Advertisment

ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ, ଇଂଲଣ୍ଡକୁ ୧୦୬ ରନରେ ହରାଇଲା

୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ।

ଅଦ୍ୟତନ ହୋଇଛି
Team India

Team India

Advertisment

ଭାରତର ବୃହତ ବିଜୟ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଟିମ୍‌ ଇଣ୍ଡିଆ। ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜ୍‌ରେ ସ୍ଥିତି ବରାବର କରିଛି ଭାରତ। କାରଣ ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିଲା। 

Advertisment

ପ୍ରଥମ ଇନିଂସରେ ୧୪୩ ରନ୍‌ର ଲିଡ୍ ପାଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ତା’ ଭିତରେ ଥିଲା ଶୁବମନ ଗିଲ୍‌ଙ୍କ ଶତକ। ସେ ୧୦୪ ରନ୍ କରିଥିଲେ। 

ଇଂଲଣ୍ଡ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଓପନର ଜ୍ୟାକ୍ କ୍ରାଉଲୀ ସର୍ବାଧିକ ୭୩ ରନ୍ କରିଥିଲେ। 

Advertisment

ବେନ୍‌ ଡକେଟ୍‌ ୨୮ ରନ୍ କରିଥିବା ବେଳେ ରେହାନ ଅହମଦ ୨୩, ଓଲି ପପ୍‌ ୨୩, ଜୋ ରୁଟ୍ ୧୬, ଜନି ବେୟାରଷ୍ଟୋ ୨୬ ଓ ଅଧିନାୟକ ବେନ୍ ଷ୍ଟୋକ୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ଫୋକ୍‌ସ ଓ ଟମ୍ ହାର୍ଟଲୀ ବେଶ୍ କିଛି ସମୟ ଧରି ପାଳିକୁ ସମ୍ଭାଳି ଥିଲେ। କିନ୍ତୁ ସେମାନେ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ପାରି ନଥିଲେ। ସେହିପରି ଶୋଏବ ବଶୀର ଖାତା ଖୋଲି ପାରି ନଥିବା ବେଳେ ଜେମ୍‌ସ ଆଣ୍ଡରସନ୍ ୫ ରନ୍ କରି ଅପରାଜିତ ରହିଥିଲେ। 

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।   

ଭାରତ ପ୍ରଥମ ଇନିଂସରେ ୩୯୬ ରନ୍ କରିଥିବା ବେଳେ ଇଂଲଣ୍ଡ ୨୫୩ ରନ୍ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୨ ରନ୍ କରିଥିଲା। ଖେଳ ୪ ଦିନରେ ଶେଷ ହୋଇଗଲା। 

ତୃତୀୟ ଟେଷ୍ଟ ମ୍ୟାଚ୍ ରାଜକୋଟରେ ଖେଳା ଯିବ। ଫେବ୍ରୁଆରୀ ୧୫ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହେବ। 

Cricket Sports Test Match IND Vs ENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe