Advertisment

ପାକିସ୍ତାନକୁ ହରାଇଲା ଭାରତ, ୮ ୱିକେଟରେ ବିଜୟୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ମହିଳା ଦଳର ଉତ୍ତମ ବୋଲି ପରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା। ପରେ ଭାରତୀୟ ଦଳ ୨ ୱିକେଟ ହରାଇ ୧୦୨ ରନ୍ କରିବା ସହ ବିଜୟୀ ହୋଇଥିଲା। ୮ ୱିକେଟରେ ମ୍ୟାଚ ଜିତି ଭାରତୀୟ ଦଳର ମନବଳ ଦୃଢ଼ ହୋଇଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ […]

ଅଦ୍ୟତନ ହୋଇଛି
ପାକିସ୍ତାନକୁ ହରାଇଲା ଭାରତ, ୮ ୱିକେଟରେ ବିଜୟୀ

Ind-

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ମହିଳା ଦଳର ଉତ୍ତମ ବୋଲି ପରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା। ପରେ ଭାରତୀୟ ଦଳ ୨ ୱିକେଟ ହରାଇ ୧୦୨ ରନ୍ କରିବା ସହ ବିଜୟୀ ହୋଇଥିଲା। ୮ ୱିକେଟରେ ମ୍ୟାଚ ଜିତି ଭାରତୀୟ ଦଳର ମନବଳ ଦୃଢ଼ ହୋଇଛି।

Advertisment

୧୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇଥିବା ଭାରତୀୟ ଦୁଇ ଓପନରଙ୍କ ଭିତରୁ ସେଫାଳି ବର୍ମା ୧୬ ରନ କରି ଆଉଟ ହୋଇଥିଲେ। ହେଲେ ସ୍ମୃତି ମନ୍ଧାନା କ୍ରିଜ୍‌ରେ ଜମି ରହି ୪୨ ବଲ୍‌ରେ ଅପରାଜିତ ୬୩ ରନ କରିଥିଲେ। ଯାହା ଭିତରେ ୩ ଛକା ୮ ଚୌକା ଥିଲା।

ତେବେ ଦ୍ୱିତୀୟ ୱିକେଟ ଭାବେ ସବଭିନେଇ ମେଘନା ୧୪ ରନ୍‌ରେ ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିବା ଜେମିମା ରୋଡ୍ରିଗଜ୍ ୨ ରନ୍ କରି ଅପରାଜିତ ଥିଲେ। ମନ୍ଧନା ଚୌକା ମାରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ୧୧.୪ ଓଭର ଖେଳି ଭାରତ ବିଜୟ ଲକ୍ଷ୍ୟ ପୂରଣ କରିଥିଲା।

Advertisment
CWG 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe