Advertisment

ଟିମ୍ ଇଣ୍ଡିଆ ୨୦୨ ରନରେ ଅଲଆଉଟ୍

ଜୋହାନସବର୍ଗ: ସେଞ୍ଚୁରିଅନ୍ ଟେଷ୍ଟ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ନୂଆ ବର୍ଷରେ ନୈରାଶ୍ୟଜନକ ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ କାମଚଳା କ୍ୟାପଟେନ୍ ଲୋକେଶ ରାହୁଲ୍ ସର୍ବାଧିକ ୫୦ ରନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪୬ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଛନ୍ତି। ଆହତ କାରଣରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ […]

ଅଦ୍ୟତନ ହୋଇଛି
ଟିମ୍ ଇଣ୍ଡିଆ ୨୦୨ ରନରେ ଅଲଆଉଟ୍

indi-vs-saf

Advertisment

ଜୋହାନସବର୍ଗ: ସେଞ୍ଚୁରିଅନ୍ ଟେଷ୍ଟ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ନୂଆ ବର୍ଷରେ ନୈରାଶ୍ୟଜନକ ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ କାମଚଳା କ୍ୟାପଟେନ୍ ଲୋକେଶ ରାହୁଲ୍ ସର୍ବାଧିକ ୫୦ ରନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪୬ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଛନ୍ତି।

Advertisment

ଆହତ କାରଣରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଜି ଟେଷ୍ଟରେ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଟିମର ନେତୃତ୍ୱ ନେଇଛନ୍ତି। ରାହୁଲ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଭଲ ଷ୍ଟାର୍ଟ ଦେଇଥିଲେ। ବିଶେଷକରି ମୟଙ୍କ ସକାରାତ୍ମକ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ସେ ୨୬ (୩୬ ବଲ୍, ୫ ଚୌକା) ରନ୍ କରି ଜାନସେନଙ୍କ ଶିକାର ହୋଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଚେତେଶ୍ୱର ପୂଜାରାଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଛି। ପୂଜାରା ମାତ୍ର ୩ ରନ୍ କରି ଡୁଆନ୍ ଓଲିଭିଅରଙ୍କ ବଲରେ ଆଉଟ ହୋଇଥିଲେ। ଓଲିଭିଅର ତାଙ୍କର ପରବର୍ତ୍ତୀ ବଲରେ ଅଜିଙ୍କ୍ୟ ରାହାଣେଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହାଣେ ଖାତା ସୁଦ୍ଧା ଖୋଲିବାକୁ ସକ୍ଷମ ହୋଇନାହାନ୍ତି। କୋହଲିଙ୍କ ସ୍ଥାନରେ ସୁଯୋଗ ପାଇଥିବା ହନୁମା ବିହାରୀ ନିଜର କମବ୍ୟାକ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଭଲ ଭାଗିଦାରୀ ଗଢ଼ିଥିଲେ। ହେଲେ ଏହି ଯୋଡ଼ିକୁ ଘରୋଇ ଦଳର ଏକ ନମ୍ବର ବୋଲର କାଗିସୋ ରବାଡା ଭାଙ୍ଗିଥିଲେ।

Advertisment

https://twitter.com/BCCI/status/1478004338639269890?s=20

ବିହାରୀ ମାତ୍ର ୨୦ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ଅର୍ଦ୍ଧଶତକ ମାରି ନିଜ ୱିକେଟ୍ ହରାଇ ବସିଥିଲେ। ରାହୁଲଙ୍କୁ ଆଉଟ୍ କରି ଜାନସେନ୍ ଭାରତକୁ ବଡ଼ ଝଟକା ଦେଇଥିଲେ। ରାହୁଲ ୧୩୩ ବଲରେ ୯ ଚୌକା ସହ ୫୦ ରନ୍ କରିଥିଲେ। ଅଶ୍ୱିନ୍ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ତେବେ ଋଷଭ ପନ୍ତ ପୁଣିଥରେ ନିରାଶ କରିଥିଲେ। ପନ୍ତଙ୍କୁ ମଧ୍ୟ ଜାନସେନ୍ ନିଜର ଶିକାର ବନାଇଥିଲେ।

ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିବା ବେଳେ ମହମ୍ମଦ ଶାମି ୯ ରନ୍ କରି ଆଉଟ୍ ହୋଇଥିଲେ। ଅଶ୍ୱିନ୍ ୫୦ ବଲରେ ୪୬ (୬ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଯଶପ୍ରୀତ ବୁମ୍ରା ୧୧ ବଲରେ ଦ୍ରୁତ ୧୪ (୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୧ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe