Advertisment

୨୦ ରନରେ ୪ ୱିକେଟ ହରାଇ ଅଲଆଉଟ ହୋଇଗଲା ଟିମ ଇଣ୍ଡିଆ

ଆଜି ବାକି ୨୦ ରନରେ ଭାରତ ୪ ୱିକେଟ ହରାଇଛି। ସେହିପରି ଆଜି ଇଂଲଣ୍ଡ ମାତ୍ର ୩୪ଟି ବଲରେ ଭାରତର ୪ ୱିକେଟ ଦଖଲ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
atkinson

atkinson

ପ୍ରଥମ ଦିନର ବର୍ଷା ଭିଜା ବିପର୍ଯ୍ୟୟ ପରେ ଦ୍ୱିତୀୟ ଦିନ ଆରମ୍ଭରୁ ମାଟି କାମୁଡ଼ିଛି ଭାରତୀୟ ଟିମ। ଇଂଲଣ୍ଡ ବିପକ୍ଷ ୫ମ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଟିମ ୨୨୪ ରନରେ ଅଲଆଉଟ ହୋଇ ଯାଇଛି। ପ୍ରଥମ ଦିନରେ ଦଳ ୬ ୱିକେଟ ହରାଇ ୨୦୪ ରନ କରିଥିଲା। ଆଜି ବାକି ୨୦ ରନରେ ଭାରତ ୪ ୱିକେଟ ହରାଇଛି। ସେହିପରି ଆଜି ଇଂଲଣ୍ଡ ମାତ୍ର ୩୪ଟି ବଲରେ ଭାରତର ୪ ୱିକେଟ ଦଖଲ କରିବାକୁ ସକ୍ଷମ ହୋଇଛି। 

Advertisment

ଗତକାଲି ୫୨ ରନ କରିଥିବା କରୁଣ ନାଏର ଆଜି ୫୭ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ ଜୋଶ ଟଙ୍ଗଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ୱାଶିଂଟନ ସୁନ୍ଦର କାଲିର ୧୯ ରନକୁ କେବଳ ୨୬ ରନରେ ପହଞ୍ଚା ପାରିଥିଲେ। ଏହି ଦୁଇ ଜଣ ଆଉଟ ହେବା ପରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ।

ଇଂଲଣ୍ଡ ପକ୍ଷରୁ ଗସ ଅଟକିନସନ ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେହିପରି ପ୍ରଥମ ଇନିଂସରେ ସେ ମୋଟ ୫ ୱିକେଟ ଦଖଲ କରିଛନ୍ତି। ଆଜି ସେ ୩ଟି ୱିକେଟ ନେଇଥିବା ବେଳେ ପ୍ରଥମ ଦିନରେ ୨ଟି ସଫଳତା ପାଇଥିଲେ।

Advertisment

ଜୋଶ ଟଙ୍ଗ ମଧ୍ୟ ୩ଟି ୱିକେଟ ନେଇଛନ୍ତି। ଆଜି ସେ କରୁଣ ନାଏରଙ୍କ ୱିକେଟ ଦଖଲ କରିଥିଲେ। ଆଜିର ବାକି ୩ ୱିକେଟ ଅଟକିସନଙ୍କ ଖାତାକୁ ଯାଇଛି। ସେ ଆଜି ପ୍ରଥମେ ସୁନ୍ଦର ପରେ ସିରାଜ ଓ ପ୍ରସିଦ୍ଧଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ କ୍ରିସ ୱକ୍ସ ଗୋଟିଏ ୱିକେଟ ନେଇଥିଲେ। ଶୁବମନ ଗିଲ ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ।

India Vs England Test Test Cricket gus-atkinson Test Match