Advertisment

ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ; ଟସ୍ ଜିତି ବ୍ୟାଟିଂ କରୁଛି କ୍ୱିୱି ଦଳ

ବେଙ୍ଗାଲୁର ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ କରିଛି ଦଳ।

author-image
Debibandita Barick
ଅଦ୍ୟତନ ହୋଇଛି
Indian Players

Indian Players

ଆଜିଠାରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି କ୍ୱିୱି ବାହିନୀ। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଖବର ଲେଖା ହେବା ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଗୋଟିଏ ୱିକେଟ ହରାଇ ୩୨ ରନ୍ କରିଥିଲା।

Advertisment

ଦଳ ପକ୍ଷରୁ ଡେଭନ କନୱେ ଏବଂ ୱିଲ୍ ୟଙ୍କ୍ ବ୍ୟାଟିଂ କରୁଥିଲେ। ଉଭୟ ଯଥାକ୍ରମେ ୧୭ ଏବଂ ୧ ରନ୍ କରି ଖେଳ ଜାରି ରଖିଥିଲେ। ସେହିପରି ଟମ୍ ଲାଥମ ୧୫ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ବେଙ୍ଗାଲୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତକୁ ତା'ର ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲ୍ ଆଉଟ୍ କରାଇ ନେଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ଭଲ ଖେଳିଥିଲେ ମଧ୍ୟ ହାତରୁ ଚାଲି ଯାଇଥିଲା ଏହି ମ୍ୟାଚ୍।

Advertisment

ତେଣୁ ପୁଣେ ଟେଷ୍ଟରେ ବଦଲା ଲକ୍ଷରେ ରହିଛି ରୋହିତ ବାହିନୀ। ସେହିପରି ପ୍ରଥମ ମ୍ୟାଚ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡର ମନୋବଳ ମଧ୍ୟ ଦୃଢ ରହିଛି। ତେଣୁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ତେବେ ଦ୍ୱିତୀୟ ଟେଷ୍ଟର ବାଜି କିଏ ମାରୁଛି, ତା' ଉପରେ ନଜର। 

ଅନ୍ୟପଟେ, ଭାରତ ତାର ସ୍କ୍ୱାର୍ଡରେ ପରିବର୍ତ୍ତନ କରିଛି। ବେଙ୍ଗାଲୁର ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ କରିଛି ଦଳ। କେଏଲ ରାହୁଲ ଏବଂ କୁଳଦୀପ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି। ସେହିପରି ପ୍ଲେଇଂ ଇଲେଭେନରେ ଯୋଗ ଦେଇଛନ୍ତି ୱାଶିଂଟନ ସୁନ୍ଦର।

ଭାରତର ଚୂଡ଼ାନ୍ତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ, ରୋହିତ ଶର୍ମା (କ୍ୟାପ୍ଟେନ), ଶୁଭମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ଲିକେଟ କିପର୍), ସରଫରାଜ ଖାନ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା।

IND Vs NZ 2nd Test Test Cricket Ind Vs Nz Test Match