Advertisment

IND Vs Pak: ପାକିସ୍ତାନ ସହ ବିବାଦ: ଭାରତ ବାହାରକୁ ଯିବ ଆଗାମୀ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି!

୨୦୧୫ରେ ଦିନିକିଆ ବିଶ୍ୱକପ ଓ ୨୦୨୨ ଟି-୨୦ ବିଶ୍ୱକପ ଆୟୋଜନ ଅଷ୍ଟ୍ରେଲିଆ ସଫଳତାର ସହ କରିଥିଲା। ତେଣୁ ଭାରତ ବଦଳରେ ଅଷ୍ଟ୍ରେଲିଆକୁ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଦେଇପାରେ ଆଇସିସି।

Pakistan

ପାକିସ୍ତାନ ଓ ଭାରତର ଅଧିନାୟକ (ଫାଇଲ ଫଟୋ)

Advertisment

ଭାରତ ଓ ପାକିସ୍ତାନ(IND Vs Pak) ମଧ୍ୟରେ ଲାଗିଥିବା ତିକ୍ତତା କାରଣରୁ ବଡ଼ ପଦକ୍ଷେପ ନେବା ମୁଡରେ ରହିଛି ଆଇସିସି। ଭବିଷ୍ୟତରେ ଖେଳା ଯିବକୁ ଥିବା ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ଆଇସିସି ଭାରତ ବାହାରେ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି। ଏନେଇ ଅଷ୍ଟ୍ରେଲିଆର ଦ ଏଜ ରିପୋର୍ଟ ପ୍ରକାଶ କରିଛି।

Advertisment

ଉକ୍ତ ଗଣମାଧ୍ୟମର ରିପୋର୍ଟରେ ଦାବି କରାଯାଇଛି ଯେ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପକୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ଆଇସିସି। ଭାରତ ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ପକ୍ଷରୁ ଭାରତରେ ଖେଳିବାକୁ ମନା କରାଯାଉଥିବାରୁ ଆଇସିସି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷ କରି ଲଜିଷ୍ଟିକ ସମସ୍ୟାର ସାମ୍ନାକୁ କରୁଛି ଆଇସିସି। ଏଥିପାଇଁ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ ଭାରତ ବାହାରକୁ ନେବାକୁ ‌ବିଚାର କରୁଛି। 

୨୦୧୫ରେ ଦିନିକିଆ ବିଶ୍ୱକପ ଓ ୨୦୨୨ ଟି-୨୦ ବିଶ୍ୱକପ ଆୟୋଜନ ଅଷ୍ଟ୍ରେଲିଆ ସଫଳତାର ସହ କରିଥିଲା। ତେଣୁ ଭାରତ ବଦଳରେ ଅଷ୍ଟ୍ରେଲିଆକୁ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଦେଇପାରେ ଆଇସିସି। କିନ୍ତୁ ଏନେଇ ଏଯାଏ କୌଣସି ବିଧିବଦ୍ଧ ନିଷ୍ପତ୍ତି ଏଯାଏ ହୋଇନି। 

Advertisment

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ପରସ୍ପରର ଦେଶକୁ ଗସ୍ତ କରିବେ ନାହିଁ ବୋଲି ଆଇସିସି ସହ ଡିଲ କରିଛନ୍ତି। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିଥିଲା। ଏହି ସମୟରେ ୨୦୨୭ ଉଭୟ ଦେଶ କୌଣସି ମ୍ୟାଚ୍‌ ଖେଳିବାକୁ ପରସ୍ପରର ଦେଶକୁ ଯିବେ ନାହିଁ ବୋଲି ଡିଲ ହୋଇଥିଲା। ଏବେ ବି ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାରୁ ଏହି ସମୟସୀମା ଆହୁରି ବୃଦ୍ଧି କରିବା ମୁଡରେ ରହିଛି ଆଇସିସି। 

ଏପ୍ରିଲ ୨୨ ପହଲଗାମ ନରସଂହାର ଯୋଗୁ ଏସିଆ କପ ବେଳେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ପାରମ୍ପରିକ ଭାବେ ହାତ ମିଳାଇ ନଥିଲା। ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଅପେକ୍ଷା କରିଥିଲେ ହେଁ ସୂର୍ଯ୍ୟ କୁମାର ଯାଦବ କିମ୍ବା ଭାରତର କୌଣସି କ୍ରିକେଟର ହାତ ମିଳାଇ ନଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା।

ସେହିପରି ଏସିଆ କପ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶୀନ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରି ନଥିଲେ। ଏହାର ପ୍ରଭାବ ଫେବୃଆରୀ ୧୫ ତାରିଖ ବିଶ୍ୱକପ ବେଳେ ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦେଶର ଖେଳାଳି ପୁଣି ପରସ୍ପର ସହ ହାତ ମିଳାଇ ନଥିଲେ। ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। 

IND Vs PAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe