Advertisment

ଏକା ଲଢ଼ିଲେ କୋହଲି, ଭାରତ ୨୨୩ ରନରେ ଅଲଆଉଟ୍

କେପ୍ ଟାଉନ୍: କମବ୍ୟାକ୍ ମ୍ୟାଚରେ କମାଲ୍ କଲେ ବିରାଟ୍ କୋହଲି। କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନର ଇନିଂସ୍ ଖେଳିଛନ୍ତି। ନ୍ୟୁଲ୍ୟାଣ୍ଡସରେ କ୍ୟାପଟେନ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହନୁମା ବିହାରୀ […]

ଏକା ଲଢ଼ିଲେ କୋହଲି, ଭାରତ ୨୨୩ ରନରେ ଅଲଆଉଟ୍

kohli

Advertisment

କେପ୍ ଟାଉନ୍: କମବ୍ୟାକ୍ ମ୍ୟାଚରେ କମାଲ୍ କଲେ ବିରାଟ୍ କୋହଲି। କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନର ଇନିଂସ୍ ଖେଳିଛନ୍ତି।

Advertisment

ନ୍ୟୁଲ୍ୟାଣ୍ଡସରେ କ୍ୟାପଟେନ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହନୁମା ବିହାରୀ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ କୋହଲି ଓ ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଭାରତକୁ ଭଲ ଷ୍ଟାର୍ଟ ଦେବାରେ ବିଫଳ ହୋଇଥିଲେ ଦୁଇ ଓପ୍ନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ। ରାହୁଲ (୧୨)ଙ୍କୁ ଡୁଆନ୍ ଓଲିଭିଅର୍ ଓ ମୟଙ୍କ (୧୫)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ। ଲଗାତର ଖରାପ ଫର୍ମରେ ଥିବା ପୂଜାରା ଆଟାକିଂ ଆଭିମୁଖ୍ୟ ଆପଣାଇଥିଲେ। ସେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରିଥିଲେ। ପୂଜାରା ବ୍ୟକ୍ତିଗତ ୪୩ ରନ୍ କରିଥିବା ବେଳେ ମାର୍କୋ ଜାନସେନଙ୍କ ବଲରେ ଆଉଟ୍ ହୋଇଥିଲେ।

ପୂଜାରାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ (୯) ନିରାଶ କରିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଷ୍ଟାର୍ଟକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ। ସେ ୨୭ ରନ୍ କରି ଜାନସେନଙ୍କ ଶିକାର ହୋଇଥିଲେ। ଏହା ପରେ ଗୋଟିଏ ପଟେ କୋହଲି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ୍ ପତନ ହେବାରେ ଲାଗିଥିଲା। କୋହଲି ଧୀରେ ଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ରବାଡା ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। କୋହଲି ପୁଣି ସେହି ପୁରୁଣା ଭୁଲ୍ ଦୋହରାଇଥିଲେ ଏବଂ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ୱିକେଟ୍ କିପର କାଇଲ ଭେରେନେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। କୋହଲି ୨୦୧ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ସହ ୭୯ ରନ୍ କରିଥିଲେ।

Advertisment

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୯, ଶାର୍ଦ୍ଦୁଲ ଠାକୁର ୧୨, ମହମ୍ମଦ ଶାମି ୭ ଓ ଯଶପ୍ରୀତ ବୁମ୍ରା କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଉମେଶ ଯାଦବ ୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ଟି ଓ ଜାନସେନ୍ ୩ଟି ୱିକେଟ୍ ନେଇଥିଲେ। ଓଲିଭିଅର୍, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe