Advertisment

ଆଜି ଭାରତ-ଦ.ଆଫ୍ରିକା ନିର୍ଣ୍ଣାୟକ ଲଢେଇ; ସିରିଜ୍ କବଜା ଲକ୍ଷ୍ୟରେ ଉଭୟ ଦଳ

ତିନି ଟିକିଆ ମ୍ୟାଚରେ ୧-୧ରେ ସିରିଜ୍ ବରାବର ରହିଛି।

author-image
Debibandita Barick
Ind Vs SA Match

Ind Vs SA Match

ଆଜି ଦକ୍ଷିଣ ଆଫ୍ରିକାର ବୋଲେଂଡ ପାର୍କ ଷ୍ଟାଡିୟମରେ ଘରୋଇ ଟିମକୁ ଭେଟିବ ରାହୁଲ ବାହିନୀ। ତିନି ଟିକିଆ ମ୍ୟାଚରେ ଉଭୟ ଦଳ ୧-୧ରେ ସିରିଜ୍ ବରାବର ରଖିଥିବାରୁ ଆଜି ଏକ ନିର୍ଣ୍ଣାୟକ ଲଢେଇ ହେବ। ଉଭୟ ଦଳ ଏହି ମ୍ୟାଚକୁ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବେ। 

Advertisment

ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ଥିଲେ ବି ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଉଭୟ ବୋଲିଂ ଓ ବ୍ୟାଟିଂ ଲାଇନରେ ଶାଣିତ ପ୍ରଦର୍ଶନ କରିଥିଲା। କିନ୍ତୁ ଦଳ ଦ୍ୱିତୀୟ ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲା। ଅଧିନାୟକ କେ.ଏଲ ରାହୁଲ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକୀୟ ପାଳୀ ଖେଳି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ।

ଦିନିକିଆ ଡେବ୍ୟୁ କରିଥିବା ରିଙ୍କୁଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ନିରାଶ କରିଥିଲେ ରିଙ୍କୁ। ସେହିପରି ପ୍ରଥମ ମ୍ୟାଚରେ ପାଞ୍ଚ ୱିକେଟ୍ ନେଇଥିବା ଅର୍ଶଦୀପଙ୍କ ବଲ୍ ମଧ୍ୟ ବିଶେଷ କାମ କରିନଥିଲା। ମୁକେଶ କୁମାର ଓ ଅଭେଶ ଖାନଙ୍କ ବଲ୍ ମଧ୍ୟ ଯାଦୁ ଦେଖାଇ ପାରିନଥିଲା। ତେଣୁ ପୂର୍ବ ମ୍ୟାଚର ଭୁଲ୍ ସୁଧାରି ଭାରତ ଆଜି ସିରିଜ୍ କବଜା ପାଇଁ ଶତ ପ୍ରଚେଷ୍ଟା କରିବ।

Advertisment

ସେହିପରି ଘରୋଇ ମାଟିରେ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ଟିମ୍। ଉଭୟ ଦଳରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ।  

Cricket Ind Vs SA Ind Vs SA 3rd ODI