Advertisment

ପ୍ରଥମ ଦିନରେ ଇଂଲଣ୍ଡ ୨୦୫, ଭାରତ ୨୪/୧

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ମ୍ୟାଚର ପ୍ରଥମ ଦିନ ଭାରତ ନାଁରେ ରହିଛି। ପୁଣିଥରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଭାରତର ଦୁଇ ଇନଫର୍ମ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ପ୍ରଥମ ଇନିଂସରେ ୨୦୫ ରନ୍ କରି ଅଲଆଉଟ୍ ହୋଇଛି। ଏହାର ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ […]

ପ୍ରଥମ ଦିନରେ ଇଂଲଣ୍ଡ ୨୦୫, ଭାରତ ୨୪/୧

Rohrt-Sharma

Advertisment

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ମ୍ୟାଚର ପ୍ରଥମ ଦିନ ଭାରତ ନାଁରେ ରହିଛି। ପୁଣିଥରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଭାରତର ଦୁଇ ଇନଫର୍ମ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ପ୍ରଥମ ଇନିଂସରେ ୨୦୫ ରନ୍ କରି ଅଲଆଉଟ୍ ହୋଇଛି।

Advertisment

ଏହାର ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୨୪ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୧୫ ଓ ଚେତେଶ୍ୱର ପୂଜାରା ୮ ରନ୍ କରି ଅପରାଜିତ ରହିଛନ୍ତି। ଶୁବମନ୍ ଗିଲ୍ ପୁଣିଥରେ ନିରାଶ କରି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି। ଇଂଲଣ୍ଡର ଅଭିଜ୍ଞ ପେସର୍ ଜେମ୍ସ ଆଣ୍ଡରସନ୍ ଏହି ୱିକେଟ୍ ନେଇଛନ୍ତି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ (୫୫)ଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୪ଟି ଓ ଅଶ୍ୱିନ୍ ୩ଟି ୱିକେଟ୍ ନେଇଛନ୍ତି।

[caption id="" align="aligncenter" width="1000"]publive-image ଏଲ୍‌ବିଡବ୍ଲ୍ୟୁ ଅପିଲ୍ କରୁଛନ୍ତି ଜେମ୍ସ ଆଣ୍ଡରସନ୍[/caption]

Advertisment

ଉକ୍ତ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ କ୍ୟାପଟେନ୍ ବିରାଟ୍ କୋହଲି କିଛି ଓଭର ପରେ ସ୍ପିନରଙ୍କୁ ଲଗାଇଥିଲେ। ଅକ୍ଷର ପଟେଲ୍ ବୋଲିଂ କରିବାକୁ ଆସିବା ମାତ୍ରକେ ନିଜର ପ୍ରଥମ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍ ସିବଲେ (୨)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଅକ୍ଷର ନିଜର ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଜାକ୍ କ୍ରଲୀ (୯)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ୧୫ ରନରେ ୨ ୱିକେଟ୍ ହରାଇବା ପରେ ଜୋ ରୁଟଙ୍କ ଉପରେ ଟିମର ବ୍ୟାଟିଂ ନିର୍ଭର କରୁଥିଲେ। କିନ୍ତୁ ରୁଟ୍ ମଧ୍ୟ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ। ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ସୁଯୋଗ ପାଇଥିବା ମହମ୍ମଦ ସିରାଜ ବିରୋଧୀ ଦଳର କ୍ୟାପଟେନ୍ (୫)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ।

[caption id="" align="aligncenter" width="1000"]publive-image ଅର୍ଦ୍ଧଶତକ ପୂରଣ କରିବା ପରେ ବେନ୍ ଷ୍ଟୋକ୍ସ[/caption]

ତୃତୀୟ ଟେଷ୍ଟର ଉଭୟ ଇନିଂସରେ ଖାତା ଖୋଲିପାରିନଥିବା ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। କିନ୍ତୁ ଦ୍ୱିତୀୟ ସେସନ୍ ଆରମ୍ଭରୁ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ମହମ୍ମଦ ସିରାଜ୍। ସିରାଜ୍ ସେଟ୍ ବ୍ୟାଟ୍ସମ୍ୟାନ୍ ବେୟାରଷ୍ଟୋ (୨୮)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଷ୍ଟୋକ୍ସ ଓ ଓଲି ପୋପ୍ ପଞ୍ଚମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଷ୍ଟୋକ୍ସ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ, ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଷ୍ଟୋକ୍ସ ୧୨୧ ବଲରେ ୬ ଚୌକା ଓ ୨ ଛକା ସହ ୫୫ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ।

[caption id="" align="aligncenter" width="1400"]publive-image ଜୋ ରୁଟ୍‌ଙ୍କୁ ଆଉଟ୍ କରିବା ପରେ ଖୁସି ମନାଉଛନ୍ତି ମହମ୍ମଦ ସିରାଜ[/caption]

ପୋପଙ୍କ ସହ ମିଶି ଡାନ୍ ଲରେନ୍ସ ୪୫ ରନର ପାର୍ଟନରଶିପ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଅଶ୍ୱିନ ଭାଙ୍ଗିବାରେ ସଫଳ ହୋଇଥିଲେ। ପୋପ୍ ମାତ୍ର ୨୯ ରନ୍ କରି ଅଶ୍ୱିନଙ୍କ ବଲରେ ଶୁବମନ୍ ଗିଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଇଂଲଣ୍ଡ ତା'ର ଶେଷ ୪ ୱିକେଟ୍ ୩୯ ରନରେ ହରାଇ ଅଲଆଉଟ୍ ହୋଇଯାଇଥିଲା। ୱିକେଟକିପର ବ୍ୟାଟ୍ସମ୍ୟାନ୍ ବେନ୍ ଫୋକ୍ସ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଲରେନ୍ସ ୪୬ (୭୪ ବଲ୍ , ୮ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଡମ୍ ବେସ୍ ୩ ଓ ଜ୍ୟାକ୍ ଲିଚ୍ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ୧୦ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୬୮ ରନ୍ ଦେଇ ୪ଟି ଓ ଅଶ୍ୱିନ୍ ୪୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ସିରାଜ୍ ୨ଟି ଓ ସୁନ୍ଦର ଗୋଟିଏ ସଫଳତା ପାଇଛନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe