Advertisment

T20 World Cup: ୭୩ ବାଉଣ୍ଡରୀ ଓ ୪୯୯ ରନ: ରେକର୍ଡ ବର୍ଷାର ସାକ୍ଷୀ ବନିଲା ମୁମ୍ବାଇ

ଭାରତ ପ୍ରଥମ ଡିଫେଣ୍ଡିଂ ଚାମ୍ପିୟନ ଟିମ ଯିଏ ଟି-୨୦ ବିଶ୍ୱକପ ଫାଇନାଲ ରବିବାର ଖେଳିବ। ଭାରତ ପୂର୍ବରୁ ୨ଟି ଟିମ କ୍ରମାଗତ ଫାଇନାଲରେ ପ୍ରବେଶ କରିଥିଲେ। ପାକିସ୍ତାନ ୨୦୦୭ ଓ ୨୦୦୯ ଏବଂ ଶ୍ରୀଲଙ୍କା ୨୦୧୨ ଓ ୨୦୧୪ରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।

author-image
Hemant Lenka
Sanju

ଶଟ ଖେଳୁଛନ୍ତି ସଞ୍ଜୁ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ସବୁଠାରୁ ହାଇସ୍କୋରିଂ ମ୍ୟାଚ୍‌ ଗୁରୁବାର ରାତିରେ ଦେଖିବାକୁ ମିଳିଛି। ଭାରତ ଓ ଇଂଲଣ୍ଡ ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ହେଉଥିବା ବେଳେ ହୋଇଛି ରନ ବର୍ଷା। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୫୩ ରନ କରଥିଲା। ଏହାର ଜବାବରେ ଇଂଲଣ୍ଡ ୭ ୱିକେଟ ହରାଇ ୨୪୬ ରନ କରିଛି। ଭାରତ ୭ ରନରେ ମ୍ୟାଚ୍‌ ଜିତି ୪ର୍ଥ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବାର ରେକର୍ଡ କରିଛି। 

Advertisment

ଦୁଇ ଟିମ ମିଳିତ ଭାବେ ୪୦ ଓଭରରେ ୪୯୯ ରନ କରିଥିବା ବେଳେ ଅନେକ ରେକର୍ଡ କରିଛନ୍ତି। ମୁମ୍ବାଇରେ ହୋଇଥିବା ଅନେକ ରେକର୍ଡ ଉପରେ ନଜର ପକାନ୍ତୁ

୧- ଅନ୍ତର୍ଜାତୀୟ ଟି-୨୦ର କୌଣସି ନକଆଉଟ ବା ପ୍ଲେଅଫ ମ୍ୟାଚ୍‌ରେ ସର୍ବାଧିକ ରନ କରିଛି ଭାରତ। ଇଂଲଣ୍ଡ ମୁମ୍ବାଇ ମ୍ୟାଚ୍‌ରେ ୨୪୬ ରନ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହାପୂର୍ବରୁ ୨୦୨୪ରେ ରୋମାନିଆ ବିପକ୍ଷ ମ୍ୟାଚ୍‌ରେ ଇଟାଲୀ ୪ ୱିକେଟ ହରାଇ ୨୪୪ ରନ କରିଥିଲା। ସବ ରିଜନାଲ ୟୁରୋପୀୟ କ୍ୱାଲିଫାୟରର ଗ୍ରୁପ ଏ ଫାଇନାଲରେ ଏପରି ସ୍କୋର ହୋଇଥିଲା। 

Advertisment

୨- ଗୁରୁବାର ପୂର୍ବରୁ ଟି-୨୦ ବିଶ୍ୱକପର ନକଆଉଟରେ ଗୋଟିଏ ଟିମ ମାତ୍ର ଥରେ ୨୦୦ରୁ ଅଧିକ ରନ କରିଥିଲା। ୨୦୧୨ ସେମି ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ ୪ ୱିକେଟ ହରାଇ ୨୦୫ ରନ କରିଥିଲା।

୩- ଟି-୨୦ ଅନ୍ତର୍ଜାତୀୟରେ ଭାରତ ୬ଷ୍ଠ ଥର ପାଇଁ ୨୫୦ରୁ ଅଧିକ ରନ କରିଛି। ଦ୍ୱିତୀୟ ସ୍ଥାନରେ ଥିବା ଇଣ୍ଡିଜ ଟିମ ୩ ଥର ଏପରି କରିପାରିଛି। ପ୍ରାଞ୍ଚାଇଜ କ୍ରିକେଟ ଖେଳୁଥିବା ଟିମ ତୁଳନାରେ ମଧ୍ୟ ଭାରତ ଆଗରେ। ଭାରତ ୬ଥର ୨୫୦ ରନ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ୫ଥର ଏପରି ସଫଳତା ପାଇଛି।

୪- ଭାରତ ରେକର୍ଡ ୪ର୍ଥ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ଦଳ ୨୦୦୭, ୨୦୧୪ ଓ ୨୦୨୪ରେ ଫାଇନାଲ ଖେଳିଥିଲା। ଶ୍ରୀଲଙ୍କା, ପାକିସ୍ତାନ ଓ ଇଂଲଣ୍ଡ ୩ଥର ଲେଖାଏ ଫାଇନାଲ ଖେଳିଛନ୍ତି। 

୫- ଭାରତ ପ୍ରଥମ ଡିଫେଣ୍ଡିଂ ଚାମ୍ପିୟନ ଟିମ ଯିଏ ଟି-୨୦ ବିଶ୍ୱକପ ଫାଇନାଲ ରବିବାର ଖେଳିବ। ଭାରତ ପୂର୍ବରୁ ୨ଟି ଟିମ କ୍ରମାଗତ ଫାଇନାଲରେ ପ୍ରବେଶ କରିଥିଲେ। ପାକିସ୍ତାନ ୨୦୦୭ ଓ ୨୦୦୯ ଏବଂ ଶ୍ରୀଲଙ୍କା ୨୦୧୨ ଓ ୨୦୧୪ରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।

୬- ଭାରତୀୟ ପୁରୁଷ କ୍ରିକେଟ ଟିମ ରେକର୍ଡ ୧୫ଥର ପାଇଁ ଆଇସିସି ଦ୍ୱାରା ଆୟୋଜିତ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବ। ଏପରି ସଫଳତା ଆଉ କୌଣସି ଟିମକୁ ମିଳିନି। ଭାରତ ପଛକୁ ଅଷ୍ଟ୍ରେଲିଆ(୧୪) ରହିଛି। ଭାରତ ଦିନିକିଆ ଓ ଟି-୨୦ ବିଶ୍ୱକପ ଫାଇନାଲକୁ ୪ଥର ଯାଇଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ୫ ଥର ଓ ବିଶ୍ୱ ଟେଷ୍ଟ ଚାମ୍ପିୟଶିପ ଫାଇନାଲ ୨ ଥର ଖେଳିଛି। 

୭- ଭାରତ-ଇଂଲଣ୍ଡ ମିଳିତ ଭାବେ ଗୁରୁବାର ୪୯୯ ରନ କରିଥିଲେ। ଏହା କୌଣସି ଟି-୨୦ରେ ଦ୍ୱିତୀୟ ସର୍ବୋଚ୍ଚ ସ୍କୋର। ୨୦୨୩ରେ ଦକ୍ଷିଣ ଆଫ୍ରିକା ଓ ଇଣ୍ତିଜ ମଧ୍ୟରେ ଖେଳା ଯାଇଥିବା ସେଞ୍ଚୁରିଅନ ଟି-୨୦ରେ ଉଭୟ ଟିମ ୫୧୭ ରନ କରିଥିଲେ। 

୮- ଟି-୨୦ ବିଶ୍ୱକପରେ ଦୁଇଟି ଟିମ ଗୋଟିଏ ମ୍ୟାଚ୍‌ରେ ମିଳିତ ଭାବେ ୪୯୯ ରନ କରିବା ପ୍ରଥମ ଘଟଣା। ଏହାପୂର୍ବରୁ ୨୦୧୬ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ୪୫୯ ରନ କରିଥିଲେ। ଏହି ୱାଙ୍ଖଡେରେ ଏପରି ଘଟଣା ଘଟିଥିଲା। 

୯- ଭାରତ ବିପକ୍ଷରେ ୧୦୫ ରନର ଇନିଂସ ଖେଳି ଜ୍ୟାକବ ବେଥେଲ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି। ଟି-୨୦ ବିଶ୍ୱକପର ନକଟଆଉଟରେ ଏହା ସର୍ବୋଚ୍ଚ ବ୍ୟକ୍ତିତଗ ସ୍କୋର। ବୁଧବାର ନ୍ୟୁଜିଲ୍ୟାଣ୍ଡର ଫିନ ଆଲେନ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ସେମିରେ ଅପରାଜିତ ୧୦୦ ରନ କରିଥିଲେ। ହେଲେ ବେଥେଲ ତାଙ୍କୁ ଦିନକ ପରେ ଅତିକ୍ରମ କରି ଯାଇଛନ୍ତି। 

୧୦- ଗୁରୁବାର ଭାରତୀୟ ବ୍ୟାଟର ୧୯ଟି ଛକା ମାରିଥିଲେ। ଟି-୨୦ ବିଶ୍ୱକପରେ ତୃତୀୟ ଥର ପାଇଁ କୌଣସି ଇନିଂସରେ ୧୯ଟି ଛକା ଦେଖିବାକୁ ମିଳିଛି। ନେଦରଲ୍ୟାଣ୍ଡ୍ସ ୨୦୧୪ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଓ ଚଳିତ ବିଶ୍ୱକପରେ ଇଣ୍ଡିଜ ଟିମ ଜିମ୍ବାୱେ ବିପକ୍ଷରେ ୧୯ଟି ଛକା ମାରିଥିଲା।

୧୧- ଜୋଫ୍ରା ଆର୍ଚରଙ୍କୁ ଭାରତୀୟ ବ୍ୟାଟର ୭ଟି ଛକା ମାରିଛନ୍ତି। ଟି-୨୦ ବିଶ୍ୱକପ ମ୍ୟାଚ୍‌ରେ କୌଣସି ବୋଲର ଏପରି ସ୍ଥିତି ତୃତୀୟ ଥର ପାଇଁ ସାମ୍ନା କରିଛନ୍ତି। ଏହାପୂର୍ବରୁ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ୨୦୦୭ରେ ୭ଟି ଛକା ଖାଇବାକୁ ପଡ଼ିଥିଲା।  ୨୦୧୨ ବିଶ୍ୱକପରେ ଜାଭିୟର ଦୋହେରୋର୍ଥୀ ମଧ୍ୟ ଇଣ୍ଡିଜ ବିପକ୍ଷରେ ୭ ଛକା ଖାଇଥିଲେ। ଟି-୨୦ ବିଶ୍ୱକପ ମ୍ୟାଚ୍‌ରେ ୪ ଓଭରରେ ୬୧ ରନ ଦେଇ ଆର୍ଚର ଇଂଲଣ୍ଡ ପାଇଁ ସବୁଠାରୁ ମହଙ୍ଗା ବୋଲର ହେବାର ଲଜ୍ଜା ମଧ୍ୟ ମୁଣ୍ଡାଇଛନ୍ତି।

୧୨- ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ ଖର୍ଚ୍ଚ କରିବା ତାଲିକାରେ ବରୁଣ ଚକ୍ରବର୍ତ୍ତୀ ଯୋଡ଼ି ହୋଇଛନ୍ତି। ବରୁଣ ଗୁରୁବାର ୪ ଓଭରରେ ୬୪ ରନ ଦେଇ ଗୋଟିଏ ୱିକେଟ ପାଇଛନ୍ତି। ତାଙ୍କୁ ପୂର୍ବରୁ ୟୁଜି ଚହଲ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୬୪ ରନ ଖାଇଥିଲେ। ତେବେ ତାଲିକାର ୧ ନମ୍ବରରେ ପ୍ରସିଦ୍ଧ କ୍ରିଷ୍ଣା ୬୮ ରନ ସହ ରହିଛନ୍ତି। 

୧୩- ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ ୭୩ଟି ବାଉଣ୍ଡରୀ ହେବା ଟି-୨୦ ବିଶ୍ୱକପରେ ପ୍ରଥମ ଘଟଣା। ଏହା ଟି-୨୦ ଅନ୍ତର୍ଜାତୀୟରେ ମଧ୍ୟ ତୃତୀୟ ସର୍ବାଧିକ। କେବଳ ବାଉଣ୍ଡରୀରୁ ଉଭୟ ଦଳ ୩୬୦ ରନ କରିଛନ୍ତି। ଉଭୟ ଦଳ ୪୦ ଓଭର ବୋଲିଂ କରିଥିବା ବେଳେ କେବଳ ୪ଟି ଓଭରରେ କୌଣସି ବାଉଣ୍ଡରୀ ଦେଖିବାକୁ ମିଳିନି। 

୧୪- ଚଳିତ ବିଶ୍ୱକପରେ ଭାରତ ଏଯାଏ ୮୮ଟି ଛକା ମାରିଛି। ଏହା କୌଣସି ଅନ୍ତର୍ଜାତୀୟ ଟି-୨୦ ସିରିଜ ଓ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ। ଏହାପୂର୍ବରୁ ୨୦୨୫ରେ ବୁଲଗେରିଆ ଆୟୋଜନ କରିଥିବା ତ୍ରିପାକ୍ଷିକ ସିରିଜରେ ୭୫ଟି ଛକା ମାରିଥିଲା। ଭାରତ ଏହାଭୁ ଅତିକ୍ରମ କରି ଯାଇଛି। 

T20 World Cup