Advertisment

ଆଜି ଟିମ୍ଇଣ୍ଡିଆ-ବାଲାଂଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା

ନୂଆଦିଲ୍ଲୀ: ଆଜି ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପର ଏକ ହାଇ ଭୋଲଟେଜ ମୁକବିଲା । ଲଢେଇ ଟିମ୍ଇଣ୍ଡିଆ- ବାଲାଂଦେଶ ମଧ୍ୟରେ ହେବ।  ଏହି ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ ମଧ୍ୟ ସେମିଫାଇନାଲ ରେସରେ ରହିବାକୁ ଭରପୁର ପ୍ରୟାସ କରିବ।  ଟିମଇଣ୍ଡିଆ ବ୍ୟାଟିଂ ଲାଇନ୍ଅପ ଜବରଦସ୍ତ ଫର୍ମରେ ଅଛି। ଆଉ ବୋଲିଂ ଡିପାର୍ଟମେଣ୍ଟ ମଧ୍ୟ ବହୁତ ଦିନ ପରେ ଟ୍ରାକକୁ ଫେରିଛି । ଅନ୍ୟ ପଟେ ବାଂଲାଦେଶ ଟିମ୍ ମଧ୍ୟ […]

ଆଜି ଟିମ୍ଇଣ୍ଡିଆ-ବାଲାଂଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା

iop

Advertisment

ନୂଆଦିଲ୍ଲୀ: ଆଜି ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପର ଏକ ହାଇ ଭୋଲଟେଜ ମୁକବିଲା । ଲଢେଇ ଟିମ୍ଇଣ୍ଡିଆ- ବାଲାଂଦେଶ ମଧ୍ୟରେ ହେବ।  ଏହି ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ ମଧ୍ୟ ସେମିଫାଇନାଲ ରେସରେ ରହିବାକୁ ଭରପୁର ପ୍ରୟାସ କରିବ।  ଟିମଇଣ୍ଡିଆ ବ୍ୟାଟିଂ ଲାଇନ୍ଅପ ଜବରଦସ୍ତ ଫର୍ମରେ ଅଛି। ଆଉ ବୋଲିଂ ଡିପାର୍ଟମେଣ୍ଟ ମଧ୍ୟ ବହୁତ ଦିନ ପରେ ଟ୍ରାକକୁ ଫେରିଛି । ଅନ୍ୟ ପଟେ ବାଂଲାଦେଶ ଟିମ୍ ମଧ୍ୟ ଭାରତକୁ ଟି-ଟ୍ୱେଣ୍ଟି ଫର୍ମାଟରେ ନାକେଦମ କରିଛି ।  ତେଣୁ ଏକ ରୋଚକ ମୁକାବିଲା ଅପେକ୍ଷାରେ ଅଛନ୍ତି କ୍ରିକେଟ ଫ୍ୟାନ।

Advertisment

ପାକିସ୍ତାନ ଓ ଜିମ୍ବାୱେକୁ ହରାଇ ଦମ୍‌ଦାର ଭାବେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତ କିନ୍ତୁ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାଜୟ ବରଣ କରିଥିଲା। ଅନ୍ୟପଟେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ବଡ଼ ମ୍ୟାଚ୍‌ରେ ରାହୁଲଙ୍କ ବିଫଳତା ଭାରତକୁ ଚିନ୍ତାରେ ପକାଇଛି। ତଥାପି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ତାଙ୍କ ସପକ୍ଷରେ ରହିଛନ୍ତି। ପିଠି ଯନ୍ତ୍ରଣା ଯୋଗୁଁ ଦୀନେଶ କାର୍ତ୍ତିକ ନଖେଳିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ବୋଲିଂ ଆକ୍ରମଣ ସେତେଟା ଭଲ ନାହିଁ।

ଦଳରେ ମୁସ୍ତାଫିଜୁର ରହମାନ, ତସ୍କିନ ଅହମଦ, ମେହିଦି ହାସନ ମିରାଜ, ଅଧିନାୟକ ସାକିବ ଅଲ୍‌ ହାସନ ଓ ହାସନ ମହମୁଦଙ୍କ ଭଳି ବୋଲର ରହିଥିଲେ ମଧ୍ୟ ଏମାନେ ବିଶ୍ୱସ୍ତରୀୟ ନୁହନ୍ତି। ତେଣୁ ଏହି ବୋଲରଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ରାହୁଲ ଫର୍ମକୁ ଫେରିପାରନ୍ତି। ତେବେ ଆଜି ସଂଧ୍ୟାରେ ବର୍ଷା ସମ୍ଭାବନା ରହିଛି। ୨୦୧୬ରେ ଆଡିଲେଡ୍‌ରେ ଭାରତ ଗୋଟିଏ ‌ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩୭ ରନ୍‌ରେ ହରାଇଥିଲା। ବାଂଲ‌ାଦେଶ ମଧ୍ୟ ଏଠାରେ ଏକମାତ୍ର ଅନ୍ତର୍ଜାତୀୟ ବିଜୟ ପାଇଛି। ୨୦୧୫ ବିଶ୍ୱକପ୍‌ରେ ଏହି ଦଳ ୧୫ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe