pak
ଦୁବାଇ: ଏସିଆ କପରେ ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା। ସୁପର ଫୋରରେ ସାମ୍ନାସାମ୍ନି ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା ଭାରତ। ଆଜି ଏସିଆ କପର ଏକ ମ୍ୟାଚ୍ରେ ହଂକଂକୁ ହରାଇ ସୁପର ଫୋରରେ ପହଞ୍ଚିଛି ପାକିସ୍ତାନ। ତେଣୁ ଏହି ଦୁଇ ଦେଶ ଟିମ୍ ସାମ୍ନାସାମ୍ନି ହେବା ପକ୍କା ହୋଇଛି।
ହଂକଂକୁ ୧୫୫ ରନରେ ହରାଇ ସୁପର ଫୋରକୁ ଗଲା ପାକିସ୍ତାନ। ପାକିସ୍ତାନର ୧୯୩/୨ ରନ୍ ଜବାବରେ ହଂକଂ ୩୮ରେ ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଚମତ୍କାର ବ୍ୟାଟିଂ ସାଙ୍ଗକୁ ବୋଲି ପ୍ରତିପକ୍ଷକୁ ଚିତ୍ କରିଦେଇଥିଲା।
ତେଣୁ ଭାରତ-ପାକିସ୍ତାନ ଭିତରେ ସୁପର ଫୋର ମ୍ୟାଚ୍ ଖୁବ୍ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଆଶା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/pak.jpg)