Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଟେଷ୍ଟ ଟିମର ଘୋଷଣା କରିଛି। ଭାରତୀୟ କ୍ରିକେଟ୍ ଟିମ୍ ଏହି ଗସ୍ତରେ ତିନୋଟି ଟେଷ୍ଟ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ। ବିରାଟ୍ କୋହଲି ଟେଷ୍ଟ ଟିମର ନେତୃତ୍ୱ ନେବେ। ସେହିପରି କୋହଲିଙ୍କ ବଦଳରେ ରୋହିତ୍ ଶର୍ମାଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଛି। ସେହିପରି ରୋହିତଙ୍କୁ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ଖରାପ ଫର୍ମ ପାଇଁ ଅଜିଙ୍କ୍ୟ ରାହାଣେଙ୍କୁ ଭାଇସ୍ […]

ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

team-india

Advertisment

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଟେଷ୍ଟ ଟିମର ଘୋଷଣା କରିଛି। ଭାରତୀୟ କ୍ରିକେଟ୍ ଟିମ୍ ଏହି ଗସ୍ତରେ ତିନୋଟି ଟେଷ୍ଟ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ। ବିରାଟ୍ କୋହଲି ଟେଷ୍ଟ ଟିମର ନେତୃତ୍ୱ ନେବେ। ସେହିପରି କୋହଲିଙ୍କ ବଦଳରେ ରୋହିତ୍ ଶର୍ମାଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଛି। ସେହିପରି ରୋହିତଙ୍କୁ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ଖରାପ ଫର୍ମ ପାଇଁ ଅଜିଙ୍କ୍ୟ ରାହାଣେଙ୍କୁ ଭାଇସ୍ କ୍ୟାପଟେନ୍ ପଦ ହରାଇବାକୁ ପଡ଼ିଛି।

Advertisment

ଯଦିଓ ରାହାଣେଙ୍କ ଠାରୁ ଭାଇସ୍ କ୍ୟାପଟେନ୍ ପଦ ଛଡ଼ାଇ ନିଆଯାଇଛି, କିନ୍ତୁ ଟେଷ୍ଟ ସ୍କ୍ୱାଡରେ ସେ ସ୍ଥାନ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଆଘାତପ୍ରାପ୍ତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ଓପ୍ନର ଶୁବମନ୍ ଗିଲଙ୍କୁ ବାଦ୍ ଦିଆଯାଇଛି। ସେହିପରି କାନପୁରରେ ପଦାର୍ପଣ ଟେଷ୍ଟରେ ଶତକ ମାରିଥିବା ଶ୍ରେୟସ ଆୟର ସ୍କ୍ୱାଡରେ ସ୍ଥାନ ବଜାୟ ରଖିଛନ୍ତି। ମୁମ୍ବାଇ ଟେଷ୍ଟରେ ଯଥାକ୍ରମା ୧୫୦ ଓ ୬୨ ରନର ଇନିଂସ୍ ଖେଳିଥିବା ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଲୋକେଶ ରାହୁଲ୍ ଓ ରୋହିତ୍ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଇନଥିବା ହନୁମା ବିହାରୀ ଟିମକୁ କମବ୍ୟାକ୍ କରିଛନ୍ତି। ହନୁମା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ-ଏ ପକ୍ଷରୁ ଖେଳୁଛନ୍ତି। ସେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଚାରିଦିନିଆ ଅନଅଫିସିଆଲ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କୁ ଟିମରେ ଚୟନ କରଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଟିମକୁ ଫେରିଛନ୍ତି।

Advertisment

https://twitter.com/BCCI/status/1468577588108877827?s=20

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ନେଇଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ଖରାପ ଫର୍ମରେ ଥିବା ଈଶାନ୍ତ ଶର୍ମାଙ୍କ ଉପରେ ପୁଣି ସିଲେକ୍ସନ୍ କମିଟି ଭରସା ଦେଖାଇଛନ୍ତି। ତାଙ୍କ ବ୍ୟତୀତ ଉମେଶ ଯାଦବ, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍କ୍ୱାଡରେ ସ୍ଥାନ ସୁରକ୍ଷିତ ରଖିଛନ୍ତି।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର୍, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଋଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe