Advertisment

ଭାରତ ୨୭୮ ରନରେ ଅଲଆଉଟ୍

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୮ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୯୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୮୪, ରବୀନ୍ଦ୍ର ଜାଡେଜା ୫୬ ରନର ଇନିଂସ୍ ଖେଳିଥିବା ବେଳେ ଶେଷକ୍ରମରେ ଯଶପ୍ରୀତ ବୁମ୍ରା ଦ୍ରୁତ ରନ୍ କରି ଭାରତକୁ ନିର୍ଣ୍ଣାୟକ ଲିଡ୍ ଦେଇଛନ୍ତି। ମ୍ୟାଚର ତୃତୀୟ ଦିବସରେ ଭାରତ ତା’ର […]

ଅଦ୍ୟତନ ହୋଇଛି
ଭାରତ ୨୭୮ ରନରେ ଅଲଆଉଟ୍

jadeja

Advertisment

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୮ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୯୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୮୪, ରବୀନ୍ଦ୍ର ଜାଡେଜା ୫୬ ରନର ଇନିଂସ୍ ଖେଳିଥିବା ବେଳେ ଶେଷକ୍ରମରେ ଯଶପ୍ରୀତ ବୁମ୍ରା ଦ୍ରୁତ ରନ୍ କରି ଭାରତକୁ ନିର୍ଣ୍ଣାୟକ ଲିଡ୍ ଦେଇଛନ୍ତି।

Advertisment

ମ୍ୟାଚର ତୃତୀୟ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୨୫/୪ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରାହୁଲ୍ ଓ ପନ୍ତ ପଞ୍ଚମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ପନ୍ତ ଚିରାଚରିତ ଢଙ୍ଗରେ ଦ୍ରୁତ ରନ ସଂଗ୍ରହ କରିଥିଲେ। ସେ ଓଲି ରବିନସନଙ୍କ ଗୋଟିଏ ଓଭରରେ ଲଗାତର ଚୌକା ଓ ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ନିଜ ୱିକେଟ୍ ଦେଇ ବସିଥିଲେ। ଏଥିସହ ପନ୍ତଙ୍କ ଇନିଂସ୍ ୨୫ ରନରେ ସୀମିତ ରହିଥିଲା।

ପନ୍ତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ସୁଯୋଗର ଭରପୂର ଫାଇଦା ଉଠାଇଥିଲେ। ଲଞ୍ଚ ସୁଦ୍ଧା ଜାଡେଜା ଓ ରାହୁଲ ଭାରତର ସ୍କୋରକୁ ୧୯୧ ରନରେ ପହଞ୍ଚାଇଥିଲେ। ତେବେ ଦ୍ୱିତୀୟ ସେସନରେ ରାହୁଲଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ବଡ଼ ଝଟକା ଦେଇଥିଲେ ଘରୋଇ ଦଳର ସବୁଠାରୁ ଅଭିଜ୍ଞ ବୋଲର୍ ଜେମ୍ସ ଆଣ୍ଡରସନ୍। ରାହୁଲୋ ୨୧୪ ବଲରେ ୧୨ ଚୌକା ସହ ୮୪ ରନ କରି ଆଉଟ୍ ହୋଇଥିଲେ। ଆଣ୍ଡରସନ୍ ନିଜର ପରବର୍ତ୍ତୀ ଓଭରରେ ଶାର୍ଦ୍ଦୁଲ ଠାକୁରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ।

Advertisment

ଜାଡେଜା ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ହେଲେ ତାଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ରବିନସନ୍। ଜାଡେଜା ୫୬ (୮୬ ବଲ୍, ୮ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମହମ୍ମଦ ଶାମି (୧୩)ଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ ରବିନସନ୍। ୨୪୫ ରନରେ ୯ ୱିକେଟ୍ ହରାଇବା ପରେ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଯୋଡ଼ି ଶେଷ ୱିକେଟ୍ ପାଇଁ ୩୩ ରନର ଭାଗିଦାରୀ କରିଥିଲେ। ବୁମ୍ରା ୩୪ ବଲରେ ୨୮ (୩ ଚୌକା, ୧ ଛକା) ରନ୍ କରି ଶେଷ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିବା ବେଳେ ସିରାଜ୍ ୭ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରବିନସନ୍ ୫ଟି ଓ ଆଣ୍ଡରସନ ୪ଟି ୱିକେଟ୍ ନେଇଥିଲେ।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe