Advertisment

୧୪୫ ରନରେ ଇଂଲଣ୍ଡ ଅଲ୍ ଆଉଟ୍, ଭାରତ ଆଗରେ ୧୯୨ ରନର ଟାର୍ଗେଟ

ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସର୍ବାଧିକ ୫ ୱିକେଟ୍ ମିଳିଥିବା ବେଳେ କୁଳଦୀପ ଯାଦବ ୪ ୱିକେଟ୍ ନେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
India Players

India Players

ଜଲୱା ଦେଖାଇଲେ ଭାରତୀୟ ବୋଲର। ଦ୍ୱିତୀୟ ଇନିଂସରେ ୧୪୫ ରନରେ ଅଲ୍ ଆଉଟ୍ ଇଂଲିଶ ବାହିନୀ। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସର୍ବାଧିକ ୫ ୱିକେଟ୍ ମିଳିଥିବା ବେଳେ କୁଳଦୀପ ଯାଦବ ନେଇଛନ୍ତି ୪ ୱିକେଟ୍। 

Advertisment

ରାଞ୍ଚିରେ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ଯାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ଇନିଂସରେ ୩୫୩ ରନ୍ କରିଥିଲା ଇଂଲଣ୍ଡ। ଏହାର ଜବାବରେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୪୬ ରନ୍ ପଛରେ ରହି ଯାଇଥିଲା।  

ଆଜି ମ୍ୟାଚର ଚତୁର୍ଥ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଆଗରେ ଧରାସାୟୀ ହୋଇ ଯାଇଛନ୍ତି ଇଂଲିଶ ଟିମ୍। ପ୍ରାରମ୍ଭରୁ ଇଂଲଣ୍ଡକୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବାକୁ ପଡିଥିଲା। ଦଳୀୟ ସ୍କୋର୍ ୧୯ ହୋଇଥିବା ବେଳେ ଇଂଲଣ୍ଡ ୨ଟି ୱିକେଟ୍ ହରାଇଥିଲା। 

Advertisment

ରବିଚନ୍ଦ୍ରନ ଅଶ୍ୱିନ ଓ କୁଳଦୀପ ଯାଦବଙ୍କ ବଲକୁ ସାମ୍ନା କରିପାରି ନଥିଲେ କୌଣସି ଇଂଲିଶ ବ୍ୟାଟର୍।  କେବଳ ଜ୍ୟାକ୍ କ୍ରାୱଲେ ୬୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟମାନେ ଆଖି ଦୃଶିଆ ବ୍ୟାଟିଂ କରିପାରି ନଥିଲେ।

ପାଞ୍ଚ ଟିକିଆ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ସିରିଜ୍ କବଜା କରିବ ଭାରତ। ମାର୍ଚ୍ଚ ୭ରେ ଧର୍ମଶାଳାରେ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।

R Ashwin IND Vs ENG Test Series IND Vs ENG 4th Test