Advertisment

Ind Vs SA 1st ODI: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଭାରତ-ଦକ୍ଷିଣ ଆଫ୍ରିକା।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ। ବିଶ୍ୱକପ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପ୍ରଥମ କରି ଦିନିକିଆ ମୁକାବିଲା କରୁଛି। ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉ ଥିବାବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା।

Advertisment

ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଥିବାବେଳେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଛନ୍ତି ଯୁବବାହିନୀ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ଖେଳି ସାରିଛି ଟିମ୍ ଇଣ୍ଡିଆ। ଟି-20 ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ।

Advertisment

ଆଜିର ମ୍ୟାଚରେ ବି ସାଇ ସୁଦର୍ଶନ ଡେବ୍ୟୁ କରୁଛନ୍ତି। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେ 2022ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିଲେ। 

ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ: କେ.ଏଲ ରାହୁଲ(କ୍ୟାପ୍ଟେନ), ଋତୁରାଜ ଗାଏକ୍ୱାଡ, ବି ସାଇ ସୁଦର୍ଶନ, ଶ୍ରେୟସ ଆୟର(ଭାଇସ୍ କ୍ୟାପ୍ଟେନ), ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ସର ପଟେଲ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର। 

Indian Cricket Team Cricket Ind Vs SA ODI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe