Advertisment

ପ୍ରଥମ ଦିନରେ ଦମ୍ ଦେଖାଇଲେ ଅକ୍ଷର ପଟେଲ ଓ ରୋହିତ୍ ଶର୍ମା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ତୃତୀୟ ଦିବାରାତ୍ର ଟେଷ୍ଟ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟେଷ୍ଟର ପ୍ରଥମ ଦିବସରେ ଭାରତୀୟ ସ୍ପିନର୍ ପିଙ୍କ୍ ବଲରେ କମାଲ୍‌ କରିଛନ୍ତି। ଘରୋଇ ଷ୍ଟାର୍ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ସ୍ପିନ୍ ବୋଲିଂ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଆତ୍ମସପର୍ମଣ କରି ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହାର ଜବାବରେ ଭାରତ ଦିବସର ଖେଳ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଥମ ଦିନରେ ଦମ୍ ଦେଖାଇଲେ ଅକ୍ଷର ପଟେଲ ଓ ରୋହିତ୍ ଶର୍ମା

rohit

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ତୃତୀୟ ଦିବାରାତ୍ର ଟେଷ୍ଟ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟେଷ୍ଟର ପ୍ରଥମ ଦିବସରେ ଭାରତୀୟ ସ୍ପିନର୍ ପିଙ୍କ୍ ବଲରେ କମାଲ୍‌ କରିଛନ୍ତି। ଘରୋଇ ଷ୍ଟାର୍ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ସ୍ପିନ୍ ବୋଲିଂ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଆତ୍ମସପର୍ମଣ କରି ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହାର ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୯୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୫୭ (୮୨ ବଲ୍, ୯ ଚୌକା) ଓ ଅଜିଙ୍କ୍ୟ ରାହାଣେ ୧ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆରମ୍ଭରୁ ହିଁ ଇଂଲିଶ ବ୍ୟାଟ୍ସମ୍ୟାନଙ୍କୁ ନୟାନ୍ତ କରିଥିଲେ ଭାରତୀୟ ସ୍ପିନର। ବିଶେଷକରି ଅକ୍ଷର ଚମତ୍କାର ବୋଲିଂ କରି ଇଂଲଣ୍ଡର ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ଅଶ୍ୱିନ୍ ୩ଟି ଓ ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଗୋଟିଏ ୱିକେଟ୍‌ ନେଇଥିଲେ।

ଇଂଲଣ୍ଡର ୧୧୨ ରନ୍ ଜବାବରେ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଶୁବମନ୍ ଗିଲ୍‌। ଦ୍ୱିତୀୟ ଟେଷ୍ଟରେ ଶତକ ମାରିଥିବା ରୋହିତ୍ ଲୟ କାଏମ ରଖିଥିଲେ। କିନ୍ତୁ ଗିଲ୍ ମାତ୍ର ୧୧ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଚେତେଶ୍ୱର ପୂଜାରା ଖାତା ଖୋଲିବା ପୂର୍ବରୁ ଜ୍ୟାକ୍ ଲିଚଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତଙ୍କ ସହ କ୍ୟାପଟେନ୍ ବିରାଟ୍ କୋହଲି ୬୪ ରନର ପାର୍ଟନରଶିପ୍ କରି ଦଳ ଉପରକୁ ଚାପ ହଟାଇଥିଲେ। କିନ୍ତୁ ଦିନର ଖେଳ ଶେଷ ହେବାର ଠିକ୍ ପୂର୍ବରୁ କୋହଲି (୨୭)ଙ୍କ ୱିକେଟ୍‌ ନେଇ ଲିଚ୍ ଇଂଲଣ୍ଡକୁ ବଡ଼ ସଫଳତା ଦେଇଛନ୍ତି। ରୋହିତ୍ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଛନ୍ତି। ଇଂଲଣ୍ଡ ପକ୍ଷରୁ ଲିଚ୍ ୨ଟି ଓ ଆର୍ଚର୍ ଗୋଟିଏ ୱିକେଟ୍ ନେଇଛନ୍ତି।

Advertisment

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମ୍ ତା'ର ଓପନିଂ ବ୍ୟାଟ୍ସମ୍ୟାନ୍ ତଥା କମବ୍ୟାକ୍ ମ୍ୟାନ୍ ଜ୍ୟାକ୍ କ୍ରଲୀଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନ୍ ଆଟାକ୍‌କୁ ସାମ୍ନା କରିପାରିନଥିଲେ। କ୍ରଲୀ ୮୪ ବଲରେ ୧୦ ଚୌକା ସହ ସର୍ବାଧିକ ୫୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡମ୍ ସିବଲେ ଓ ଜନ୍ନି ବେୟାରଷ୍ଟୋ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୭, ବେନ୍ ଷ୍ଟୋକ୍ସ ୬, ଓଲି ପୋପ୍ ୧, ବେନ ଫୋକ୍ସ ୧୨, ଜୋଫ୍ରା ଆର୍ଚର୍ ୧୧, ଜ୍ୟାକ୍ ଲିଚ୍ ୩, ଷ୍ଟୁଆର୍ଟ ବ୍ରଡ୍ ୩ ରନ୍ କରିଥିଲେ।

ଭାରତ ପକ୍ଷରୁ ଅକ୍ଷର ୩୮ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ ୨୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଓ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ତୃତୀୟ ଟେଷ୍ଟ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ପକ୍କା କରିବା ପଥରେ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି।

India Vs England