Advertisment

୯୩ ବର୍ଷରେ ପ୍ରଥମ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଅତି ବିରଳ ରେକର୍ଡ

୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା କୌଣସି ୱିକେଟ ହରାଇ ୨୧ ରନ କରି ନେଇଛି। ଏବେ ଶେଷ ଦିନରେ ଘରୋଇ ଟିମକୁ ଜିତିବା ପାଇଁ ୩୫୦ ରନ ଓ ଭାରତୀୟ ଟିମକୁ ୧୦ ୱିକେଟ ଦରକାର।

Test Team

Test Team

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଟିମ ଗୋଟିଏ ଐତିହାସିକ ରେକର୍ଡର ଅଧିକାରୀ ହୋଇଛି। ଭାରତୀୟ ଟିମ ତା’ର ୯୩ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ୫ଟି ଶତକ ହାସଲ କରିପାରିଛି। ଭାରତୀୟ ଟିମ ୧୯୩୨ରୁ ଟେଷ୍ଟ କ୍ରିକେଟ ଖେଳୁଥିଲେ ହେଁ କୌଣସି ଗୋଟିଏ ମ୍ୟାଚ୍‌ରେ ୫ଟି ଶତକ ହାସଲ କରି ନଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଭାରତୀୟ ଟିମ ଏହି ଅତି ବିରଳ ରେକର୍ଡ କରିବାକୁ ସକ୍ଷମ ହୋଇଛି।

Advertisment

ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଖେଳାଳିଙ୍କ ବ୍ୟାଟରୁ ୩ଟି ଶତକ ଦେଖିବାକୁ ମିଳିଥିଲା। ଯଶସ୍ୱୀ ଜୈସୱାଲ ୧୫୯ ବଲରେ ୧୦୧, ଅଧିନାୟକ ଶୁବମନ ଗିଲ ୨୨୭ ବଲରେ ୧୪୭ ଓ ଋଷଭ ପନ୍ତ ୧୭୮ ବଲରେ ୧୩୪ ରନର ଇନିଂସ ଖେଳିଥିଲେ। ଏହି ୩ ଶତକ ଯୋଗୁ ଭାରତୀୟ ଟିମ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା।

ଇଂଲଣ୍ଡ ମଧ୍ୟ ଓଲି ପୋପଙ୍କ ଶତକ ଓ ହ୍ୟାରୀ ବ୍ରୁକଙ୍କ ୯୯ ରନ ବଳରେ ୪୬୫ ରନ କରି ନେଇଥିଲା। ଫଳରେ ଭାରତୀୟ ଟିମକୁ ୬ ରନର ଲିଡ ମିଳିଥିଲା। ପ୍ରଥମ ଇନିଂସରେ ଅର୍ଦ୍ଧଶତକର ଅତି ନିକଟରେ ଅଟକି ଯାଇଥିବା କେଏଲ ରାହୁଲ ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିଲେ। 

Advertisment

ପନ୍ତ ମଧ୍ୟ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ସେଞ୍ଚୁରୀ ମାରିଥିଲେ। ରାହୁଲ ୧୩୭ ଓ ପନ୍ତ ୧୧୮ ରନ କରିବାରୁ ଭାରତ ତା’ର ଦ୍ୱିତୀୟ ଇନିଂସରେ ୩୬୪ ରନ କରିବାକୁ ସକ୍ଷମ ହୋଇଛି। ଇଂଲଣ୍ଡକୁ ମ୍ୟାଚ୍‌ ଜିତିବା ପାଇଁ ୩୭୧ ରନର ଟାର୍ଗେଟ ମିଳିଛି।

୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା କୌଣସି ୱିକେଟ ହରାଇ ୨୧ ରନ କରି ନେଇଛି। ଏବେ ଶେଷ ଦିନରେ ଘରୋଇ ଟିମକୁ ଜିତିବା ପାଇଁ ୩୫୦ ରନ ଓ ଭାରତୀୟ ଟିମକୁ ୧୦ ୱିକେଟ ଦରକାର। ତେଣୁ ଶେଷ ଦିନ ବେଶ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି।

ତେବେ ୪ର୍ଥ ଦିନରେ ରାହୁଲ ଓ ପନ୍ତ ଶତକ ହାସଲ କରିବା କ୍ଷଣି ଭାରତୀୟ ଟିମ ତା’ର ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଟେଷ୍ଟ କ୍ରିକେଟରେ ଏଭଳି କୀର୍ତ୍ତିମାନ ୬ଥର ପାଇଁ ଦେଖିବାକୁ ମିଳିଛି। ଭାରତ ବିଶ୍ୱର ଦ୍ୱିତୀୟ ଟିମ ଭାବେ ବିଦେଶ ମାଟିରେ ଖେଳୁଥିବା କୌଣସି ଟେଷ୍ଟରେ ୫ ଶତକ ମାରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ୧୯୫୫ରେ ୱେଷ୍ଟଇଣ୍ଡିଜ ବିପକ୍ଷ କିଙ୍ଗଷ୍ଟନ ଟେଷ୍ଟରେ ଏପରି ରେକର୍ଡ କରିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୱେଷ୍ଟଇଣ୍ଡିଜ ବିପକ୍ଷ କିଙ୍ଗଷ୍ଟନ ଟେଷ୍ଟରେ ଅଷ୍ଟ୍ରେଲିଆ ଗୋଟିଏ ଇନିଂସରେ ଏହି ୫ ଶତକ ହାସଲ କରିଥିଲା। କୋଲିନ ମ୍ୟାକଡୋନାଲ୍ଡ(୧୨୭), ନୈଲ ହାର୍ଭୀ(୨୦୪), କୈଥ ମିଲର(୧୦୯), ରୋନ ଆର୍ଚର(୧୨୮) ଓ ରିଚି ବେନୌଡ(୧୨୧) ଶତକ ମାରିଥିଲେ। ଏଥିଯୋଗୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୭୫୮ ରନ କରିବା ପରେ ପାଳି ଘୋଷଣା କରିଥିଲା। ଉକ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଇନିଂସ ବିଜୟ ହୋଇଥିଲା। 

ଭାରତ ଓ ଅଷ୍ଟ୍ରେଲିଆ ବ୍ୟତୀତ ଗୋଟିଏ ଟେଷ୍ଟରେ ୫ ଶତକ ହାସଲ କରିଥିବା ତାଲିକାରେ ପାକିସ୍ତାନର ନାଁ ୨ଥର ରହିଥିବା ବେଳେ ଇଂଲଣ୍ଡ ଓ ଶ୍ରୀଲଙ୍କା ଥରେ ଲେଖାଏ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

India Vs England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe