Advertisment

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ରନ୍ ପରେ ୱିକେଟ ବର୍ଷା, ଭାରତ ଆଗରେ ୯୫ ରନର ଟାର୍ଗେଟ

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସତ୍ତ୍ୱେ କମାଲ କରିଛି ଟିମ୍ ଇଣ୍ଡିଆ।

ଅଦ୍ୟତନ ହୋଇଛି
Team India Players

Team India Players

Advertisment

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସତ୍ତ୍ୱେ କମାଲ କରିଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆର ରନ୍ ବର୍ଷା ପରେ ୱିକେଟ୍ ଝଡ଼ାଇଛନ୍ତି ବୋଲର୍। ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ଏବଂ ଆକାଶ ଦୀପ ଗୋଟିଏ ୱିକେଟ ନେଇ  ବାଂଲାଦେଶକୁ ୧୪୬ରନରେ ରୋକିଛନ୍ତି। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଛି। 

Advertisment

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ପାଳି ଆରମ୍ଭ କରି ୩ ୱିକେଟ ବିନିମୟରେ ୧୦୭ ରନ୍ କରିଥିଲା ବାଂଲାଦେଶ। ଏହା ପରେ ବର୍ଷା ହେବାରୁ ଅଢେଇ ଦିନ ଖେଳ ବନ୍ଦ ରହିଥିଲା। 

ଗତକାଲି ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମୋମିନୁଲ ହକ ଶତକୀୟ ପାଳି ଖେଳିଥିଲେ। ମାତ୍ର ତାଙ୍କ ବ୍ୟତୀତ ଅନ୍ୟ କେହି ବଡ଼ ସ୍କୋର୍ କରିପାରି ନଥିଲେ। ମୋମିନୁଲ ଅପରାଜିତ ରହି ୧୦୭ ରନ୍ କରିଥିଲେ। 

Advertisment

ଏହା ପରେ ପ୍ରଥମ ପାଳି ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚକୁ ଟି-୨୦ ଫର୍ମାଟରେ ଖଳି ମ୍ୟାଚରେ ରୋମାଞ୍ଚ ଭରିଥିଲା। ଆରମ୍ଭରୁ ରୋହିତ ବାହିନୀ ଧୂଆଁଧାର ବ୍ୟାଟିଂ କରିଥିଲେ।

ଯଶସ୍ୱୀ ଜୈସ୍ୱାଲ ସର୍ବାଧିକ ୭୨ ରନ୍ କରି ଥିବାବେଳେ କେ ଏଲ ରାହୁଲ 68, ବିରାଟ କୋହଲି ୪୭, ଶୁବମନ ଗିଲ୍ ୯, ରୋହିତ ଶର୍ମା ୨୩ ଆକାଶ ଦୀପ ୧୨, ରବୀନ୍ଦ୍ର ଜାଡେଜା ୮, ଋଷଭ ପନ୍ତ ୯, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଯଶପ୍ରୀତ ବୁମରା ଉଭୟ ଗୋଟିଏ ଲେଖାଏ ରନ୍ କରିଥିଲେ।

ଫଳରେ ଭାରତ ୨୮୫ ରନ୍ ସହ ୫୨ ରନର ଲିଡ୍ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨୬ ରନ୍ ସଂଗ୍ରହ କରିଥିଲା। ଆଜି ପୁନର୍ବାର ଅସମାପ୍ତ ପାଳି ଆରମ୍ଭ କରି ୧୪୬ ରନରେ ଅଲ୍ ଆଉଟ୍ ହୋଇଯାଇଛି ବାଂଲାଦେଶ। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଛି।   

Cricket IND V BAN IND V BAN 2nd Test Kanpur Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe