହି […]

ଅଦ୍ୟତନ ହୋଇଛି
ନ୍ୟୁଜିଲ୍ୟାଣ୍ଡକୁ ଚେତାବନୀ ଦେଲେ ଅଖତର, କହିଲେ ଯଦି ହାରିବ…

shoaib-akhtar

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ତା'ର ଶେଷ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ରବିବାର ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମ୍ୟାଚ୍ ଉପରେ ଭାରତୀୟ ଫ୍ୟାନଙ୍କର ସବୁଠାରୁ ଅଧିକ ନଜର ରହିଛି। ଆଫଗାନିସ୍ତାନ ଯଦି ବିପର୍ଯ୍ୟୟ ଘଟାଇବାରେ ସଫଳ ହୁଏ, ତାହେଲେ ଭାରତୀୟ ଟିମର ସେମିଫାଇନାଲ୍ ଆଶା ବଢ଼ିଯିବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଯଦି ମୁକାବିଲା ଜିତିଯାଏ, ତାହେଲେ ବିରାଟ୍ କୋହଲିଙ୍କ ଟିମର ବିଶ୍ୱକପ୍ ଯାତ୍ରା ଶେଷ ହୋଇଯିବ।

Advertisment

ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁଥିବା ଏହି ମ୍ୟାଚକୁ ନେଇ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଏହି ମୁକାବିଲାକୁ ନେଇ ବଡ଼ ବୟାନ ଦେଇଛନ୍ତି। ଅଖତର କହିଛନ୍ତି ଯେ ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମୁକାବିଲା ହାରିଯାଏ, ତାହେଲେ ଅନେକ ପ୍ରଶ୍ନ ଉଠିବ। ଏଭଳି ସ୍ଥିତିରେ ସୋଶାଲ ମିଡିଆକୁ ରୋକି ହେବ ନାହିଁ।

ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଭଗବାନ ନକରନ୍ତୁ ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଯିବ, ତାହେଲେ ବହୁତ ପ୍ରଶ୍ନ ଉଠିବ। ଏଥିପାଇଁ ମୁଁ ସତର୍କ କରାଇ ଦେଉଛି। ମୋତେ ଡର ଲାଗୁଛି ଯେ କାଳେ ଏହା ଟ୍ରେଣ୍ଡିଂ ବିଷୟବସ୍ତୁ ପାଲଟି ଯିବନି ତ? ମୁଁ କୌଣସି ବିବାଦରେ ପଡ଼ିବାକୁ ଚାହୁଁନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ନ୍ୟୁଜିଲ୍ୟାଣ୍ଡକୁ ନେଇ ପାକିସ୍ତାନର ଭାବନା ବହୁତ ଅଧିକ ରହିଛି।

Advertisment

ଅଖତର କହିଛନ୍ତି, ମୁଁ ଜାଣିଛି ନ୍ୟୁଜିଲ୍ୟାଣ୍ଡ ଏକ ମଜଭୁତ୍ ଟିମ୍, ଯିଏ ଆଫଗାନିସ୍ତାନକୁ ସହଜରେ ହରାଇ ପାରିବ। ଯଦି ସେମାନେ ଭଲ ପ୍ରଦର୍ଶନ ନକରନ୍ତି, ତାହେଲେ ବଡ଼ ସମସ୍ୟା ସୃଷ୍ଟି ହେବ। ସୋଶାଲ ମିଡିଆକୁ କେହି ରୋକିପାରିବେ ନାହିଁ। ଭାରତର କମବ୍ୟାକ୍ ଦ୍ୱାରା ଟୁର୍ଣ୍ଣାମେଣ୍ଟରେ ନୂଆ ଜୀବନ ପଶିଛି। ପୁଣିଥରେ ଭାରତ ଓ ପାକିସ୍ତାନ ହେଉ ବୋଲି ପୂରା ଦୁନିଆ ଚାହୁଁଛି। ମୁଁ ମଧ୍ୟ ଅନ୍ୟମାନଙ୍କ ମଧ୍ୟ ଭାରତ ଓ ପାକିସ୍ତାନ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଚାହେଁ। ଏହା କ୍ରିକେଟର, ଯୁବ ଓ ଉଭୟ ଦେଶ ପାଇଁ ଭଲ ହେବ। ଯଦି ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼େ, ତାହେଲେ ଏହା ସେମାନଙ୍କୁ ବହୁତ କଷ୍ଟ ଦେବ। ଭାରତ ଭଲ ଖେଳିଲା, କିନ୍ତୁ ବିଳମ୍ବରେ ଖେଳିଲା। ଆଗକୁ କ'ଣ ହେବ ଦେଖିବାକୁ ବାକି ରହିଲା।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe