Advertisment

'ଯଶ' ଅର୍ଜିଲେ ଯଶସ୍ୱୀ; ଟେଷ୍ଟ କ୍ୟାରିଅରରେ ହାସଲ କଲେ ପ୍ରଥମ ଦ୍ୱିଶତକ

କ୍ୟାରିଅରରେ ପ୍ରଥମ ଦ୍ୱିଶତକୀୟ ପାଳି ଖେଳି ରେକର୍ଡ କରିଛନ୍ତି ଯଶସ୍ୱୀ ଜୈସ୍ୱାଲ।

ଅଦ୍ୟତନ ହୋଇଛି
yashasvi jaiswal

yashasvi jaiswal

Advertisment

ଟେଷ୍ଟ କ୍ରିକେଟରେ 'ଯଶ' ଅର୍ଜିଛନ୍ତି ଯଶସ୍ୱୀ ଜୈସ୍ୱାଲ। କ୍ୟାରିଅରରେ ପ୍ରଥମ ଦ୍ୱିଶତକୀୟ ପାଳି ଖେଳି ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି।

Advertisment

ବିଶାଖାପାଟନମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ କରିଛନ୍ତି ଯଶସ୍ୱୀ। ଗତକାଲି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ସେ ୧୭୯ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁନଃ ପାଳି ଆରମ୍ଭ କରି କ୍ୟାରିଆରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ୨୯୦ ବଲରେ ୨୦୯ ରନ୍ ସଂଗ୍ରହ କରିଛନ୍ତି ଯଶସ୍ୱୀ।

Advertisment

ଏଥିମଧ୍ୟରେ ୧୮ଟି ଚୌକା ଏବଂ ୭ଟି ଛକା ରହିଛି। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଡେବ୍ୟୁ ମ୍ୟାଚରେ ଦ୍ୱିଶତକରୁ ସାମାନ୍ୟ ପଛରେ ରହି ଯାଇଥିଲେ ଜୈସ୍ୱାଲ। ଡେବ୍ୟୁ ମ୍ୟାଚରେ ସେ ୧୭୧ ରନ୍ କରିଥିଲେ। ଏହି ରେକର୍ଡ ସହ ଯଶସ୍ୱୀ ଦ୍ୱିଶତକ ହାସଲ କରିବାରେ ଭାରତର ତୃତୀୟ ସର୍ବକନିଷ୍ଟ କ୍ରିକେଟର ହେବା ସହ ଚତୁର୍ଥ ବାମହାତି ବ୍ୟାଟର ହୋଇଛନ୍ତି। 

ପୂର୍ବରୁ ବିନୋଦ କାମ୍ବଲି, ସୌରଭ ଗାଙ୍ଗୁଲି ଏବଂ ଗୌତମ ଗମ୍ଭୀର ବାମହାତି ବ୍ୟାଟର ଭାବେ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିଲେ। ସେହିପରି ବିନୋଦ କାମ୍ବଲି ୧୯୯୩ ମସିହାରେ ୱାଙ୍ଖଡେରେ ଇଂଲଣ୍ଡ ବିପକ୍ଷରେ ୨୧ ବର୍ଷ ୩୨ ଦିନ ବୟସରେ ଦ୍ୱିଶତକ ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ଅଟନ୍ତି। ତାଙ୍କ ପରେ ସୁନିଲ ଗାଭାସ୍କର ୨୧ ବର୍ଷ ୨୭୭ ଦିନ ବୟସରେ ଟେଷ୍ଟ କ୍ରିକେଟ ଇତିହାସରେ ଭାବେ ଡବଲ୍ ସେଞ୍ଚୁରି ମାରିଥିଲେ।ଯଶସ୍ୱୀ ୨୨ ବର୍ଷ ୭୭ ଦିନ ବୟସରେ ଏହି କୃତିତ୍ୱ ସହ ତୃତୀୟ ସ୍ଥାନରେ ରହିଛନ୍ତି। 

Yashasvi Jaiswal Test Cricket IND Vs ENG Yashasvi Jaiswal Double Century
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe