Advertisment

ଚାଲିଲା ଜାଡ଼େଜାଙ୍କ ଯାଦୁ,  ମାଟି କାମୁଡ଼ିଲା କଙ୍ଗାରୁ ଟିମ୍‌

ଦ୍ୱିତୀୟ ଇଂନିସରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇ କଙ୍ଗାରୁ ଟିମକୁ ଧରାଶାୟୀ କରି ଦେଇଥିଲେ ଜାଡେଜା।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Ind Vs Aus Test match

ଚାଲିଲା ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଯାଦୁ। ମାଟି କାମୁଡ଼ିଲା କଙ୍ଗାରୁ ଦଳ। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍‌ରେ ମ୍ୟାଚ୍ କବ୍‌ଜା କରିନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଆଗୁଆ ରହିଛି। 

Advertisment

ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇ କଙ୍ଗାରୁ ଟିମକୁ ଧରାଶାୟୀ କରି ଦେଇଥିଲେ ଜାଡେଜା। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବୋଲିଂ ଭାଙ୍ଗି ଦେଇଥିଲା କଙ୍ଗାରୁ ଟିମ୍‌ର ମେରୁଦଣ୍ଡ। ଦ୍ୱିତୀୟ ଇନିଂସ୍‌ରେ ରବୀନ୍ଦ୍ର ଜାଡେଜା ୭ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ୩ ୱିକେଟ୍ ନେଇଛନ୍ତି। ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ କୌଣସି ବି ବୋଲର୍ ଦ୍ୱିତୀୟ ଇନିଂସ୍‌ରେ ୱିକେଟ୍ ନେଇପାରିନଥିଲେ। ଏହି ଦୁଇ ସ୍ପିନର କଙ୍ଗାରୁ ଟିମ୍‌ର ୱିକେଟ୍ ପୋଛି ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇଂନିସରେ ୩୧ ଓଭର ୧ ବଲ ଖେଳି ୧୧୩ ରନରେ ଅଲଆଉଟ ହୋଇଯାଇଛି।

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨୬୨ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ଅକ୍ଷର ପଟେଲ ୭୪, କୋହଲି ୪୪, ଅଶ୍ୱିନୀ ୩୭ ଓ ରୋହିତ ୩୨ ରନ କରିଥିଲେ। ଫଳରେ ଦଳ ୨୬୨ ରନ କରି ଅଲଆଉଟ ହୋଇଯାଇଥିଲା।

Advertisment

ହେଲେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା। ଜାଡେଜାଙ୍କ ଧୂଆଁଧାର୍ ବୋଲିଂ ଆଗରେ କାହାରି ବ୍ୟାଟିଂ କାମ କରିନଥିଲା। ଦଳ ପକ୍ଷରୁ ହେଡ୍ ୪୩, ଲାବ୍ରୁସଚେଞ୍ଜ ୩୫ ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୧୧୩ରେ ଅଲଆଉଟ ହୋଇଯାଇଥିଲା। 

Cricket Border-Gavaskar Trophy Ind Vs Aus