Indian Player
ବିଶ୍ୱକପ୍ ଦିନିକିଆ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଆଟାକିଂ ମୁଡ୍। ସ୍ପିନରଙ୍କ କମାଲ୍ ବଳରେ ମାତ୍ର ୧୯୯ ରନରେ ଅଟକିଛି କଙ୍ଗାରୁ ବାହିନୀ। ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ୱିକେଟ୍ ମିଳିଥିବା ବେଳେ କ୍ୟାଚ୍ ଧରିବାରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି।
ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁବାହିନୀ। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର୍। ବିଶ୍ୱକପ୍ ମୁକାବିଲାରେ କୌଣସି ବି ବ୍ୟାଟର୍ ଅର୍ଦ୍ଧଶତକୀୟ ପାଳି ଖେଳି ପାରିନାହାନ୍ତି। ୪୯.୩ ବଲରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି ୧୯୯ ରନ୍।
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ନର୍ ଏବଂ ମିଚେଲ ମାର୍ଶ ଓପନିଂ ପାଳି ଆରମ୍ଭ କରିଥିଲେ। ହେଲେ ପ୍ରାରମ୍ଭରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଅଷ୍ଟ୍ରେଲିଆ। ଦଳୀୟ ସ୍କୋର୍ ମାତ୍ର ୫ ହୋଇଥିବା ବେଳେ ପାଭିଲିଅନ୍ ଫେରି ଯାଇଥିଲେ ମାର୍ଶ। ସେ ବ୍ୟକ୍ତିଗତ କୌଣସି ରନ୍ କରିପାରି ନଥିଲେ। ଏହାପରେ ୱାନରଙ୍କ ସାଥ୍ ଦେଇଥିଲେ ସ୍ମିଥ୍। ଉଭୟଙ୍କ ଯୋଡି ସେଟ୍ ହେଉ ହେଉ ୱାନରଙ୍କୁ ଆଉଟ୍ କରାଇ ନେଇଥିଲେ କୁଲଦୀପ୍ ଯାଦବ।
ସେ ୪୧(୫୨) ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ୱାର୍ନରଙ୍କ ପରେ ମାର୍ନସ ଲାବୁସେନ ଆସିଥିଲେ। ସ୍ମିଥ୍-ଲାବୁସେନ ଯୋଡିକୁ ବି ଭାଙ୍ଗି ଦେଇଥିଲେ ଜାଡେଜା। ସ୍ମିଥ୪୬ ରନ୍ କରିଥିବା ବେଳେ ଜାଡେଡା ତାଙ୍କୁ ବୋଲ୍ଡ କରି ନେଇଥିଲେ। ଏହାପରେ କୌଣସି ବି ବ୍ୟାଟର୍ ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ମଇଦାନରେ ତିଷ୍ଟି ପାରିନଥିଲେ।
ଜାଡେଜାଙ୍କୁ ସର୍ବାଧିକ ତିନି ୱିକେଟ୍ ମିଳିଥିବା ବେଳେ ବୁମରା ଓ କୁଲଦୀପ ଯାଦବ ୨, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ୨୦୦ ରନର ଟାର୍ଗେଟକୁ ପିଛାକରି ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ।
ସେପଟେ ବିଶ୍ୱକପ୍ ଇତିହାସରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି। ଭାରତୀୟ ଫିଲ୍ଡର ତଥା ନନ୍-ୱିକେଟ କିପର ଭାବେ ସେ ସର୍ବାଧିକ ୧୫ରୁ ଊର୍ଦ୍ଧ୍ୱ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ଅନୀଲ କୁମ୍ବଲେ ୧୪ ୱିକେଟ୍ ନେଇ ରେକର୍ଡ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696768301.jpg)