Advertisment

୧୪୭ ବର୍ଷରେ ପ୍ରଥମ : ଭାରତ କଲା ଏମିତି ଐତିହାସିକ ରେକର୍ଡ

ଆଜି ରୋହିତ ଶର୍ମାଙ୍କ ଭାରତୀୟ ଟିମ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ବେଳେ ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ତାହା କରି ଦେଖାଇଛି।

author-image
Hemant Lenka
Virat

Virat

ଇତିହାସ ରଚିଛି ଭାରତୀୟ ଟିମ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦଳ ୪୬ ରନରେ ଅଲଆଉଟ ହୋଇଥିଲା ସତ, କିନ୍ତୁ ଦଳ ଏବେ ଦ୍ୱିତୀୟ ଇନିଂସରେ ଦମ ଦେଖାଇବା ସହ ଇତିହାସ ରଚିବାକୁ ସକ୍ଷମ ହୋଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୨୩୧ ରନ କରି ନେଇଛି।

Advertisment

ଆଜି ରୋହିତ ଶର୍ମାଙ୍କ ଭାରତୀୟ ଟିମ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ବେଳେ ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ତାହା କରି ଦେଖାଇଛି। ବିଶ୍ୱର ପ୍ରଥମ ଟିମ ଭାବେ ଟେଷ୍ଟ କ୍ରିକେଟର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦଳ ୧୦୦ଟି ଛକା ମାରିବାର ରେକର୍ଡ କରିଛି।

ପୂର୍ବରୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଇଂଲଣ୍ଡ ନାଁରେ ଥିଲା। ୨୦୨୨ରେ ଦଳ ୮୯ଟି ଛକା ମାରିଥିଲା। ହେଲେ ଭାରତ ୨୦୨୪ରେ ୧୦୦ଟି ଛକା ମାରି ନୂଆ କୀର୍ତ୍ତିମାନ ହାସଲ କରିଛି। ଚଳିତ ବର୍ଷ ଭାରତ ପାଇଁ ଯଶସ୍ୱୀ ଜୈସୱାଲ ୨୯ଟି ଛକା ମାରିଥିବା ବେଳେ ଶୁବମନ ଗିଲ ୧୬ଟି ଛକା ମାରିଛନ୍ତି।

Advertisment

ଭାରତ ଏଯାଏ ୧୦୨ ଛକା ଟେଷ୍ଟ କ୍ରିକେଟରେ ମାରି ସାରିଥିବା ବେଳେ ଆହୁରି ମ୍ୟାଚ୍‌ ଖେଳିବାକୁ ବାକି ରହିଛି। ତେଣୁ ଏହି ସଂଖ୍ୟା ଆଗକୁ ମଧ୍ୟ ବଢ଼ିବ। ୨୦୨୨ରେ ଇଂଲଣ୍ଡ ୮୯ଟି, ୨୦୨୧ରେ ଭାରତ ୮୭ଟି, ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ୮୧ଟି ଓ ୨୦୧୩ରେ ନ୍ୟୁଜିଲ୍ୟାଣ୍ଡ ୭୧ଟି ଛକା ମାରିଥିଲା।

Team India Test Cricket Test Match