Advertisment

ଲିଡ୍ସରେ ଆତ୍ମସମର୍ପଣ, ୭୮ ରନରେ ଭାରତ ଅଲଆଉଟ୍

ଲିଡ୍ସ: ଲର୍ଡ୍ସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମାଟି କାମୁଡିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ଇଂଲିଶ ପେସରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଦେଇଛି। ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଛି। ଭାରତର ରୋହିତ୍ ଶର୍ମା (୧୯) ଓ ଅଜିଙ୍କ୍ୟ ରାହାଣେ (୧୮)ଙ୍କୁ ଛାଡ଼ି ଦେଲେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି। […]

ଅଦ୍ୟତନ ହୋଇଛି
ଲିଡ୍ସରେ ଆତ୍ମସମର୍ପଣ, ୭୮ ରନରେ ଭାରତ ଅଲଆଉଟ୍

james-anderson

Advertisment

ଲିଡ୍ସ: ଲର୍ଡ୍ସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମାଟି କାମୁଡିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ଇଂଲିଶ ପେସରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଦେଇଛି। ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଛି। ଭାରତର ରୋହିତ୍ ଶର୍ମା (୧୯) ଓ ଅଜିଙ୍କ୍ୟ ରାହାଣେ (୧୮)ଙ୍କୁ ଛାଡ଼ି ଦେଲେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି। ଅନ୍ୟ ପକ୍ଷରେ ଇଂଲଣ୍ଡର ସବୁ ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ଭେଟେରାନ୍ ଜେମ୍ସ ଆଣ୍ଡରସନ୍ ଓ କ୍ରେଗ୍ ଓଭରଟନ୍ ୩ଟି ୱିକେଟ୍ ନେଇଥିବା ବେଳେ ଓଲି ରବିନସନ୍ ଓ ସାମ୍ କୁରାନ୍ ୨ଟି ଲେଖାଏ ସଫଳତା ପାଇଛନ୍ତି।

Advertisment

ଲଗାତର ଟସ୍ ହାରୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଏଠାରେ ଭାଗ୍ୟ ସାଥ୍ ଦେଇଥିଲା। କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହା ଟିମ୍ ପାଇଁ ଭୁଲ୍ ପ୍ରମାଣିତ ହୋଇଛି। ଆରମ୍ଭରୁ ହିଁ ଇଂଲଣ୍ଡ ପେସର୍ ଆଣ୍ଡରସନ୍ ଓ ଓଲି ରବିନସନ୍ ଭାରତୀୟ ବ୍ୟାଟିଂ ଲାଇନକୁ କହି କହି ଆଟାକ୍ କରିଥିଲେ। ବିଶେଷକରି ଆଣ୍ଡରସନ୍ ଗୋଟିଏ ଲାଇନ୍ ଲେନ୍ଥରେ ବୋଲିଂ କରି ଭାରତର ପ୍ରଥମ ତିନି ୱିକେଟ ନେଇଥିଲେ।

ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲ୍ ଖାତା ଖୋଲି ପାରିନଥିବା ବେଳେ ଚେତେଶ୍ୱର ପୂଜାରା (୧) ପୁଣିଥରେ ନିରାଶ କରିଥିଲେ। କ୍ୟାପଟେନ୍ କୋହଲିଙ୍କ ଠାରୁ ଟିମ୍ ଭଲ ଇନିଂସ୍ ଆଶା ବାନ୍ଧିଥିଲେ ହେଁ ସେ ମଧ୍ୟ ନିରାଶ କରିଥିଲେ। ଦୁଇ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ରାହାଣେ ବୋଲରଙ୍କ ପାଇଁ ଭୁସ୍ୱର୍ଗ ପାଲିଟିଥିବା ପିଚରେ ଧୈର୍ଯ୍ୟ ଦେଖାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୩୫ ରନର ଭାଗିଦାରୀ କରିଥିଲେ। ମଧ୍ୟାହ୍ନ ଭୋଜନର ଠିକ୍ ପୂର୍ବରୁ ରବିନସନ୍ ସେଟ୍ ହୋଇସାରିଥିବା ରାହାଣେଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହାଣେ ୫୪ ବଲର ସାମ୍ନା କରି ୩ ଚୌକା ସହ ୧୮ ରନ୍ କରି ଆଉଟ୍ ହୋଇଥିଲେ।

Advertisment

ଦ୍ୱିତୀୟ ସେସନରେ ମଧ୍ୟ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଜାରି ରହିଥିଲା। ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମାତ୍ର ୨ ରନ୍ କରି ରବିନସନଙ୍କ ଶିକାର ହୋଇଥିଲେ। ୫୮ ରନ୍ ଭିତରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତର ସବୁ ଆଶା ରୋହିତଙ୍କ ଉପରକୁ ଚାଲିଆସିଥିଲା। କିନ୍ତୁ ରୋହିତଙ୍କୁ ଆଉଟ୍ କରି ଓଭରଟନ୍ ଭାରତର ଏହି ଆଶା ଧୂଳିସାତ୍ କରିଦେଇଥିଲେ। ଓଭରଟନ୍ ପରବର୍ତ୍ତୀ ବଲରେ ମହମ୍ମଦ ଶାମି (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୩ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ସାମ୍ କୁରାନ୍ ଗୋଟିଏ ଓଭରରେ ରବୀନ୍ଦ୍ର ଜାଡେଜା (୪) ଓ ଯଶପ୍ରୀତ ବୁମ୍ରା (୦)ଙ୍କୁ ଆଉଟ୍ କରି ଭାରତର ଅଷ୍ଟମ ଓ ନବମ ୱିକେଟର ପତନ କରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe