Advertisment

ପିଙ୍କ ବଲରେ ଭାରତକୁ ଘାଣ୍ଟିଲେ ମିଚେଲ ଷ୍ଟାର୍କ, ୧୮୦ରେ ରୋହିତ ସେନା ଅଲଆଉଟ

କେଏଲ ରାହୁଲ ୩୭ ଓ ଶୁଭମନ ଗିଲ ୩୧ ରନ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନାହାନ୍ତି। ଋଷଭ ପନ୍ତ କିଛି ବଡ଼ ଶଟ ଖେଳିଥିଲେ ହେଁ କେବଳ ୨୧ ରନ କରିପାରିଛନ୍ତି।

strac

strac

Advertisment

ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ତଥା ପିଙ୍କ ବଲ ଟେଷ୍ଟରେ କମାଲ କରିଛନ୍ତି ଅଷ୍ଟ୍ରେଲିଆର ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ଦିବାରାତ୍ର ବା ପିଙ୍କ ବଲ ଟେଷ୍ଟରେ ଏଯାଏ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର୍କ ଆଜି ଆଡିଲେଡରେ ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟିଛନ୍ତି।

Advertisment

ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ୪୮ ରନରେ ୬ ୱିକେଟ ନେଇଛନ୍ତି। ତାଙ୍କର ଘାତକ ବୋଲିଂ ଯୋଗୁ ଭାରତୀୟ ଟିମ ପ୍ରଥମ ଇନିଂସରେ କେବଳ ୧୮୦ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନର ଇନିଂସ ଖେଳିଛନ୍ତି।

ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଥିବା ବିରାଟ କୋହଲି ଓ ଯଶସ୍ୱୀ ଜୈସୱାଲ ଯଥାକ୍ରମେ ୭ ଓ ଶୂନ କରିଛନ୍ତି। ପ୍ରଥମ ଟେଷ୍ଟ ଖେଳୁ ନଥିବା ଅଧିନାୟକ ରୋହିତ ଶର୍ମା କମବ୍ୟାକ ମ୍ୟାଚ୍‌ରେ କେବଳ ୩ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

କେଏଲ ରାହୁଲ ୩୭ ଓ ଶୁଭମନ ଗିଲ ୩୧ ରନ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନାହାନ୍ତି। ଋଷଭ ପନ୍ତ କିଛି ବଡ଼ ଶଟ ଖେଳିଥିଲେ ହେଁ କେବଳ ୨୧ ରନ କରିପାରିଛନ୍ତି।

୧୦୦ ରନ ପୂର୍ବରୁ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତୀୟ ଟିମ ଶେଷରେ ୧୮୦ ରନରେ ଅଲଆଉଟ ହୋଇଯାଇଛି। ୧୦୯ରେ ଭାରତ ୬ଷ୍ଠ ୱିକେଟ ହରାଇଥିଲା। ଶେଷ ଭାଗରେ ନୀତୀଶ କୁମାର କିଛି ବଡ଼ ଶଟ ଖେଳିବାରୁ ସ୍କୋର ୧୮୦ ଛୁଇଁ ପାରିଥିଲା। ସେ ଟିମର ଶେଷ ବ୍ୟାଟର ଭାବେ ୪୨ ରନ କରି ଷ୍ଟାର୍କଙ୍କ ୬ଷ୍ଠ ଶିକାର ବନିଥିଲେ।

ଏହାପୂର୍ବରୁ ଷ୍ଟାର୍କ ଆଡିଲେଡ ଟେଷ୍ଟର ପ୍ରଥମ ବଲରେ ହିଁ ପର୍ଥ ଟେଷ୍ଟା ଶତକବୀର ଯଶସ୍ୱୀ ଜୈସୱାଲଙ୍କୁ ଆଉଟ କରିଥିଲେ। କେଏଲ ରାହୁଲ, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ ଓ ହର୍ଷିତ ରାଣାଙ୍କ ୱିକେଟ ମଧ୍ୟ ଷ୍ଟାର୍କ ନେଇଛନ୍ତି।

ଷ୍ଟାର୍କଙ୍କ ବ୍ୟତୀତ ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ସ୍କଟ ବୋଲାଣ୍ଡ ଓ ଅଧିନାୟକ ପାଟ କମିନ୍ସ ମଧ୍ୟ ୨ଟି ଲେଖାଏ ସଫଳତା ପାଇଛନ୍ତି।

India Vs Australia Border Gavaskat Trophy Test Match Mitchell Starc Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe