Advertisment

ବିଶ୍ୱକପରେ ଭାରତ-ପାକିସ୍ତାନ ପାଇଁ ସ୍ୱତନ୍ତ୍ର ନିୟମ

ସେହିପରି ପାକିସ୍ତାନ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୬ରେ ଆରମ୍ଭ କରିବ। ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦୁଇ ଦଳ ବିପକ୍ଷରେ ପାକିସ୍ତାନ ଅକ୍ଟୋବର ୬ ଓ ଅକ୍ଟୋବର ୧୨ରେ ମ୍ୟାଚ୍‌ ଖେଳିବ। ଏହି ଦୁଇ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯିବ।

PCB

PCB

Advertisment

ଆସନ୍ତା ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ ୨୦୨୩। ଆଜି ଏନେଇ ମ୍ୟାଚସୂଚୀ ଜାରି କରାଯାଇଛି। ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୧୧ରେ ଆଫଗାନିସ୍ତାନ ଓ ଅକ୍ଟୋବର ୧୫ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବ। 

Advertisment

ସେହିପରି ପାକିସ୍ତାନ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୬ରେ ଆରମ୍ଭ କରିବ। ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦୁଇ ଦଳ ବିପକ୍ଷରେ ପାକିସ୍ତାନ ଅକ୍ଟୋବର ୬ ଓ ଅକ୍ଟୋବର ୧୨ରେ ମ୍ୟାଚ୍‌ ଖେଳିବ। ଏହି ଦୁଇ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯିବ। 

ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଭେନ୍ୟୁ ପରବର୍ତ୍ତନ ପାଇଁ ଚାହୁଁଥିବା କହିଥିଲେ ହେଁ ଆଇସିସି ଏହାକୁ ଅଗ୍ରାହ୍ୟ କରିଛି। ଅକ୍ଟୋବର ୨୦ରେ ପାକିସ୍ତାନ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ ଓ ଅକ୍ଟୋବର ୨୭ରେ ଦଳ ଯଥାକ୍ରମେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ଚେନ୍ନାଇରେ ଭେଟିବ।

Advertisment

ପିସିବି ମ୍ୟାଚ୍‌ସୂଚୀ ପୂର୍ବରୁ ଆଇସିସି ଆଗରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଯଥାକ୍ରମେ ଚେନ୍ନାଇ ଓ ବେଙ୍ଗାଲୁରୁରେ ଆୟୋଜନ କରିବାକୁ ପ୍ରସ୍ତାବ ରଖିଥିଲା। ହେଲା ପିସିବିର କୌଣସି ଦାବିକୁ ଆଇସିସି ଗ୍ରହଣ କରିନାହିଁ। ତେଣୁ ପାକିସ୍ତାନକୁ ଆଇସିସି ହିସାବରେ ହିଁ ମ୍ୟାଚ୍‌ ଖେଳିବାକୁ ପଡ଼ିବ।

ହେଲେ ପାକିସ୍ତାନ ଓ ଭାରତ ପାଇଁ ଆଇସିସି ବିଶ୍ୱକପରେ ସ୍ୱତନ୍ତ୍ର ନିୟମ ଜାରି କରିଛି। ବିଶ୍ୱକପ ସେମି ଫାଇନାଲ ମୁମ୍ବାଇ ଓ କୋଲକାତାରେ ଖଳାଯିବ। ମୁମ୍ବାଇରେ ଥିବା ୱାଙ୍ଖେଡେ ଷ୍ଟାଡିୟମରେ ରାଉଣ୍ତ ରବିନ ବା ଲିଗ୍‌ ମ୍ୟାଚ୍‌ ପରେ ୧ ନଂ ଓ ୪ନଂରେ ରହୁଥିବା ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳିବେ। 

ନଭେମ୍ବର ୧୫ରେ ଏହି ମ୍ୟାଚ୍‌ ଖେଳଯିବ। ସେହିପରି ନମ୍ବର ୨ ଓ ନମ୍ବର ୩ରେ ରହୁଥିବା ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ୧୬ ତାରିଖରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ତେବେ ଆଇସିସି କହିଛି ଯେ ଯଦି ପାକିସ୍ତାନ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ, ତା’ହେଲେ ଦଳ କୋଲକାତାରେ ହିଁ ମ୍ୟାଚ ଖେଳିବ। ପାକିସ୍ତାନ ୧ନଂ କିମ୍ବା ୪ନଂରେ ନଥିଲେ ମଧ୍ୟ କୋଲକାତାରେ ହିଁ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବ। ଯଦି ଭାରତ ବି ପାକିସ୍ତାନ ବିପକ୍ଷରେ ରହିବ, ତା’ହେଲେ ବି ସେମି ଫାଇନାଲ ମୁମ୍ବାଇ ନୁହେଁ, କୋଲକାତାରେ ହିଁ ଖେଳାଯିବ।

ସେହିପରି ଭାରତ ଯଦି ସେମିକୁ ଯାଉଛି, ତା’ହେଲେ ମୁମ୍ବାଇରେ ହିଁ ମ୍ୟାଚ୍‌ ଖେଳିବ। ତେବେ ବିପକ୍ଷରେ ପାକିସ୍ତାନ ନଥିଲେ ହିଁ ଦଳ ପଏଣ୍ଟ ଟେବୁଲର ଯେଉଁ ସ୍ଥାନରେ ଥିଲେ ମଧ୍ୟ ମୁମ୍ବାଇରେ ସେମି ଫାଇନାଲ ଖେଳିବ। ଏହାର ଭାରତ ଓ ପାକିସ୍ତାନକୁ ସେମି ଫାଇନାଲ ମ୍ୟାଚ୍‌ ଖେଳିବା ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯାଇଛି।

ଯଦି ଭାରତ ଓ ପାକିସ୍ତାନ କେହି ବି ସେମି ଫାଇନାଲକୁ ଯିବେ ନାହିଁ, ତା’ହେଲେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପ୍ରଥମ ସେମି ମୁମ୍ବାଇରେ ଓ ଦ୍ୱିତୀୟ ସେମି କୋଲକାତାରେ ହିଁ ଖେଳାଯିବ। 

୨୦୧୬ ଟି-୨୦ ବିଶ୍ୱକପ ବେଳେ ପାକିସ୍ତାନର ଅନୁରୋଧକୁ ଆଇସିସି ରଖିଥିଲେ। ପ୍ରଥମେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଧର୍ମଶାଳାରେ ଖେଳା ଯିବାର ଥିଲା। କିନ୍ତୁ ପାକିସ୍ତାନର ଅନୁରୋଧକ୍ରମେ ଏହାକୁ କୋଲକାତାକୁ ସ୍ଥାନାନ୍ତର କରାଯାଇଥିଲା।

ଏଥର ବିଶ୍ୱକପ ବେଳେ ପିସିବିର ପୂର୍ବତନ ମୁଖିଆ ନଜାମ ସେଠୀ ଆଇସିସିକୁ କହିଥିଲେ ଯେ ପାକିସ୍ତାନ ଅହମଦାବାଦରେ କୌଣସି ମ୍ୟାଚ୍‌ ଖେଳିବାକୁ ଚାହୁଁନି। ନକଆଉଟକୁ ଛାଡ଼ି ଅହମଦାବାଦକୁ ପାକିସ୍ତାନର ଭେନ୍ୟୁ ନ କରିବାକୁ ସେ କହିଥିଲେ। ହେଲେ ତାଙ୍କର ଏହି ପ୍ରସ୍ତାବକୁ ମଧ୍ୟ ଆଇସିସି ଅଗ୍ରାହ୍ୟ କରିଦେଇଛି। ଅକ୍ଟୋବର ୧୫ରେ ପାକିସ୍ତାନ ଓ ଭାରତ ମଧ୍ୟରେ ଅହମଦାବାଦରେ ହିଁ ଲିଗ୍‌ ମ୍ୟାଚ୍‌ ଖେଳାଯିବ।

Indian Cricket Team Cricket ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe