Advertisment

ଅଣ୍ଡର ୧୯ ଏସିଆ କପ: ଭାରତର ଏକତରଫା ବିଜୟ

୩୪୦ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଜାପାନ ୫୦ ଓଭରରେ ୮ ୱିକେଟ ହରାଇ କେବଳ ୧୨୮ ରନ କରିପାରିଛି। ଭାରତ ଏହି ମ୍ୟାଚକୁ ୨୧୧ ରନରେ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲି ପାରିଛି।

Asia Cup

Asia Cup

Advertisment

ୟୁଏଇରେ ଚାଲିଥିବା ଅଣ୍ଡର ୧୯ ଏସିଆ କପରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ। ପ୍ରଥମ ମ୍ୟାଚ୍‌ରେ ଚୀର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିଥିବା ଭାରତୀୟ ଟିମ ଆଜି ଅପେକ୍ଷାକୃତ ଦୁର୍ବଳ ଜାପାନକୁ ଏକତରଫା ଭାବେ ହରାଇ ଦେଇଛି।

Advertisment

୩୪୦ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଜାପାନ ୫୦ ଓଭରରେ ୮ ୱିକେଟ ହରାଇ କେବଳ ୧୨୮ ରନ କରିପାରିଛି। ଭାରତ ଏହି ମ୍ୟାଚକୁ ୨୧୧ ରନରେ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲି ପାରିଛି। ତଥାପି ନିଜ ଗ୍ରୁପରେ ଦଳ ତୃତୀୟ ସ୍ଥାନରେ ରହିଛି।

୨ଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ପାକିସ୍ତାନ ୧ ନଂରେ ଥିବା ବେଳେ ୟୁଏଇ ଦ୍ୱିତୀୟ ସ୍ଥାନରେ ଓ ଭାରତ ତୃତୀୟ ସ୍ଥାନରେ ରହିଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ମୁକାବିଲା ୟୁଏଇ ସହ ହେବ। ଏହି ମ୍ୟାଚର ବିଜେତା ସେମି ଫାଇନାଲକୁ ଯିବ।

Advertisment

ଜାପାନ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥେମ ବ୍ୟାଟିଂ କରୁଥିବା ଭାରତୀୟ ଟିମ ଅଧିନାୟକ ମହମ୍ମଦ ଅମନଙ୍କ ଅପରାଜିତ ୧୨୨ ରନ, ଆୟୁଷ ମହାତ୍ରେଙ୍କ ୫୪ ଓ କେପି କାର୍ତ୍ତିକେୟଙ୍କ ୫୭ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୩୯ ରନ କରିଥିଲା।

ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବେ ୧.୧୦ କୋଟି ଟଙ୍କାରେ କିଣା ହୋଇଥିବା ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜି ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୧ ରନ କରିଥିବା ବେଳେ ଆଜି ୨୩ ରନ କରି ଆଉଟ ହୋଇଛନ୍ତି।

ତଥାପି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୩୯ ରନ କରିନେଇଥିଲା। ୩୪୦ ରନର ପିଛା କରୁଥିବା ଦୁର୍ବଳ ଜାପାନ ୫୦ ରନରେ ପ୍ରଥମ ୱିକେଟ ହରାଇଥିଲା। ନିହାର ପାରମର ୧୪ ରନ ଆଉଟ ହୋଇଥିଲେ। ଜାପାନର ଅଧିନାୟକ କୋଜି ଆବେ ଖାତା ଖୋଲି ପାରି ନଥିବା ବେଳେ କାଜୁମା କାଟୋ ଷ୍ଟାଫୋର୍ଡ କେବଳ ୮ ରନ କରିଥିଲେ। ଓପନର ହୁଗୋ କେଲୀ ୫୦ ରନ କରିଥିଲେ ହେଁ ହାର୍ଦ୍ଦିକ ରାଜଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ।

ଚାର୍ଲସ ହିଞ୍ଜେ ଶେଷ ଯାଏ ଅପରାଜିତ ରହି ୩୫ ରନର ଇନିଂସ ଖେଳିଥିଲା ବେଳେ ତାଙ୍କୁ ଅନ୍ୟମାନେ କେହି ବି ସାଥ ଦେଇ ନଥିଲେ। ଟି ମୋରେ ୧, ଆଦିତ୍ୟ ଫାଡେକ ୯, କେ ଲେକ ୧ ଓ ମାକ୍ସ ଲିନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ଜାପାନ ସେତେଟା ଆଖି ଦୃଶିଆ ବ୍ୟାଟିଂ କରି ନଥିଲେ ହେଁ ଭାରତୀୟ ବୋଲରମାନେ ଅଲଆଉଟ କରିବାକୁ ସକ୍ଷମ ହୋଇ ନଥିଲେ। ଜାପାନ ପୂରା ୫୦ ଓଭର ବ୍ୟାଟିଂ କରିବା ସହ ୮ ୱିକେଟ ହରାଇ ୧୨୮ ରନ କରିଛି।

ଭାରତ ପକ୍ଷରୁ ଚେତନ ଶର୍ମା, ହାର୍ଦ୍ଦିକ ରାଜ ଓ କେପି କାର୍ତ୍ତିକେୟ ୨ଟି ଲେଖାଏ ୱିକେଟ ନେଇଥିଲା ବେଳେ ଯୁଦ୍ଧଜିତ ଗୁହା ଗୋଟିଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟରୁ ମିଳିଛି।

Asia Cup Cricket Under 19 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe