Advertisment

ଶତକରୁ ଅଳ୍ପକେ ବଞ୍ଚିତ ହେଲେ ଶୁବମନ ଗିଲ୍

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଧ୍ୟ ଶୁବମନ ଆଉ ଏକ ଶତକ କରିବା ନେଇ ଆଶା କରାଯାଉଥିଲା। ହେଲେ ସେ ଅଳ୍ପ କିଛି ରନ୍ ବ୍ୟବଧାନରେ ଏଥିରୁ ବଞ୍ଚିତ ହୋଇଛନ୍ତି।

author-image
Debibandita Barick
Shubman Gill

Shubman Gill

ଶତକରୁ ଅଳ୍ପକେ ବଞ୍ଚିତ ହେଲେ ଶୁବମନ ଗିଲ୍। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଧ୍ୟ ଶୁବମନ ଆଉ ଏକ ଶତକ କରିବା ନେଇ ଆଶା କରାଯାଉଥିଲା। ହେଲେ ସେ ଅଳ୍ପ କିଛି ରନ୍ ବ୍ୟବଧାନରେ ଏଥିରୁ ବଞ୍ଚିତ ହୋଇଛନ୍ତି।  

Advertisment

ରାଜକୋଟରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଆଜି ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଜାରି ରଖିଛି ଭାରତ। ଗତକାଲି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୨ ୱିକେଟ ବିନିମୟରେ ୧୯୬ ରନ୍ କରିଥିଲା। ଯଶସ୍ୱୀ ଜୈସ୍ୱାଲ ୧୦୪ ରନ୍ କରି ରିଟାର୍ଡ ହଟ୍ ନେଇ ଯଇଥିବା ବେଳେ ରୋହିତ ଶର୍ମା ୧୯ ରନ୍ କରି ଆଉଟ୍ ହୋଇଥିଲା।

ରୋହିତଙ୍କ ଆଉଟ୍ ପରେ ଶୁବମନ ଗିଲ୍ ଜୈସ୍ୱାଲଙ୍କ ସାଥ୍ ଦେଇଥିଲେ। ଉଭୟ ସତର୍କତାର ସହ ପାଳିକୁ ଆଗେଇ ନେଇଥିଲେ। ଶତକ ପୂରଣ ପରେ ଜୈସ୍ୱାଲ ରିଟାର୍ଡ ହଟ୍ ନେଇ ଯାଇଥିଲେ। ତାଙ୍କ ପରେ ଆସିଥିବା ରଜତ ପଟିଦାର ୧୦ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ କୁଳଦୀପ ଯାଦବ।

Advertisment

ଷ୍ଟମ୍ପ୍ ଅପସାରଣ ବେଳକୁ ଉଭୟ ଯଥାକ୍ରମେ ୬୫ ଓ ୩ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଉଭୟ ପାଳି ଆରମ୍ଭ କରିଥିଲେ। ପାଳି ଆରମ୍ଭରୁ ଶୁବମନ ଭଲ ପ୍ରଦର୍ଶନ କରିଥିଲେ। ସେ ଆଉ ଏକ ଶତକ ପୂରଣ କରିବା ନେଇ ଆଶା କରାଯାଉଥିଲା। ମାତ୍ର ୯୧ ରନ୍ କରିଥିବା ବେଳେ ରନ୍ ଆଉଟର ଶିକାର ହୋଇଥିଲେ ଗିଲ୍। 

ସେ ଆଉଟ୍ ହେବା ପରେ ଜୈସ୍ୱାଲ ପୁନର୍ବାର ବ୍ୟାଟିଂ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ୩ ୱିକେଟରେ ୨୫୨ ରନ୍ କରିଥିଲା। ଏହାର ଅର୍ଥ ଭାରତ ଇଂଲଣ୍ଡଠାରୁ ୩୭୮ ରନରେ ଆଗୁଆ ରହିଛି।