Advertisment

ବୋଲିଂ ଆକ୍ସନକୁ ନେଇ ଅଡ଼ୁଆରେ ଏହି ଭାରତୀୟ ଅଲରାଉଣ୍ତର, ହୋଇପାରନ୍ତି ବ୍ୟାନ

୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ଦୀପକ ହୁଦା ନିଜର ତ୍ରୁଟି ଯୁକ୍ତ ବୋଲିଂ ଷ୍ଟାଇଲ ପାଇଁ ବିସିସିଆଇର ସନ୍ଦିଗ୍ଧ ତାଲିକାରେ ରହିଛନ୍ତି।

author-image
Hemant Lenka
 Deepak Hooda

Deepak Hooda

ରବିବାର ସାଉଦି ଆରବରେ ୨୦୨୫ ଆଇପିଏଲ ପାଇଁ ମେଗା ଅକ୍ସନ ଆରମ୍ଭ ହେବ। ଏଥିରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ଉପରେ ବୋଲି ବା ଟଙ୍କା ଲାଗିବ। ତେବେ ଏହାର ଦୁଇ ଦିନ ପୂର୍ବରୁ ଭାରତୀୟ ଟିମର ଅଲରାଉଣ୍ଡର ଦୀପକ ହୁଦାଙ୍କ ପାଇଁ ଗୋଟିଏ ଖରାପ ଖବର ଆସିଛି।

Advertisment

୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ଦୀପକ ହୁଦା ନିଜର ତ୍ରୁଟି ଯୁକ୍ତ ବୋଲିଂ ଷ୍ଟାଇଲ ପାଇଁ ବିସିସିଆଇର ସନ୍ଦିଗ୍ଧ ତାଲିକାରେ ରହିଛନ୍ତି। ଏପରି କି ତାଙ୍କ ବୋଲିଂ ଉପରେ ବିସିସିଆଇ ବ୍ୟାନ ମଧ୍ୟ ଲଗାଇ ପାରେ ବୋଲି ଖବର ପ୍ରକାଶ ପାଇଛି।

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ହୁଦାଙ୍କ ବ୍ୟତୀତ ସୌରଭ ଦୁବେ ଓ କେସି କାରିପ୍ପା ମଧ୍ୟ ତ୍ରୁଟି ଯୁକ୍ତ ବୋଲିଂ ଆକ୍ସନ ପାଇଁ ବିସିସିଆଇର ସନ୍ଦିଗ୍ଧ ତାଲିକାରେ ରହିଛନ୍ତି। କର୍ଣ୍ଣାଟକାର ମନୀଷ ପାଣ୍ଡେ ଓ ଶ୍ରୀଜିତ କ୍ରିଷ୍ଣାଙ୍କୁ ବିସିସିଆଇ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ବ୍ୟାନ କରି ସାରିଛି।

Advertisment

ଏମାନେ ନିଜ ଆକ୍ସନରେ ପରିବର୍ତ୍ତନ ନ କରିବା ଯାଏ କୌଣସି ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିପାରିବେ ନାହିଁ। ରାଜସ୍ଥାନର ଅଫ ସ୍ପିନର ହୁଦାଙ୍କ ସମେତ କର୍ଣ୍ଣାଟକାର ସୌରଭ ଓ କାରିପ୍ପାଙ୍କୁ ମଧ୍ୟ ବିସିସିଆଇ ବୋଲିଂ କରିବାକୁ ବାରଣ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି।

ହୁଦା ନିଜର ବିସ୍ଫୋରଣ ବ୍ୟାଟିଂ ସହ ପାର୍ଟଟାଇମ ବୋଲିଂ ପାଇଁ ବେଶ ଜଣାଶୁଣା। ଆଇପିଏଲରେ ମଧ୍ୟ ସେ ବେଶ ପରିଚିତ। କିନ୍ତୁ ୨୦୨୪ରେ ସେ ଲକ୍ଷ୍ନୌ ପାଇଁ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ହୁଦା ୧୧ଟି ମ୍ୟାଚରେ ୧୪୫ ରନ କରିବା ସହ ଗୋଟିଏ ହେଲେ ବି ୱିକେଟ ଦଖଲ କରିପାରି ନଥିଲେ।

ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର କଥା ଦେଖିଲେ ସେ ଭାରତ ପାଇଁ ୧୦ଟି ଦିନିକିଆରେ ୧୫୩ ରନ କରିଛନ୍ତି। ଟି-୨୦ରେ ସେ ଭାରତ ପାଇଁ ୨୧ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ସହ ୩୬୮ ରନ କରିଛନ୍ତି। ଶେଷଥର ପାଇଁ ସେ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ନଜର ଆସିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୩୦ ରନ କରିଥିଲେ।

Indian Cricket Team Cricket IPL Team India Deepak Hooda