ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ। ବିଶ୍ୱକପ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପ୍ରଥମ କରି ଦିନିକିଆ ମୁକାବିଲା କରୁଛି। ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉ ଥିବାବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା।
Debut for @sais_1509 👍 👍
— BCCI (@BCCI) December 17, 2023
🚨 Here's #TeamIndia's Playing XI 🔽
Follow the Match ▶️ https://t.co/tHxu0nUwwH #SAvIND pic.twitter.com/ZyUPgQzO8d
ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଥିବାବେଳେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଛନ୍ତି ଯୁବବାହିନୀ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ଖେଳି ସାରିଛି ଟିମ୍ ଇଣ୍ଡିଆ। ଟି-20 ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ।
ଆଜିର ମ୍ୟାଚରେ ବି ସାଇ ସୁଦର୍ଶନ ଡେବ୍ୟୁ କରୁଛନ୍ତି। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେ 2022ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିଲେ।
ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ: କେ.ଏଲ ରାହୁଲ(କ୍ୟାପ୍ଟେନ), ଋତୁରାଜ ଗାଏକ୍ୱାଡ, ବି ସାଇ ସୁଦର୍ଶନ, ଶ୍ରେୟସ ଆୟର(ଭାଇସ୍ କ୍ୟାପ୍ଟେନ), ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ସର ପଟେଲ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।