Advertisment

ପୁଣି ଅକ୍ଷର ଓ ଅଶ୍ୱିନ୍ ମ୍ୟାଜିକ୍, ଇଂଲଣ୍ଡ ୨୦୫ରେ ଅଲଆଉଟ୍

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ସ୍ପିନରମାନେ ପୁଣିଥରେ କମାଲ୍ କରିଛନ୍ତି। ଘରୋଇ ତାରକା ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ସ୍ପିନ୍ ବଳରେ ଭାରତ ଇଂଲଣ୍ଡ ଟିମକୁ ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ୍ କରିଦେଇଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ (୫୫)ଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୪ଟି […]

ଅଦ୍ୟତନ ହୋଇଛି
ପୁଣି ଅକ୍ଷର ଓ ଅଶ୍ୱିନ୍ ମ୍ୟାଜିକ୍, ଇଂଲଣ୍ଡ ୨୦୫ରେ ଅଲଆଉଟ୍

ashwin

Advertisment

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ସ୍ପିନରମାନେ ପୁଣିଥରେ କମାଲ୍ କରିଛନ୍ତି। ଘରୋଇ ତାରକା ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ସ୍ପିନ୍ ବଳରେ ଭାରତ ଇଂଲଣ୍ଡ ଟିମକୁ ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ୍ କରିଦେଇଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ (୫୫)ଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୪ଟି ଓ ଅଶ୍ୱିନ୍ ୩ଟି ୱିକେଟ୍ ନେଇଛନ୍ତି।

Advertisment

ଉକ୍ତ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ କ୍ୟାପଟେନ୍ ବିରାଟ୍ କୋହଲି କିଛି ଓଭର ପରେ ସ୍ପିନରଙ୍କୁ ଲଗାଇଥିଲେ। ଅକ୍ଷର ପଟେଲ୍ ବୋଲିଂ କରିବାକୁ ଆସିବା ମାତ୍ରକେ ନିଜର ପ୍ରଥମ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍ ସିବଲେ (୨)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ।

ଅକ୍ଷର ନିଜର ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଜାକ୍ କ୍ରଲୀ (୯)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ୧୫ ରନରେ ୨ ୱିକେଟ୍ ହରାଇବା ପରେ ଜୋ ରୁଟଙ୍କ ଉପରେ ଟିମର ବ୍ୟାଟିଂ ନିର୍ଭର କରୁଥିଲେ। କିନ୍ତୁ ରୁଟ୍ ମଧ୍ୟ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ। ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ସୁଯୋଗ ପାଇଥିବା ମହମ୍ମଦ ସିରାଜ ବିରୋଧୀ ଦଳର କ୍ୟାପଟେନ୍ (୫)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ।

Advertisment

ଏହା ପରେ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ଓ ଡାନ୍ ଲରେନ୍ସଙ୍କ ଉପଯୋଗୀ ଇନିଂସ୍ ବଳରେ ଇଂଲଣ୍ଡ ୨୦୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଲରେନ୍ସ ୪୬, ଜନ୍ନି ବେୟାରଷ୍ଟୋ ୨୮ ଓ ଓଲି ପୋପ୍ ୨୯ ରନ୍ କରିଥିଲେ। ଭାରତ ପକ୍ଷରୁ ସିରାଜ୍ ୨ଟି ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe