Advertisment

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ: ଆଜି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢ଼େଇ

ଷଷ୍ଠ ଥର ପାଇଁ ଏହି କପ୍ ଜିତିବାକୁ ଭାରତୀୟ ଦଳ ପ୍ରୟାସ କରିବ।

author-image
Jitendra Garnayak
INDvsAUS

INDvsAUS

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯିବ। ଅପରାହ୍ନ ୧.୩୦ରୁ ମ୍ୟାଚ୍ ଆରମ୍ଭ ହେବ।

Advertisment

ଭାରତ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ ହାତେଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ୬ ବର୍ଷ ପରେ ଫାଇନାଲ ଖେଳିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ୨୦୧୮ ମସିହାର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲା ଅଷ୍ଟ୍ରେଲିଆ। ସେହି ମ୍ୟାଚ୍‌ରେ ଦଳ ଭାରତ ଠାରୁ ହାରି ଯାଇଥିଲା। ଭାରତ ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଟ୍ରଫି ହାସଲ କରିଥିଲା।

Advertisment

ଅନ୍ୟପକ୍ଷରେ ଆଜି ୯ମ ଥର ପାଇଁ ଭାରତୀୟ ଦଳ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି। ଦଳ ପୂର୍ବରୁ ୮ ଥର ଫାଇନାଲ ଖେଳିଥିବା ବେଳେ ୫ ଥର ଚାମ୍ପିୟନ ହୋଇଥିଲା। ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତକୁ ଏହି ସଫଳତା ମିଳିଥିଲା।

ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ପ୍ରଥମ ସଂସ୍କରଣ ଜିତିଥିଲା। ଦଳ ୧୯୮୮, ୨୦୦୨ ଓ ୨୦୧୦ରେ ଏହି ଟ୍ରଫି ଜିତିଥିଲା। ୨୦୧୨ ଓ ୨୦୧୮ରେ ଦଳ ଫାଇନାଲରେ ପହଞ୍ଚିଥିଲେ ସୁଦ୍ଧା ହାରି ଯାଇଥିଲା।

ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଥିଲା।

INDvsAUS U19 WorldCup