Advertisment

୪୩୮ରେ ଭାରତ ଅଲ୍‌ ଆଉଟ୍, ୱେଷ୍ଟଇଣ୍ଡିଜ ୮୬/୧

ପ୍ରଥମ ଇନିଂସରେ ବିରାଟ କୋହଲି ଶତକ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
Jadeja and Kohli

Jadeja and Kohli

Advertisment

ପୋର୍ଟ ଅଫ୍ ସ୍ପେନ୍‌ରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୩୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ୱେଷ୍ଟଇଣ୍ଡିଜ ତା’ର ପ୍ରଥମ ଇନିଂସରେ ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୮୬ ରନ୍ କରିଥିଲା। ଦଳ ଆଜି ପୁଣି ତା’ର ଇନିଂସକୁ ଆଗକୁ ନେବ।

Advertisment

ଗତକାଲି ଭାରତୀୟ ଦଳ ୨୮୮/୪ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ଦିନରେ ୮୭ ରନ୍ କରି ନଟ୍‌ଆଉଟ୍ ଥିବା ବିରାଟ କୋହଲି ଗତକାଲି ଶତକ ହାସଲ କରିଥିଲେ। ୧୮୦ଟି ବଲ୍‌ରୁ ସେ ଶତକ ପୂରଣ କରିଥିଲେ। ଏହା ସହିତ ୫ ବର୍ଷ ପରେ ବିରାଟ କୋହଲି ବିଦେଶ ମାଟିରେ ଟେଷ୍ଟରେ ଶତକ ହାସଲ କରିଥିଲେ। ୧୨୧ ରନ୍ (୨୦୬ ବଲ୍‌, ୧୧ ଚୌକା) କରିଥିବା ବେଳେ ଅଲଜାରୀ ଜୋଶେଫଙ୍କ ଦ୍ୱାରା ସେ ରନ୍‌ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଥମ ଦିନ ୩୬ ରନ୍ କରି ଅପରାଜିତ ଥିବା ରବୀନ୍ଦ୍ର ଜାଡ଼େଜା ଗତକାଲି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୫୨ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୬୧ ରନ୍ କରିଥିଲେ। ଈଶାନ କିଷନ ୩୭ଟି ବଲ୍‌ରୁ ୨୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୟଦେବ ଉନାଦକଟ ୭ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ଖାତା ଖୋଲି ପାରି ନଥିଲେ। ତେବେ ରବିଚନ୍ଦ୍ରନ ଅଶ୍ୱିନ ଏକ ସୁନ୍ଦର ପାଳି ଖେଳିଥିଲେ। ସେ ୭୮ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୫୬ ରନ୍ କରିଥିଲେ। ସେ ଆଉଟ ହେବା ସହିତ ଭାରତର ପ୍ରଥମ ଇନିଂସ ଶେଷ ହୋଇଥିଲା।

Advertisment

ୱେଷ୍ଟଇଣ୍ଡଜ ପକ୍ଷରୁ କିମର ରୋଚ୍ ଓ ଜୋମେଲ ୱାରିକାନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜାଶନ ହୋଲ୍ଡର ୨ଟି ଓ ଶାନନ ଗାବ୍ରିଏଲ ଗୋଟିଏ ୱିକେଟ ପାଇଥିଲେ।

ଅନ୍ୟପକ୍ଷରେ ଗତକାଲି ୱେଷ୍ଟଇଣ୍ଡଜ ତା’ର ପ୍ରଥମ ଇନିଂସରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଗୋଟିଏ ୱିକେଟ ହରାଇ ୮୬ ରନ୍ କରିଛି। ଚନ୍ଦରପଲ ୩୩ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ରେଗ ବ୍ରାଥୱେଟ ୩୭ ଓ କିର୍କ ମ୍ୟାକେଞ୍ଜି ୧୪ ରନ୍ କରି ଅପରାଜିତ ରହିଛନ୍ତି।

ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ଭାରତ ଗୋଟିଏ ଇନିଂସ ଓ ୧୪୧ ରନ୍‌ରେ ପରାସ୍ତ କରିଥିଲା।

Virat Kohli INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe