Advertisment

ଇଂଲଣ୍ଡ ବିପକ୍ଷରେ ଆଉ ଏକ ଶତକ ମାରିଲେ ଯଶସ୍ୱୀ

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିଅରର ପ୍ରଥମ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଆଜି ଆଉ ଏକ ଶତକ ମାରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Jaiswal-Gill

Jaiswal-Gill

ଟେଷ୍ଟ କ୍ୟାରିଅରରେ ଆଉ ଏକ ଶତକୀୟ ପାଳି ଖେଳିଛନ୍ତି ଯଶସ୍ୱୀ ଜୈସ୍ୱାଲ। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆଜି ସେ ମାରିଛନ୍ତି ଶତକ। ଏହା ହେଉଛି ଇଂଲଣ୍ଡ ବିରୋଧରେ ତାଙ୍କର ଦ୍ୱିତୀୟ ଶତକ। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ଦ୍ୱିଶତକ ମାରିଥିଲେ।

Advertisment

ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୨୨ଟି ବଲ୍‌ରୁ ୧୦୦ ରନ୍ କରିଥିଲେ ଯଶସ୍ୱୀ। ୯ଟି ଚୌକା ଓ ୫ଟି ଛକା ସହାୟତାରେ ସେ ଶତକ ମାରିଥିଲେ। ଯଶସ୍ୱୀ ଏଯାବତ ୬ଟି ଟେଷ୍ଟ ଖେଳିଥିବା ବେଳେ ଏହା ହେଉଛି ତାଙ୍କର ତୃତୀୟ ଶତକ। ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ମ୍ୟାଚରେ ପ୍ରଥମ ଶତକ ହାସଲ କରିଥିଲେ ଯଶସ୍ୱୀ। 

ଯଶସ୍ୱୀ ଆଜି ୧୩୩ଟି ବଲ୍‌ରୁ ୧୦୪ ରନ୍ କରିଥିବା ବେଳେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନକୁ ଚାଲି ଯାଇଥିଲେ। ଶୁବମନ ଗିଲ୍‌ଙ୍କ ସହିତ ତାଙ୍କର ୧୫୫ ରନ୍‌ର ପାର୍ଟନରଶିପ୍ ହୋଇଥିଲା। 

Advertisment

ଖବର ଲେଖାଯିବା ବେଳକୁ କ୍ରିଜ୍‌ରେ ଅଛନ୍ତି ଶୁବମନ ଗିଲ୍ ଓ କୁଲଦୀପ ଯାଦବ। ଶୁବମନ ୬୨ ରନ୍ କରି ଖେଳୁଥିବା ବେଳେ କୁଲଦୀପ ଖାତା ଖୋଲି ନାହାନ୍ତି। ଅନ୍ୟପକ୍ଷରେ ରଜତ ପଟିଦାର ଶୂନରେ ଆଉଟ୍ ହୋଇଯାଇଥିଲେ। 

ରାଜକୋଟରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ଦଳ ୪୪୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୩୧୯ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତର ଦ୍ୱିତୀୟ ଇନିଂସ ଖେଳ ଜାରି ରହିଥିବା ବେଳେ ଦଳ ୨ଟି ୱିକେଟ୍ ହରାଇ ୩୧୭ ରନ୍‌ର ଲିଡ୍ ନେଇ ସାରିଲାଣି। 

Yashasvi Jaiswal Test Cricket ND Vs ENG IND Vs ENG 3rd Test