Advertisment

ଜୁନିୟର ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷିତ

ନୂଆଦିଲ୍ଲୀ: ୨୦୨୨ରେ ୱେଷ୍ଟଇଣ୍ଡିଜରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଚାରିଥରର ଚାମ୍ପିୟନ୍ ଭାରତ ୧୭ ଜଣିଆ ଦଳର ଘୋଷଣା କରିଛି। ଦଳର ନେତୃତ୍ୱ ଭାର ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଦୁଲଙ୍କୁ ଦିଆଯାଇଛି। ସେହିପରି ସେକ୍ ରଶୀଦଙ୍କୁ ଭାଇସ-କ୍ୟାପଟେନ୍ ଭାବେ ଚୟନ କରାଯାଇଛି। ବିଶ୍ୱକପର ୧୪ଶ ସଂସ୍କରଣ ଜାନୁଆରୀ ୧୪ରୁ ଫେବୃଆରୀ ୫ ତାରିଖ ଯାଏ ୱେଷ୍ଟଇଣ୍ଡିଜର ଚାରୋଟି ଭେନ୍ୟୁରେ ଖେଳାଯିବ। ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ। […]

ଜୁନିୟର ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷିତ

indian-team

Advertisment

ନୂଆଦିଲ୍ଲୀ: ୨୦୨୨ରେ ୱେଷ୍ଟଇଣ୍ଡିଜରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଚାରିଥରର ଚାମ୍ପିୟନ୍ ଭାରତ ୧୭ ଜଣିଆ ଦଳର ଘୋଷଣା କରିଛି। ଦଳର ନେତୃତ୍ୱ ଭାର ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଦୁଲଙ୍କୁ ଦିଆଯାଇଛି। ସେହିପରି ସେକ୍ ରଶୀଦଙ୍କୁ ଭାଇସ-କ୍ୟାପଟେନ୍ ଭାବେ ଚୟନ କରାଯାଇଛି।

Advertisment

ବିଶ୍ୱକପର ୧୪ଶ ସଂସ୍କରଣ ଜାନୁଆରୀ ୧୪ରୁ ଫେବୃଆରୀ ୫ ତାରିଖ ଯାଏ ୱେଷ୍ଟଇଣ୍ଡିଜର ଚାରୋଟି ଭେନ୍ୟୁରେ ଖେଳାଯିବ। ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ।

https://twitter.com/BCCI/status/1472549056345825280?s=20

ଭାରତ ଜୁନିୟର ବିଶ୍ୱକପର ସବୁଠାରୁ ସଫଳ ଟିମ୍ ଭାବେ ୪ଥର ଟ୍ରଫି ଜିତିଛି। ଭାରତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା। ତେବେ ୨୦୧୬ ଓ ୨୦୨୦ରେ ଭାରତ ରନର୍ସଅପ୍ ହୋଇଥିଲା।

Advertisment

ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପର ଟପ୍-୨ ଟିମ୍ ସୁପର୍ ଲିଗରେ ପହଞ୍ଚିବେ। ଭାରତ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଗାଏନାରେ ଖେଳାଯିବ। ଏହା ପରେ ଭାରତ ଜାନୁଆରୀ ୧୯ ତାରିଖରେ ଆୟର୍ଲ୍ୟାଣ୍ଡ, ୨୨ ତାରିଖରେ ତୃତୀୟ ମ୍ୟାଚରେ ଉଗାଣ୍ଡା ବିପକ୍ଷରେ ଖେଳିବ। ଏହି ଦୁଇଟି ଯାକ ମ୍ୟାଚ୍ ଯଥାକ୍ରମେ ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ ଓ ତ୍ରିନିଦାଦ ଆଣ୍ଡ ତବାଗୋରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।

ଭାରତୀୟ ଅଣ୍ଡର୍-୧୯ ସ୍କ୍ୱାଡ୍: ୟଶ ଦୁଲ୍ (କ୍ୟାପଟେନ୍), ହରନୁର୍ ସିଂହ, ଅଙ୍ଗକ୍ରିଷ୍ ରଘୁବଂଶୀ, ସେକ୍ ରଶୀଦ୍ (ଭାଇସ୍-କ୍ୟାପଟେନ୍), ନିଶାନ୍ତ ସିନ୍ଧୁ, ଅନୀଶ୍ୱର ଗୌତମ, ଦିନେଶ ବାନା (ୱିକେଟ୍ କିପର), ଆରାଧ୍ୟ ଯାଦବ (ୱିକେଟ୍ କିପର), ରାଜ ଅଙ୍ଗଦ ବାୱା, ମାନବ ପାରଖ, କୌଶାଲ୍ ତାମ୍ବେ, ଆରଏସ୍ ହଙ୍ଗାରଗେକର, ବାସୁ ବତ୍ସ, ବିକି ଓଟ୍ସୱାଲ୍, ରବି କୁମାର, ଗର୍ବ ସାଙ୍ଗୱାନ୍।

ଷ୍ଟାଣ୍ଡବାଇ ଖେଳାଳି: ରିଶିତ୍ ରେଡ୍ଡୀ, ଉଦୟ ସାହାରନ୍, ଅଂଶ ଗୋସାଇ, ଅମ୍ରିତ ରାଜ ଉପାଧ୍ୟାୟ, ପିଏମ୍ ସିଂ ରାଠୋର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe