Advertisment

ଦମ୍ ଦେଖାଇଲେ ଶ୍ରୀଲଙ୍କା ବୋଲର୍, ଭାରତ ୨୨୫ ରନ୍‌ରେ ଅଲଆଉଟ୍

କଲମ୍ବୋ: ସିରିଜ୍ ଜିତିସାରିଥିବା ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ୨୨୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏକ ସମୟରେ ଲାଗୁଥିଲା ଭାରତ ଅତିକମରେ ୩୦୦ ରନ୍ ସହଜରେ କରିନେବ, କିନ୍ତୁ ବର୍ଷା ପରେ ଘରୋଇ ବୋଲରମାନେ ଜବରଦସ୍ତ କମବ୍ୟାକ୍ କରି ଭ୍ରମଣକାରୀ ଦଳକୁ ୪୩.୧ ଓଭରରେ ସୀମିତ ରଖିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍ ୪୭ ଓଭର ବିଶିଷ୍ଟ କରାଯାଇଥିଲା। ଭାରତ ପକ୍ଷରୁ ପୃଥ୍ୱୀ ଶ’ ସର୍ବାଧିକ ୪୯, ସଞ୍ଜୁ ସାମସନ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦମ୍ ଦେଖାଇଲେ ଶ୍ରୀଲଙ୍କା ବୋଲର୍, ଭାରତ ୨୨୫ ରନ୍‌ରେ ଅଲଆଉଟ୍

srilanka

କଲମ୍ବୋ: ସିରିଜ୍ ଜିତିସାରିଥିବା ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ୨୨୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏକ ସମୟରେ ଲାଗୁଥିଲା ଭାରତ ଅତିକମରେ ୩୦୦ ରନ୍ ସହଜରେ କରିନେବ, କିନ୍ତୁ ବର୍ଷା ପରେ ଘରୋଇ ବୋଲରମାନେ ଜବରଦସ୍ତ କମବ୍ୟାକ୍ କରି ଭ୍ରମଣକାରୀ ଦଳକୁ ୪୩.୧ ଓଭରରେ ସୀମିତ ରଖିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍ ୪୭ ଓଭର ବିଶିଷ୍ଟ କରାଯାଇଥିଲା। ଭାରତ ପକ୍ଷରୁ ପୃଥ୍ୱୀ ଶ’ ସର୍ବାଧିକ ୪୯, ସଞ୍ଜୁ ସାମସନ୍ ୪୬ ଓ ସୂର୍ଯ୍ୟକୁମାର ଯାଦବ ୪୦ ରନ୍ କରିଛନ୍ତି।

Advertisment

୫ ଡେବ୍ୟୁଟାଣ୍ଟ ସହ ମଇଦାନକୁ ଓହ୍ଲାଇଥିବା ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୟାପଟେନ୍ ଶିଖର ଧୱନ୍ (୧୩) ନିରାଶ କରିଥିବା ବେଳେ ପୃଥ୍ୱୀ ଶ’ ଓ ଡେବ୍ୟୁଟାଣ୍ଟ ସଞ୍ଜୁ ସାମସନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ପାର୍ଟନରଶିପ୍ କରିଥିଲେ। ପୃଥ୍ୱୀ ୪୯ (୮ ଚୌକା) ରନ୍ କରି ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ୍ ଶନାକାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ସାମସନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ପ୍ରବୀଣ ଜୟବିକ୍ରମା। ସାମସନ୍ ୪୬ ବଲରେ ୬ ଚୌକା ଓ ୧ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଥିଲେ।

https://twitter.com/BCCI/status/1418583220828835842?s=20

ମିଡଲ୍ ଅର୍ଡରରେ ଇନଫର୍ମ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଆକ୍ରମଣାତ୍ମକ ଇନିଂସ୍ ଖେଳିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଭାରତ ୨୩ ଓଭରରେ ୩ ୱିକେଟ୍ ହରାଇ ୧୪୭ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ପାଖାପାଖି ଦେଢ଼ ଘଣ୍ଟା ପରେ ମ୍ୟାଚ୍ ପୁଣିଥରେ ଆରମ୍ଭ ହୋଇଥିଲା। ବର୍ଷା ଯୋଗୁ ସମୟ ନଷ୍ଟ ହୋଇଥିବାରୁ ମ୍ୟାଚକୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା।

Advertisment

ପୁନର୍ବାର ମ୍ୟାଚ୍ ଆରମ୍ଭ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ମନୀଷ ପାଣ୍ଡେ ୧୧, ସୂର୍ଯ୍ୟକୁମାର ୪୦ (୩୭ ବଲ୍, ୭ ଚୌକା), ହାର୍ଦ୍ଦିକ ପାଣ୍ଡ୍ୟା ୧୯, ନୀତୀଶ ରାଣା ୭, କ୍ରିଷ୍ଣାପ୍ପା ଗୌତମ ୨, ରାହୁଲ୍ ଚହର୍ ୧୩, ନଭଦୀପ ସାଇନି ୧୫ ରନ୍ କରି ଆଉଟ୍ ହୋଇଥିଲେ। ଚେତନ ସାକାରିୟା କୌଣସି ରନ୍ ନକରି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ଓ ପ୍ରବୀଣ ଜୟବିକ୍ରମା ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଦୁଷ୍ମନ୍ତ ଚମୀର ୨ଟି, ଚାମିକା କରୁଣାରତ୍ନେ ଓ ଦାସୁଦ୍ ଶନାକା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Cricket