Advertisment

ଭାରତ ୩୨୯ ରନରେ ଅଲଆଉଟ୍

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଘରୋଇ ଦଳ ପୁଣିଥରେ ୩୦୦ରୁ ଊର୍ଦ୍ଧ୍ୱ ରନ୍ କରିଛି। ଶିଖର ଧୱନ୍, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୮.୨ ଓଭରରେ ୩୨୯ ରନ୍ କରି ଅଲଆଉଟ ହୋଇଛି। ଫଳରେ ସିରିଜ୍ ଜିତିବା ଇଂଲଣ୍ଡକୁ ୩୩୦ ରନ୍ କରିବାକୁ ପଡ଼ିବ। ଆଜି ମ୍ୟାଚରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ଋଷଭ ପନ୍ତ। ପନ୍ତ ୬୨ ବଲରେ ୫ ଚୌକା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭାରତ ୩୨୯ ରନରେ ଅଲଆଉଟ୍

Rishabh-pant-and-Hardik-pandya

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଘରୋଇ ଦଳ ପୁଣିଥରେ ୩୦୦ରୁ ଊର୍ଦ୍ଧ୍ୱ ରନ୍ କରିଛି। ଶିଖର ଧୱନ୍, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୮.୨ ଓଭରରେ ୩୨୯ ରନ୍ କରି ଅଲଆଉଟ ହୋଇଛି। ଫଳରେ ସିରିଜ୍ ଜିତିବା ଇଂଲଣ୍ଡକୁ ୩୩୦ ରନ୍ କରିବାକୁ ପଡ଼ିବ।

Advertisment

ଆଜି ମ୍ୟାଚରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ଋଷଭ ପନ୍ତ। ପନ୍ତ ୬୨ ବଲରେ ୫ ଚୌକା ଓ ୪ ଛକା ସହ ୭୮, ହାର୍ଦ୍ଦିକ ୪୪ ବଲରେ ୫ ଚୌକା ଓ ୪ ଛକା ସହ ୪୪ ଓ ଧୱନ୍ ୬୭ (୫୬ ବଲ୍, ୧୦ ଚୌକା) ରନ୍ କରିଛନ୍ତି। ତେବେ କ୍ୟାପଟେନ୍ ବିରାଟ୍ କୋହଲି, ଲୋକେଶ ରାହୁଲ୍ ନିରାଶ କରିଛନ୍ତି।

ଏମସିଏ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ମ୍ୟାଚରେ ମଧ୍ୟ ଟସ୍ କୋହଲିଙ୍କ ସପକ୍ଷରେ ଯାଇନଥିଲା। ଇଂଲଣ୍ଡ କ୍ୟାପଟେନ୍ ଜୋସ ବଟଲର ପୁଣି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଶର୍ମା ଓ ଶିଖର ଧୱନ୍। ଦୁହେଁ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଏବଂ ପ୍ରଥମ ୱିକେଟ ପାଇଁ ୧୦୩ ରନର ଶତକୀୟ ଭାଗିଦାରୀ କରିଥିଲେ। ରୋହିତ୍ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ବ୍ୟକ୍ତିଗତ ୩୭ (୩୭ ବଲ୍, ୬ ଚୌକା) ରନ୍ କରି ଆଦିଲ୍ ରଶିଦଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

Advertisment

ଧୱନ୍ ସିରିଜରେ ନିଜର ଅର୍ଦ୍ଧଶତକ ମାରିଥିଲେ ହେଁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଧୱନ ମଧ୍ୟ ରଶିଦ୍ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡ ବଡ଼ ସଫଳତା ଦେଇଥିଲେ। ଧୱନ୍ ୫୬ ବଲରେ ୧୦ ଚୌକା ସହ ୬୭ ରନ୍ କରିଥିଲେ। ସିରିଜର ଜବରଦସ୍ତ ଫର୍ମରେ ଥିବା କ୍ୟାପଟେନ୍ କୋହଲି ଓ ଲୋକେଶ ରାହୁଲ୍ ନିରାଶ କରିଥିଲେ। କୋହଲି ୭ ରନ୍ କରି ମୋଇନ୍ ଅଲୀଙ୍କ ଶିକାର ହୋଇଥିବା ବେଳେ ରାହୁଲ୍ (୭)ଙ୍କୁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଉଟ୍ କରିଥିଲେ।

୧୫୭ ରନ୍ ଭିତରେ ୪ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିଲା ବେଳେ ପନ୍ତ ଓ ହାର୍ଦ୍ଦିକ ଦମ୍ ଦେଖାଇଥିଲେ। ଦୁହେଁ ଇଂଲଣ୍ଡ ବୋଲରଙ୍କୁ ଆଟାକ୍ କରିଥିଲେ ଏବଂ ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ପନ୍ତ ୪୪ ବଲରେ କ୍ରମାଗତ ଦ୍ୱିତୀୟ ଏବଂ ହାର୍ଦ୍ଦିକ ୩୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ୯୯ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ଭାରତର ସ୍କୋର ୨୫୬ ରନରେ ଥିବା ବେଳେ ପନ୍ତଙ୍କୁ ଆଉଟ୍ କରି ସାମ୍ କୁରାନ୍ ଇଂଲଣ୍ଡକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ଆଉଟ୍ ହେବା ପୂର୍ବରୁ ପନ୍ତ ୬୨ ବଲରେ ୭୮ (୫ ଚୌକା, ୪ ଛକା) ରନର ଇନିଂସ୍ ଖେଳିଥିଲେ।

ପନ୍ତଙ୍କ ୱିକେଟ୍ ପତନ ପରେ ଭାରତର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ହାର୍ଦ୍ଦିକ ଅର୍ଦ୍ଧଶତକ ମାରିବା ପରେ ନିଜ ୱିକେଟ ଦେଇ ବସିଥିଲେ। ତାଙ୍କୁ ବେନ୍ ଷ୍ଟୋକ୍ସ ବୋଲ୍ଡ କରିଥିଲେ। ହାର୍ଦ୍ଦିକ ୬୪ (୪୪ ବଲ୍) ରନର ଇନିଂସ ଭିତରେ ୫ ଚୌକା ଓ ୪ ଛକା ମାରିଥିଲେ। କୃନାଲ୍ ପାଣ୍ଡ୍ୟା ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ସପ୍ତମ ୱିକେଟ ପାଇଁ ୪୭ ରନର ଭାଗିଦାରୀ କରି ଭାରତର ସ୍କୋରକୁ ଅତିକମରେ ୩୫୦ ରନରେ ପହଞ୍ଚାଇବେ ବୋଲି ଲାଗୁଥିଲା। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଭାରତର ଏହି ଆଶା ମଧ୍ୟ ଧୂଳିସାତ୍ ହୋଇଥିଲା। ଶାର୍ଦ୍ଦୁଲ ୨୧ ବଲରେ ୧ ଚୌକା ଓ ୩ ଛକା ସହ ୩୦ ଓ କୃନାଲ୍ ୨୫ ରନ୍ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ। ଭୁବନେଶ୍ୱର କୁମାର ୩ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ଖୋଲିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଉଡ୍ ୩ଟି ଓ ମୋଇନ୍ ୨ଟି ୱିକେଟ୍ ନେଇଥିଲେ।