Advertisment

ଶୁବମନଙ୍କ ଶତକ, ଇଂଲଣ୍ଡ ଆଗରେ ୩୯୯ ରନ୍‌ର ଟାର୍ଗେଟ

ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Subman Gill

Subman Gill

ବିଶାଖାପାଟନମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩୯୯ ରନ୍‌ର ଟାର୍ଗେଟ ଦେଲା ଭାରତ। ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଲଗାତାର ତିନିଟି ଇନିଂସରେ ଖରାପ ପ୍ରଦର୍ଶନ କରିଥିବା ଶୁବମନ ଗିଲ୍ ଆଜି କମବ୍ୟାକ୍ କରିଛନ୍ତି। ୧୩୨ଟି ବଲରେ ଶତକ କରିଛନ୍ତି ଶୁବମନ। ଏଥିରେ ୧୧ଟି ଚୌକା ଓ ୨ଟି ଛକା ରହିଛି। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ ଶତକ। 

Advertisment

ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୫୩ ରନ୍‌ରେ ଅଲ୍ ଆଉଟ୍ ହୋଇଯିବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ରନ୍ ଓ ଯଶସ୍ୱୀ ଜୈସ୍ୱାଲ ୧୫ ରନ୍ କରି ଅପରାଜିତ ଥିଲେ। ଆଜି ପୁଣି ଏହି ଓପନର ଯୋଡ଼ି ଦଳର ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଦୁହେଁ ଆଉଟ୍ ହୋଇଯାଇଥିଲେ।

ରୋହିତ ୧୩ ରନ୍‌ରେ ଆଉଟ୍ ହୋଇଯିବା ପରେ ଯଶସ୍ୱୀ ଆଉ ୨ ରନ୍ କରି ୧୭ ରନ୍‌ରେ ପାଭିଲିଅନ ଫେରିଥିଲେ। ଏହାପରେ ତିନି ନଂରେ ଆସିଥିବା ଶୁବମନ ଗିଲ୍ ଏବଂ ଶ୍ରେୟସ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୮୧ ରନ୍‌ର ପାର୍ଟନରଶିପ ହୋଇଥିଲା। କିନ୍ତୁ ୨୯ ରନ୍ କରିଥିବା ବେଳେ ଟମ୍‌ ହାର୍ଟଲୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଶ୍ରେୟସ। ପରେ ପରେ ରଜତ ପଟିଦାର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ପଟିଦାର ପାଭିଲିଅନ ଫେରିବା ପରେ ଗିଲଙ୍କ ସାଥ୍ ଦେଇଥିଲେ ଅକ୍ଷର ପଟେଲ। 

Advertisment

ପଞ୍ଚମ ୱିକେଟ୍‌ରେ ଶୁବମନ ଗିଲ୍ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ୮୯ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଶୁବମନ ଗିଲ୍ ୧୦୪ ରନ୍ (୧୪୭ ବଲ୍‌) କରି ଆଉଟ୍ ହୋଇଯାଇଥିଲେ। ଶୁବମନଙ୍କ ପରେ ଅକ୍ଷର ମଧ୍ୟ ୪୫ ରନ୍ କରିଥିବା ବେଳେ ଟମ୍ ହାର୍ଟଲିଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ। 

ଶ୍ରିକାର ଭରତ ଏବଂ ରବୀଚନ୍ଦ୍ରନ ଅଶ୍ୱିନୀ ଲମ୍ବା ପାଳି ଖେଳିବା ନେଇ ଆଶା କରାଯାଉଥିଲା। ମାତ୍ର ନିରାଶ କରିଥିଲେ ଶ୍ରିକାର। ସେ ମାତ୍ର ୬ ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ ମୈଦାନକୁ ଆସିଥିବା କୁଳଦ୍ୱୀପ ଯାଦବ, ଯଶପ୍ରୀତ ବୁମରା ଏବଂ ମୁକେଶ କୁମାର ଖାତା ଖୋଲି ପାରିନଥିଲେ। ମୁକେଶ ଅପରାଜିତ ରହିଥିଲେ, କିନ୍ତୁ ଅଶ୍ୱିନୀ ୨୯ ରନ୍ କରିଥିବା ବେଳେ ରେହାନ ଅହମଦଙ୍କ ବଲର ଶିକାର ହୋଇଥିଲେ।

ଏହି ସମୟରେ ଭାରତ ସମସ୍ତ ୱିକେଟ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲିଙ୍କୁ ସର୍ବାଧିକ ଚାରି ୱିକେଟ୍ ମିଳିଛି। 

Cricket Sports Test Match IndVsEng Test Subman Gill