‘ଭାରତଠୁ ହାରିଲେ ପାକିସ୍ତାନର ସେମିଫାଇନାଲ୍ ବାଟ ବନ୍ଦ’

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ମ୍ୟାଚ୍ ରବିବାର ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ କେହି ଭାରତୀୟ ଟିମକୁ ହଟ୍ ଫେବରିଟ୍ କହୁଛି, କିଏ ପାକିସ୍ତାନ ଉପରେ ବେଟିଂ ଲଗାଇଛନ୍ତି। ଏହି ମହାମୁକାବିଲାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ବ୍ରାଡ୍ ହଗ୍ ନିଜ ମତ ରଖିଛନ୍ତି। ତାଙ୍କ ମତରେ ଯଦି ପାକିସ୍ତାନ […]

pakistan-cricket

Ranjit Kumar Jena
  • Published: Thursday, 21 October 2021
  • , Updated: 21 October 2021, 08:29 PM IST

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ମ୍ୟାଚ୍ ରବିବାର ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ କେହି ଭାରତୀୟ ଟିମକୁ ହଟ୍ ଫେବରିଟ୍ କହୁଛି, କିଏ ପାକିସ୍ତାନ ଉପରେ ବେଟିଂ ଲଗାଇଛନ୍ତି। ଏହି ମହାମୁକାବିଲାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ବ୍ରାଡ୍ ହଗ୍ ନିଜ ମତ ରଖିଛନ୍ତି। ତାଙ୍କ ମତରେ ଯଦି ପାକିସ୍ତାନ ଏହି ମ୍ୟାଚରେ ଭାରତ ଠାରୁ ହାରିଯାଏ, ତାହେଲେ ହୁଏ ଟିମ୍ ସେମିଫାଇନାଲରେ ପହଞ୍ଚିପାରିବ ନାହିଁ। ସେହିପରି ହଗ୍ ନିଜର ୪ ସେମିଫାଇନାଲିଷ୍ଟର ନାଁ ମଧ୍ୟ ଘୋଷଣା କରିଛନ୍ତି।

ଭାରତର ପୂର୍ବତନ କ୍ରିକେଟର୍ ଦୀପ ଦାସଗୁପ୍ତାଙ୍କ ସହ ଆଲୋଚନା ବେଳେ ହଗ୍ କହିଛନ୍ତି, ଯଦି ପାକିସ୍ତାନ ଟିମ୍ ତା’ର ପ୍ରଥମ ମ୍ୟାଚରେ ହାରିଯାଏ, ତାହେଲେ ସେମାନେ ସେମିଫାଇନାଲରେ ପହଞ୍ଚିପାରିବେ ନାହିଁ। କାରଣ ଭାରତ ବିପକ୍ଷ ମ୍ୟାଚ୍ ପରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଆଉ ଏହି ମୁକାବିଲା ଖୁବ୍ ସଂଘର୍ଷପୂର୍ଣ୍ଣ ହେବ।

ହଗ୍ ନିଜ ଜାତୀୟ ଟିମ୍ ଅଷ୍ଟ୍ରେଲିଆକୁ ସେମିଫାଇନାଲ୍ ଦାବିଦାର ବିବେଚିତ କରିନାହାନ୍ତି। ତାଙ୍କ ମତରେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ସେମିଫାଇନାଲର ବଡ଼ ଦାବିଦାର। ତେବେ ହଗ୍ ପାକିସ୍ତାନକୁ ମଧ୍ୟ ସେମିଫାଇନାଲ୍ ଦାବିଦାର ବୋଲି କହିଛନ୍ତି। ତା’ ପୁଣି ଭାରତକୁ ହରାଇଲେ ପାକିସ୍ତାନ ସେମିକୁ ଯାଇପାରିବ ବୋଲି ହଗ୍ କହିଛନ୍ତି। ହଗ୍ ଭାରତକୁ ମଧ୍ୟ ସେମିଫାଇନାଲିଷ୍ଟ ଭାବେ ଭବିଷ୍ୟବାଣୀ କରିଛନ୍ତି।

ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ବହୁତ ଖରାପ ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ କେବେବି ଭାରତ ବିପକ୍ଷରେ ବିଜୟ ଲାଭ କରିପାରିନାହିଁ। ଉଭୟ ଦଳ ମଧ୍ୟ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳାଯାଇଛି, ଯେଉଁଥିରେ ସବୁଯାକ ମ୍ୟାଚ୍ ଭାରତ ଜିତିଛି। ସୁପର-୧୨ ମୁକାବିଲାରେ ସବୁ ଦଳ ୫ଟି ଲେଖାଏ ମ୍ୟାଚ୍ ଖେଳିବେ ଏବଂ ଉଭୟ ଗ୍ରୁପର ଟପ୍ ଦୁଇ ଟିମ୍ ସେମିଫାଇନାଲ୍ ଟିକେଟ୍ କାଟିବେ।

ଭାରତ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଜିତି ଜବରଦସ୍ତ ପ୍ରସ୍ତୁତି କରିଛି। ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଏବଂ ପରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଥମ ୱାର୍ମଅପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। କିନ୍ତୁ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିଲା। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୱାର୍ମଅପ ମ୍ୟାଚରେ ଗୋଟିଏ ଲେଖାଏ ବିଜୟ ହାସଲ କରିଛନ୍ତି।

Related story