Advertisment

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ

ରାହୁଲ ୬୬, ବିରାଟ ୫୪ ଓ ରୋହିତ ଶର୍ମା ୪୭ ରନର ଇନିଂସ ଖେଳିଛନ୍ତି। ସୂର୍ଯ୍ୟ କୁମାର ଯାଦବ ୨୮ଟି ବଲ ଖେଳିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବ୍ୟାଟରୁ ଆଦୌ ବଡ଼ ଶଟ ଦେଖିବାକୁ ମିଳି ନାହିଁ। ସେ କେବଳ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ।

ଅଦ୍ୟତନ ହୋଇଛି
AUS

AUS

Advertisment

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଫ୍ଲପ ଶୋ’। ଫାଇନାଲ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ବିରାଟ କୋହଲି ଓ କେଏଲ ରାହୁଲ ଅର୍ଦ୍ଧଶତକ କରିଛନ୍ତି। କିନ୍ତୁ ପୂରା ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏବେ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା ହେବା ପାଇଁ ୨୪୧ ରନର ଟାର୍ଗେଟ ମିଳିଛି।

Advertisment

ରାହୁଲ ୬୬, ବିରାଟ ୫୪ ଓ ରୋହିତ ଶର୍ମା ୪୭ ରନର ଇନିଂସ ଖେଳିଛନ୍ତି। ସୂର୍ଯ୍ୟ କୁମାର ଯାଦବ ୨୮ଟି ବଲ ଖେଳିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବ୍ୟାଟରୁ ଆଦୌ ବଡ଼ ଶଟ ଦେଖିବାକୁ ମିଳି ନାହିଁ। ସେ କେବଳ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ।

ଲକ୍ଷରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଦୀର୍ଘ ୧୨ ବର୍ଷ ପରେ ଭାରତ ଫାଇନାଲ ଖେଳୁଥିବା ବେଳେ ଅଧିନାୟକ ରୋହିତ ଟସ୍‌ ହାରି ଯାଇଥିଲେ। ତେବେ ସେ ସବୁ ମ୍ୟାଚ୍‌ ଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଅନ୍ୟତମ ଓପନର ଶୁବମନ ଗିଲ(୪) ସାଥ ଦେଇ ନଥିଲେ। ଦଳୀୟ ସ୍କୋର ୩୦ ଥିବା ବେଳେ ଗିଲ୍‌ ଆଉଟ ହୋଇଥିଲେ।

Advertisment

ଏହାପରେ ରୋହିତ ୪ ଚୌକା ଓ ୩ ଛକା ବଳରେ ୪୭ ରନ(୩୧ ବଲ) ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ରୋହିତଙ୍କ ପରେ ଆସିଥିବା ଶ୍ରେୟସ ଆୟର କେବଳ ୪ ରନ କରିବାକୁ ସକ୍ଷମ ହୋଇଥିଲେ। ୮୧ ରନରେ ଭାରତ ତୃତୀୟ ୱିକେଟ ହରାଇଥିଲେ।

ଏତିକି ବେଳେ କେଏଲ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଥିଲେ। ବିରାଟ ମଧ୍ୟ ଚଳିତ ବିଶ୍ୱକପରେ କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ସେ ୫୪ ରନ କରିଥିବା ବେଳେ ତାଙ୍କୁ ପାଟ କମିନ୍ସ ଆଉଟ କରି ଦେଇଥିଲେ। ଭାରତ ୧୪୮ ରନରେ ୪ର୍ଥ ୱିକେଟ ହରାଇଥିଲା।

ପ୍ରମୋସନ ପାଇ ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ କେଏଲ ରାହୁଲ ଗୋଟିଏ ପଟେ ଛିଡ଼ା ହୋଇ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଲାଗୁଥିଲା ତାଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିବ। କିନ୍ତୁ ଦଳୀୟ ସ୍କୋର ୨୦୩ ଥିବା ବେଳେ ତାଙ୍କୁ ଷ୍ଟାର୍କ ଆଉଟ କରି ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ମହମ୍ମଦ ଶାମି(୬) ଓ ଯଶପ୍ରୀତ ବୁମ୍ରା(୧) ବେଶୀ କିଛି କରି ପାରି ନଥିଲେ।

ସୂର୍ଯ୍ୟ କୁମାର କ୍ରିଜ୍‌ରେ ଥିବାରୁ ତାଙ୍କ ଠାରୁ ଦଳ କିଛି ବଡ଼ ଶଟ ଆଶା କରିଥିଲା। କିନ୍ତୁ ସେ ମଧ୍ୟ ୪୭.୨ ଓଭରରେ ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସୂର୍ଯ୍ୟ କୁମାର ୨୮ ବଲରେ କେବଳ ୧୮ ରନ କରିଛନ୍ତି।

ଭାରତ ମଧ୍ୟ ୨୨୬ ରନରେ ୯ମ ୱିକେଟ ହରାଇଥିଲା। ୪୮ ଓଭର ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୨୭ ରନ କରିଥିଲା। ୪୯ତମ ଓଭର ନେଇ ଆସିଥିଲେ କମିନ୍ସ। ତାଙ୍କ ସାମ୍ନାରେ ଥିଲେ ମହମ୍ମଦ ସିରାଜ। ଏହି ଓଭରରୁ ଭାରତକୁ ୫ ରନ ମିଳିଥିଲା। tସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମିନ୍ସ ତାଙ୍କ ୧୦ ଓଭର୍‌ରେ କୌଣସି ବାଉଣ୍ଡରୀ ଦେଇ ନାହାନ୍ତି। 

ଶେଷ ଓଭରରେ ହେଜେଲଉ ଆସିଥିବା ବେଳେ ତାଙ୍କର ଦ୍ୱିତୀୟ ବଲକୁ ସିରାଜ ଚୌକା ମାରିଥିଲେ। ତୃତୀୟ ବଲରେ ସେ ୧ ରନ ନେଇଥିଲେ। କୁଲଦୀପ ଯାଦବ ୪ର୍ଥ ବଲ ଡଟ୍‌ କରିଥିଲେ। ୫ମ ବଲରୁ ଭାରତକୁ ୧ ରନ ମିଳିଥିଲା। ଇନିଂସର ଶେଷ ବଲରେ ସିରାଜ ୨ ରନ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁଲଦୀପ ରନ ଆଉଟ ହୋଇଯାଇଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏବେ ଅଷ୍ଟ୍ରେଲିଆ ୨୪୧ ରନ କଲେ ବିଶ୍ୱ ବିଜେତା ହେବ। 

ଭାରତ ପ୍ରଥମଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ଓ କମିନ୍ସ ୨ଟି ଲେଖାଏ ସଫଳତା ପାଇଛନ୍ତି। ଆଡା ଜାମ୍ପା ଓ ମ୍ୟାକ୍ସୱେଲଙ୍କ ଖାତାକୁ ଗୋଟିଲ ଲେଖାଏ ସଫଳତା ମିଳିଛି। 

India Vs Australia ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup ICCC World Cup ICC WC CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe