କାଲି ପୂରିବ କଣ୍ଟ, ଷ୍ଟାଡିୟମ କାମ ସାରିପାରିବ ତ ପାକିସ୍ତାନ?

ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ମ୍ୟାଚ୍‌ ଖେଳଯିବାକୁ ଥିବା ବେଳେ ସେଠାରେ ଷ୍ଟାଡିୟମ ଗୁଡ଼ିକର ନିର୍ମାଣ କାମ ଅଧାପନ୍ତରା ହୋଇପଡ଼ି ରହିଛି।

Stadium

ଚାଲିଛି ଷ୍ଟାଡିୟମ ନିର୍ମାଣ କାମ

Hemant Lenka
  • Published: Thursday, 30 January 2025
  • Updated: 30 January 2025, 04:50 PM IST

Sports

Latest News

ପାକିସ୍ତାନର କରାଚିରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଛି। ଏହାର ଅର୍ଥ ଚାମ୍ପିୟନ୍ସ ଟ୍ରଫି ଆରମ୍ଭକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳିବ। କିନ୍ତୁ ଏସବୁ ଭିତରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଇସିସିର ଚିନ୍ତା ବଢ଼ିଛି।

ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ମ୍ୟାଚ୍‌ ଖେଳଯିବାକୁ ଥିବା ବେଳେ ସେଠାରେ ଷ୍ଟାଡିୟମ ଗୁଡ଼ିକର ନିର୍ମାଣ କାମ ଅଧାପନ୍ତରା ହୋଇପଡ଼ି ରହିଛି। ଏପରି ସ୍ଥିତିରେ ଧାର୍ଯ୍ୟ ସମୟ ପୂର୍ବରୁ କାମ ସରିବା ଏକ ପ୍ରକାରର ଅସମ୍ଭବ ମନେ ହେଉଛି। ଭାରତ ଚାମ୍ପିୟନ୍ସ ଟ୍ରଫିରେ ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ। କିନ୍ତୁ ବାକି ଦଳ ଗୁଡ଼ିକ ସେମାନଙ୍କ ବେସ୍‌ କ୍ୟାମ୍ପ ପାକିସ୍ତାନରେ ହିଁ କରିବେ।

ହେଲେ ପାକିସ୍ତାନରେ ଚାଲିଥିବା ଷ୍ଟାଡିୟମ ନିର୍ମାଣକୁ ନେଇ ଆସିଥିବା ଚିତ୍ର ଆଦୌ ସନ୍ତୋଷଜନକ ନୁହେଁ। ରିପୋର୍ଟରେ ଦାବି କରାଯାଇଛି ଯେ ଆଇସିସି ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ଷ୍ଟାଡିୟମର ନିର୍ମାଣ କାମ ସରିବା ଏକ ପ୍ରକାରର ଅସମ୍ଭବ। ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟି ଦାୟିତ୍ୱ ପାଇବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିକୁ କଥା ଦେଇଥିଲା ଯେ ଦେଶର ଷ୍ଟାଡିୟମ ଗୁଡ଼ିକର ନବୀକରଣ କାମ ଜାନୁଆରୀ ୩୧ ସୁଦ୍ଧା ଶେଷ କରିଦେବ। କିନ୍ତୁ ଏବେ ଲାଗୁଛି ଯେ ଏହା ସମ୍ଭବ ନୁହେଁ।

Also Read

ପାକିସ୍ତାନ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡକୁ ନେଇ ତ୍ରିପାକ୍ଷିକ ଦିନିକିଆ ସିରିଜ ଖେଳିବ। ଫେବୃଆରୀ ୮ରୁ ଏହି ସିରିଜ ଆରମ୍ଭ ହେବାର ଅଛି। କିନ୍ତୁ ମ୍ୟାଚ୍‌ ଖେଳାଯିବାକୁ ଥିବା ଷ୍ଟାଡିୟମର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପାକିସ୍ତାନ ମିଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଚାମ୍ପିୟନ୍ସ ଟ୍ରଫି ଡେଡଲାଇନ ମଧ୍ୟରେ ଷ୍ଟାଡିୟମଗୁଡ଼ିକ ନବୀକରଣ କାମ ସାରିବା ଏକପ୍ରକାରର ଅସମ୍ଭବ। କିନ୍ତୁ ନିର୍ମାଣ କାମ ଦାୟିତ୍ୱରେ ଥିବା ଅଧିକାରୀମାନେ ଟାର୍ଗେଟ ପୂରଣ ନେଇ ବେଶ ଆଶାବାଦୀ।”

ଷ୍ଟାଡିୟମ ନିର୍ମାଣକୁ ନେଇ ଆସିଥିବା ଫଟୋ ଓ ଭିଡିଓ ପାକିସ୍ତାନ କ୍ରିକେଟ ବୋର୍ଡର ସବୁ ମିଛର ପର୍ଦ୍ଦାଫାସ କରି ଦେଇଛି। ଚାମ୍ପିୟନ୍ସ ଟ୍ରଫି ବେଳେ ବିଭିନ୍ନ ଦଳକୁ ବିଶ୍ୱସ୍ତରୀୟ ଅଭିଜ୍ଞତା ମିଳିବ ବୋଲି ପାକିସ୍ତାନ ପିଟୁଥିବା ଡିଙ୍ଗୁରାର ସତ ଧରାପଡ଼ି ଯାଇଛି। କାରଣ ଠିକଣା ସମୟରେ ଖେଳାଳିଙ୍କ ପାଇଁ କେବଳ ମୌଳିକ ବ୍ୟବସ୍ଥା କରିବା ବି ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ କାଠିକର ପାଠ ସାଜିଛି।

ଷ୍ଟାଡିୟମଗୁଡ଼ିକ ଏମିତି ସ୍ଥିତିରେ ରହିଛି ଯେଉଁଠାରେ କଷ୍ଟମଷ୍ଟେ ମ୍ୟାଚ୍‌ ଆୟୋଜନ ହୋଇପାରିବ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ତ୍ରିପାକ୍ଷିକ ସିରିଜ ଓ ଚାମ୍ପିୟନ୍ସ ଟ୍ରଫିରେ ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରିବେ ବୋଲି ଯେଉଁ ଡିଙ୍ଗୁରା ପିଟୁଥିଲେ, ତାହା ସମ୍ଭବ ନୁହେଁ। ଆସନ୍ତାକାଲି ଅର୍ଥାତ ଜାନୁଆରୀ ୩୧ରେ ଡେଡଲାଇନ ସରିବ। ଏପରି ସ୍ଥିତିରେ ପାକିସ୍ତାନ ତା’ର କଥା ରଖି ପାରୁଛି କି ନାହିଁ, ତା’କୁ ଦେଖିବାର ଅଛି।

ଅନ୍ୟପକ୍ଷରେ ପିସିବିର ପ୍ରକଳ୍ପ ନିର୍ଦ୍ଦେଶକ ବିଲାଲ ଚୌହାନ କହିଛନ୍ତି, “ସବୁ କିଛି ନିୟନ୍ତ୍ରଣ ମଧ୍ୟରଆ ରହିଛି। ଷ୍ଟାଡିମୟ ୩୧ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଯେତେବେଳେ ପିସିବି ଅଧ୍ୟକ୍ଷ ଆମକୁ ନିଜର ଲକ୍ଷ୍ୟ କହିଥିଲେ ସେତେବେଳେ ଆମେ ଭାବିଥିଲୁ ଯେ ଧାର୍ଯ୍ୟ ସମୟରେ କାମ ସାରିବା ଅସମ୍ଭବ। କିନ୍ତୁ ଏବେ ଆମକୁ ଲାଗୁଛି ଯେ ଆମେ ଏହାକୁ କରିପାରିବୁ।”

ଆଇସିସିର ଗୋଟିଏ ସୂତ୍ରରେ କୁହାଯାଇଛି ଯେ ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓ ଅତ୍ୟନ୍ତ ନୈରାଶ୍ୟଜନକ। ୩ଟି ଯାକ ଷ୍ଟାଡିୟମ ପ୍ରସ୍ତୁତ ହେବା ଠାରୁ ବହୁତ ଦୂରରେ ରହିଛି। ଷ୍ଟାଡିୟମଗୁଡ଼ିକର ମରାମତି କରାଯାଉନି। ବରଂ ନୂଆ କରି ତିଆରି କରାଯାଉଛି।

ଷ୍ଟାଡିୟମ କାମ ଅନେକ ବାକି ରହିଛି। କାମ ଶେଷ ହେବା ପରେ ଆଇସିସି ପୁଣି ସବୁ କିଛି ଯାଞ୍ଚ କରିବ। ଏହାପରେ ସେଠାରେ ମ୍ୟାଚ୍‌ ଖେଳାଯିବ କି ନାହିଁ, ତା’ର ନିଷ୍ପତ୍ତି ହେବ। ସାଧାଣତଃ ଆଇସିସି ଇଭେଣ୍ଟ ଆୟୋଜନ ହେଉଥିବା ଷ୍ଟାଡିୟମର କାମ ବହୁତ ପୂର୍ବର ଶେଷ ହୋଇଥାଏ। ଏହାଦ୍ୱାରା ଆଇସିସିକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ସେଠାରେ ଥିବା ବ୍ୟବସ୍ଥାକୁ ଯାଞ୍ଚ ପାଇଁ ସମୟ ମିଳିଥାଏ। ହେଲେ ପାକିସ୍ତାନ କ୍ଷେତ୍ରରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story