Advertisment

‘ମୁଁ ବୋକା ନୁହେଁ ଯେ ପାକିସ୍ତାନ ଟିମର କୋଚ୍ ହେବି’

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ୱାସିମ୍ ଆକ୍ରାମ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କୋଚ୍ ଭୂମିକାରେ ମୁଁ ନିଜକୁ ଫିଟ୍ ମନେ କରୁନାହିଁ । କାରଣ କୋଚ୍ ଭାବେ ନିଜକୁ ଟିମ୍ ସହ ବର୍ଷକୁ ୨୦୦ରୁ ୨୫୦ ଦିନ ଦେଶ ବାହାରେ ରଖିବାକୁ ପଡ଼ିଥାଏ । ତେଣୁ ମୋତେ ଲାଗୁଛି ଏତେ ଦିନ ପାକିସ୍ତାନରୁ ବାହାରେ ରହି କାମ କରିବା ମୋ ପକ୍ଷେ ସମ୍ଭବ ନୁହେଁ। […]

‘ମୁଁ ବୋକା ନୁହେଁ ଯେ ପାକିସ୍ତାନ ଟିମର କୋଚ୍ ହେବି’

wasim-akram

Advertisment

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ୱାସିମ୍ ଆକ୍ରାମ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କୋଚ୍ ଭୂମିକାରେ ମୁଁ ନିଜକୁ ଫିଟ୍ ମନେ କରୁନାହିଁ । କାରଣ କୋଚ୍ ଭାବେ ନିଜକୁ ଟିମ୍ ସହ ବର୍ଷକୁ ୨୦୦ରୁ ୨୫୦ ଦିନ ଦେଶ ବାହାରେ ରଖିବାକୁ ପଡ଼ିଥାଏ । ତେଣୁ ମୋତେ ଲାଗୁଛି ଏତେ ଦିନ ପାକିସ୍ତାନରୁ ବାହାରେ ରହି କାମ କରିବା ମୋ ପକ୍ଷେ ସମ୍ଭବ ନୁହେଁ।

Advertisment

କ୍ରିକେଟ୍ ପାକିସ୍ତାନ ସହ କଥାବାର୍ତ୍ତା ବେଳେ ଆକ୍ରାମ କୋଚ୍ ନହେବାର ବଡ଼ କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, ‘କୋଚଙ୍କ ପ୍ରତି ଦେଶରେ କ୍ରିକେଟ୍ ଫ୍ୟାନ୍ ଓ ଲୋକଙ୍କ ବ୍ୟବହାର ବହୁତ ଖରାପ । ଲୋକେ କୋଚଙ୍କୁ ହିଁ ଖରାପ ପ୍ରଦର୍ଶନ ପାଇଁ ଦାୟୀ କରନ୍ତି।’ ଆକ୍ରାମ କେବଳ ଫ୍ୟାନ୍ ନୁହେଁ ବରଂ କିଛି ସିନିୟର ଖେଳାଳିଙ୍କ ଆଚରଣକୁ ନେଇ ଖପ୍ପା ଅଛନ୍ତି । ଆକ୍ରାମ କହିଛନ୍ତି, ମୁଁ ବୋକା ନୁହେଁ। ଅନେକ ସମୟରେ ମୁଁ ସୋଶାଲ ମିଡିଆରେ ଦେଖିଛି ଯେ କିଛି ଖେଳାଳି କିପରି କୋଚ୍ ଓ ନିଜ ସିନିୟର ଖେଳାଳିଙ୍କୁ ଖରାପ ବ୍ୟବହାର କରନ୍ତି ।

ଏହି ବାମହାତୀ ପେସ୍ ବୋଲର ଆହୁରି କହିଛନ୍ତି, ମ୍ୟାଚ୍ କୋଚ୍ ନୁହେଁ, ଖେଳାଳି ଖେଳନ୍ତି। ମ୍ୟାଚ୍ ପାଇଁ ଯୋଜନା ପ୍ରସ୍ତୁତ କରିବା କୋଚର କାମ ଏବଂ ଟିମ୍ ଯଦି ହାରେ, ତାହେଲେ ସବୁ ଭୁଲ୍ କୋଚଙ୍କର ହୋଇନଥାଏ । ଏଭଳି ସ୍ଥିତିରେ ଅତିକମରେ କୋଚଙ୍କ ବିରୋଧରେ ଖରାପ ଶବ୍ଦର ପ୍ରୟୋଗ ବରଦାସ୍ତ କରିହେବନି। ମୁଁ ଏହି କଥାକୁ ନେଇ ଅଧିକ ଡରେ। ମୁଁ ଲୋକଙ୍କୁ ବହୁତ ଭଲ ପାଏ ଏବଂ ଖେଳ ପ୍ରତି ସେମାନଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ମୁଁ ଅନ୍ତରରୁ ପସନ୍ଦ କରେ। କିନ୍ତୁ ସୋଶାଲ ମିଡିଆରେ ସେମାନଙ୍କର ବ୍ୟବହାର ଦର୍ଶାଉଛି ଯେ ସେମାନଙ୍କ ନଜରରେ ଆମେ କ’ଣ ।

Advertisment

ଆକ୍ରାମ କହିଛନ୍ତି ଯେ ସେ ସବୁବେଳେ ଖେଳାଳିଙ୍କର ସହାୟତା କରିଆସୁଛନ୍ତି । ତେଣିକି ତାହା ପାକିସ୍ତାନ ସୁପର୍ ଲିଗ୍ ହେଉ କି ଆଇସିସି ଟୁର୍ଣ୍ଣାମେଣ୍ଟ। ଯେବେବି କୌଣସି ଖେଳାଳି ସହାୟତା ମାଗେ, ସେହି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବୋଲି ଆକ୍ରାମ କହିଛନ୍ତି।

ସୂଚନାଯୋଗ୍ୟ, ଆକ୍ରାମ ପାକିସ୍ତାନର ଅନ୍ୟତମ ସଫଳ କ୍ୟାପଟେନ୍। ସେ ଇମ୍ରାନ ଖାନଙ୍କ ପରେ ସର୍ବାଧିକ ୧୦୯ ମ୍ୟାଚରେ ଟିମର ନେତୃତ୍ୱ ନେଇଛନ୍ତି । ଏଥିରେ ସେ ୬୬ ମ୍ୟାଚରେ ଟିମକୁ ଜିତାଇଥିବା ବେଳେ ୪୧ଟିରେ ପରାସ୍ତ ହୋଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe