Advertisment

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ୨୮୦ ରନରେ ଜିତିଲା ଭାରତ

ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Indian Cricket Players

Indian Cricket Players

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ବଡ଼ ବିଜୟ। ବ୍ୟାଟରଙ୍କ ପରେ ଯାଦୁ ଦେଖାଇଛନ୍ତି ବୋଲର୍। ୨୮୦ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ହାସଲ କରିଛି ରୋହିତ ବାହିନୀ। ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି।

Advertisment

ଚେନ୍ନାଇରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିଲା। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା।

କିନ୍ତୁ ବାଂଲାଦେଶ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। ଫଳରେ ଏହି ମ୍ୟାଚକୁ ୨୮୦ ରନରେ ଜିତି ନେଇଛି ଭାରତ। ବାଂଲାଦେଶର ଦ୍ୱିତୀୟ ପାଳିରେ କମାଲ୍ କରିଛନ୍ତି ସ୍ପିନର୍। ରବିଚନ୍ଦ୍ରନ ଅଶ୍ୱିନୀ ୬ଟି ୱିକେଟ୍ ନେଇ ଥିବାବେଳେ ରବୀନ୍ଦ୍ର ଜାଡେଜା ନେଇଛନ୍ତି ୩ ୱିକେଟ। ସେହିପରି ଯଶପ୍ରୀତ ବୁମରା ଗୋଟିଏ ୱିକେଟ୍ ନେଇଛନ୍ତି।

Advertisment

ଅନ୍ୟପଟେ ଦ୍ୱିତୀୟ ପାଳିରେ ବ୍ୟାଟରଙ୍କ ପକ୍ଷରୁ ଶୁବମନ ଗିଲ୍ ଏବଂ ଋଷଭ ପନ୍ତ ବଡ଼ ପାଳି ଖେଳିଥିଲେ। ଶୁବମନ ଗିଲ୍ ୧୧୯ ରନ୍ କରି ଅପରାଜିତ ରହି ଥିବାବେଳେ ଋଷବ ପନ୍ତ ୧୦୯ ରନ୍ କରିଥିଲେ। ସେହିପରି ଯଶସ୍ୱୀ ଜୈସ୍ୱାଲ ୧୦, ରୋହିତ ଶର୍ମା ୫,ବଂ ବିରାଟ କୋହଲି ୧୭ ରନ୍ କରିଥିଲେ ଏବଂ କେଏଲ ରାହୁଲ ୨୨ ରନ୍ କରି ଅପରାଜିତ ରହିଥିଲେ।

Cricket Sports Ind Vs Ban Test Match