Advertisment

ଫାଇନାଲ ମ୍ୟାଚ୍‌ରେ କିଏ କରିବେ ଅମ୍ପାୟାରିଂ? ନାଁ ଘୋଷଣା କଲା ଆଇସିସି

ୱେଷ୍ଟଇଣ୍ଡିଜ୍‌ର ଜୋଏଲ ୱିଲସନ ତୃତୀୟ ଅମ୍ପାୟାର ଓ ନ୍ୟୁଜିଲ୍ୟାଣ୍ଡର କ୍ରିସ୍ ଗାଫ୍ନି ୪ର୍ଥ ଅମ୍ପାୟାର ଦାୟିତ୍ୱରେ ରହିବେ। ଜିମ୍ବାୱେର ଆଣ୍ଡି ପାଇକ୍ରଫ୍ଟ ଫାଇନାଲରେ ମ୍ୟାଚ୍‌ ରେଫରୀ ଭୂମିକାରେ ରହିବେ।

ICC

ICC

Advertisment

ଆସନ୍ତା ରବିବାର ଚଳିତ ବିଶ୍ୱକପର ମହା ଫାଇନାଲ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଭାରତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ଓ ଅଷ୍ଟ୍ରେଲିଆ ୩ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ଟ୍ରଫି ପାଇଁ ଟକ୍କର କରିବେ।

Advertisment

ଏହାପୂର୍ବରୁ ଆଜି ଆଇସିସି ପକ୍ଷରୁ ଫାଇନାଲ ମ୍ୟାଚ୍‌ ପାଇଁ ଅମ୍ପାୟାର ଓ ମ୍ୟାଚ୍‌ ଅଫିସିଆଲଙ୍କ ନାଁ ଘୋଷଣା କରାଯାଇଛି। ଆଇସିସିର ଘୋଷଣା ଅନୁଯାୟୀ, ଫାଇନାଲ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ରହିବେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ କ୍ୟାଟେଲବ୍ରଗ।

ଭାରତ ପାଇଁ ଏହି ଦୁଇ ଅମ୍ପାୟାର ବେଶ ଖାସ। ୨୦୧୯ରେ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲରେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ କ୍ୟାଟେଲବ୍ରଗ ଅମ୍ପାୟାରିଂ କରୁଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୮ରେ ହାରି ବିଶ୍ୱକପରୁ ବାଦ ପଡ଼ିଥିଲା। ମହେନ୍ଦ୍ର ସିଂହ ଧୋନି ସିଧା ଥ୍ରୋରେ ରନ ଆଉଟ ହେବା ବେଳେ କ୍ୟାଟେଲବ୍ରଗଙ୍କ ଏକ୍ସପ୍ରେସନ ଚାରିଆଡ଼େ ଭାଇରାଲ ହୋଇଥିଲା।

Advertisment

ଧୋନି ରନ ଆଉଟ ହେବା ବେଳେ ସେ ଲେଗ ଅମ୍ପାୟାର ଭୂମିକାରେ ଥିଲେ। ଏହି ସମୟରେ ରିର୍ଚାଡ ଇଲିଙ୍ଗୱର୍ଥ ମେନ ଅମ୍ପାୟାର ରହିଥିଲେ। ଏବେ ଦୁଇ ରିଚାର୍ଡ ପୁଣି ଭାରତ ମ୍ୟାଚ୍‌କୁ ପରିଚାଳନା କରିବାକୁ ଯାଉଛନ୍ତି।

ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲରେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରୋଡ ଟକର ଅମ୍ପାୟାର ରହିଥିଲେ। କିନ୍ତୁ ରିଚାର୍ଡ କ୍ୟାଟେଲବ୍ରଗ ଦ୍ୱିତୀୟ ସେମି ଫାଇନାଲରେ ଅମ୍ପାୟାରିଂ କରିଥିଲେ। ଏବେ ଫାଇନାଲ ମ୍ୟାଚ୍‌ରେ ଦୁଇ ରିଚାର୍ଡ ମ୍ୟାଚ୍‌ ପରିଚାଲନା କରିବେ।

ସେହିପରି ୱେଷ୍ଟଇଣ୍ଡିଜ୍‌ର ଜୋଏଲ ୱିଲସନ ତୃତୀୟ ଅମ୍ପାୟାର ଓ ନ୍ୟୁଜିଲ୍ୟାଣ୍ଡର କ୍ରିସ୍ ଗାଫ୍ନି ୪ର୍ଥ ଅମ୍ପାୟାର ଦାୟିତ୍ୱରେ ରହିବେ। ଜିମ୍ବାୱେର ଆଣ୍ଡି ପାଇକ୍ରଫ୍ଟ ଫାଇନାଲରେ ମ୍ୟାଚ୍‌ ରେଫରୀ ଭୂମିକାରେ ରହିବେ।

ଫାଇନାଲ ମ୍ୟାଚ୍‌ର ଅଫିସିଆଲ ଲିଷ୍ଟ୍‌

ଫିଲ୍ଡ ଅମ୍ପାୟାର୍- ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ କ୍ୟାଟେଲବ୍ରଗ

ତୃତୀୟ ଅମ୍ପାୟାର-ଜୋଏଲ ୱିଲସନ

୪ର୍ଥ ଅମ୍ପାୟାର- କ୍ରିସ୍ ଗାଫ୍ନି

ମ୍ୟାଚ୍‌ ରେଫରୀ-ଆଣ୍ଡି ପାଇକ୍ରଫ୍ଟ

India Vs Australia ICC CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe