Advertisment

ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟକ୍କର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଦୁଇ ଦେଶ ମଧ୍ୟରେ ଆସନ୍ତା ୧୨ ତାରିଖରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଦୁଇ ଦେଶର ଖେଳା ପହଞ୍ଚିବା ପରେ ସେମାନଙ୍କୁ  କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଦୁଇ ମେ’ ଫେୟାର ହୋଟେଲକୁ ନିଆଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱର ବିମାନ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

Team India

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟକ୍କର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଦୁଇ ଦେଶ ମଧ୍ୟରେ ଆସନ୍ତା ୧୨ ତାରିଖରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଦୁଇ ଦେଶର ଖେଳା ପହଞ୍ଚିବା ପରେ ସେମାନଙ୍କୁ  କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଦୁଇ ମେ' ଫେୟାର ହୋଟେଲକୁ ନିଆଯାଇଛି।

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିମାନ ପହଞ୍ଚିବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୩ଟି ବସ୍‌ରେ ମେ' ଫେୟାର ହୋଟେଲ୍‌ ଅଭିମୁଖେ ନିଆଯାଇଥିଲା। ଏଥିପାଇଁ ପୂରା ରୁଟ୍‌ରେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଖେଳାଳିଙ୍କ ବସ୍‌ ଆଗକୁ ଯେପରି କୌଣସି ଫ୍ୟାନ୍‌ ନ ଆସିବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

ଅନ୍ୟପକ୍ଷରେ ଖେଳାଳିଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଫ୍ୟାନ୍‌ ଛିଡ଼ା ହୋଇଥିଲେ। ଆଉ ନିଜ ପସନ୍ଦର ଖେଳାଳିଙ୍କୁ ଦେଖି ଚିୟର ଅଫ୍‌ ମଧ୍ୟ କରିଥିଲେ। ସେପଟେ ବସ୍‌ ଭିତରେ ଥିବା ଖେଳାଳିମାନେ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ ମେ' ଫେୟାର ହୋଟେଲରେ ପହଞ୍ଚିବା ପରେ ସମସ୍ତଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ହୋଟେଲ୍‌ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତଙ୍କୁ ପାଛୋଟି ନେଇଥିଲେ।

ସୂଚନାଯୋଗ୍ୟ, ଭାରତ ଏବେ ୫ ଟିକିଆ ଟି-୨୦ ସିରିଜ୍‌ରେ ୦-୧ରେ ପଛରେ ରହିଛି। ଗୁରୁବାର ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଋଷଭ ପନ୍ତଙ୍କ ଟିମ୍‌ ଇଣ୍ଡିଆ ତେମ୍ବା ବାଭୁମାଙ୍କ ଦକ୍ଷିଣ ଆଫ୍ରିକାଠାରୁ ୭ ୱିକେଟରେ ହାରି ଯାଇଛି। ତେଣୁ ବାରବାଟୀରେ ଟିମ୍‌ ଇଣ୍ଡିଆ କମବ୍ୟାକ କରିବାର ଲକ୍ଷ୍ୟ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe