ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ୍‌ରୁ ଷ୍ଟାର୍ ଓପ୍ନର ଆଉଟ୍

ଚେନ୍ନାଇ: ଦୁଇ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲର ୧୪ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଛି। ଗତ ସିଜନରେ ରୋହିତଙ୍କ ଓପନ୍ କରି ଧମାକା କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ […]

De-cock

De-cock

Ranjit Kumar Jena
  • Published: Friday, 09 April 2021
  • Updated: 09 April 2021, 05:06 PM IST

Sports

Latest News

ଚେନ୍ନାଇ: ଦୁଇ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲର ୧୪ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଛି। ଗତ ସିଜନରେ ରୋହିତଙ୍କ ଓପନ୍ କରି ଧମାକା କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ୱେବସାଇଟରେ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି, ପ୍ରଥମ ମ୍ୟାଚ୍ ପାଇଁ ଡିକକ୍ ଉପଲବ୍ଧ ରହିବେ ନାହିଁ। ଆଇପିଏଲ୍ ଏସଓପି ଅନୁଯାୟୀ ଡି’କକଙ୍କୁ ୭ ଦିନର କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବାକୁ ପଡ଼ିବ। ଏହି କାରଣୁରୁ ଡି’କକ୍ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତଙ୍କ ଓପନିଂ ପାର୍ଟନର୍ କିଏ ହେବ, ତାହା ସ୍ପଷ୍ଟ ହୋଇନାହିଁ।

ଯାହା ସୂଚନା ମିଳିଛି, ରୋହିତଙ୍କ ସହ ଈଶାନ୍ କିଶନ ଓପନ୍ କରିପାରନ୍ତି। ଏହାଦ୍ୱାରା ଡାହାଣ ଓ ବାମ ହାତୀ ଓପନିଂ କମ୍ବିନେଶନ୍ ମଧ୍ୟ କାଏମ ରହିବ। ନିକଟରଆ ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରି ଈଶାନ୍ ୫୬ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ। ଏଭଳି ସ୍ଥିତିରେ ରୋହିତଙ୍କ ସହ ଈଶାନଙ୍କୁ ଓପନ୍ କରୁଥିବାର ଦେଖିବାକୁ ମିଳିପାରେ।

ଡି’କକ୍ ଓ ରୋହିତଙ୍କ ଓପନିଂ ଯୋଡ଼ି ଗତ ସଂସ୍କରଣରେ ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ତେବେ କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବା ପରେ ଡି’କକ୍ ମୁମ୍ବାଇ ପକ୍ଷରୁ ବାକି ମ୍ୟାଚ୍ ଗୁଡ଼ିକରେ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଚେନ୍ନାଇ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଚଳିତ ସଂସ୍କରଣର ସବୁଯାକ ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ତେବେ ଏଥର ସବୁ ଟିମ୍ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ। ଅର୍ଥାତ ଚଳିତଥର ହୋମ୍ ଓ ଆୱେ ମ୍ୟାଚ୍ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story