/odisha-reporter/media/media_files/2026/03/05/india1-2026-03-05-22-54-38.jpg)
ଭାରତୀୟ ଟିମ
ୱାଙ୍ଖଡେରେ ହିଷ୍ଟ୍ରୀ ଡିଫିଟ ହୋଇଛି। ୨୦୧୬ରେ ଭାରତ ସାମ୍ନା କରିଥିବା ସେମି ପରାଜୟର ରିପିଟ ୨୦୨୬ରେ ହୋଇନାହିଁ। ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ହିଷ୍ଟ୍ରୀ ରିପିଟ ଓ ହିଷ୍ଟ୍ରୀ ଡିଫିଟ ନାରା ନେଇ ଟିମ ଇଣ୍ଡିଆ ମୈଦାନକୁ ଓହ୍ଲାଇଥିଲା। ଏବେ ୱାଙ୍ଖଡେରେ ଇଂଲଣ୍ତକୁ ହରାଇ ଭାରତୀୟ ଟିମ ହିଷ୍ଟ୍ରୀକୁ ଡିଫିଟ କରିଛି। ଏଥିସହ ମାର୍ଚ୍ଚ ୮ରେ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ ହାତେଇଛି। ଇଂଲଣ୍ଡକୁ ରୋମାଞ୍ଚକର ଢଙ୍ଗରେ ୭ ରନ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟିମ ଇଣ୍ଡିଆ ଟ୍ରଫି ଟକ୍କରକୁ ଯାଇଛି।
୨୦୧୬ରେ ଏହି ୱାଙ୍ଖଡେରେ ଭାରତ ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ହୋଇନାହିଁ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନ କରିଥିବା ବେଳେ ଇଂଲଣ୍ତ ଜ୍ୟାକବ ବେଥେଲଙ୍କ ୧୦୫ ରନ ବଳରେ ୭ ୱିକେଟ ହରାଇ ୨୪୬ ରନ କରିପାରିଛି। ଶେଷ ଓଭରରେ ବେଥେଲ ରନ ଆଉଟ ହେବାରୁ ଭାରତ ମ୍ୟାଚକୁ କବଜା କରିଛି। ଆସନ୍ତା ରବିବାର ଭାରତର ମୁକାବିଲା ଫାଇନାଲରେ ନ୍ୟୁଜିଲ୍ୟାଣତଡ ସହ ହେବ। ପ୍ରଥମେ ସେମିରେ ନ୍ୟୁଜିଲ୍ୟାଣ୍ଡ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।
୨୫୪ ରନ ପିଛା କରୁଥିବା ଇଂଲଣ୍ଡ ଦ୍ୱିତୀୟ ଓଭରରେ ଫିଲ ସଲ୍ଟଙ୍କୁ ହରାଇଥିଲା। ତାଙ୍କ ୱିକେଟ ହାର୍ଦ୍ଦିକ ପାଣ୍ଡ୍ୟା ନେଇଥିଲେ। ଏହାପରେ ହ୍ୟାରୀ ବ୍ରୁକ(୭) ଯଶପ୍ରୀତ ବୁମ୍ରାଙ୍କ ପ୍ରଥମ ବଲରେ ଆଉଟ ହୋଇଥିଲେ। ଅକ୍ଷର ପଟେଲ ଚମତ୍କାର କ୍ୟାଚ ଧରି ବ୍ରୁକଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପାୱାର ପ୍ଲେର ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଜ୍ୟାକବ ବେଥେଲ ହ୍ୟାଟ୍ରିକ ଛକା ମାରିଥିଲେ ହେଁ ସେ ୨୫ ରନ କରିଥିବା ଜୋଶ ବଟଲରଙ୍କୁ ବୋଲ୍ଡ କରି ଦେଇଥିଲେ।
ଟମ ବାଣ୍ଟନ ୫ ବଲରେ ୧୭ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଜଲୱା ଦେଖାଇଥିଲେ ବେଥଲ ଓ ୱିଲ ଜ୍ୟାକ୍ସ। ଉଭୟ ପ୍ରତି ଓଭରରେ କାଉଣ୍ଟର ଆଟାକ କରି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।
ଉଭୟ ୫ମ ୱିକେଟ ପାଇଁ ଦଳୀୟ ସ୍କୋରକୁ ୯୩ରୁ ନେଇ ୧୪ ଓଭର ସୁଦ୍ଧା ୧୭୨ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୨୦ ବଲରେ ୩୫ ରନ କରିଥିବା ଜ୍ୟାକ୍ସଙ୍କୁ ଅର୍ଶଦୀପ ଭାରତକୁ ସୁଯୋଗ ଦେଇଥିଲେ। ତଥାପି ବେଥେଲ ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ।
ଶେଷ ୩ ଓଭରକୁ ଇଂଲଣ୍ଡକୁ ଜିତିବାକୁ ଦରକାର ଥିଲା ୪୫ ରନ। ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ଯଶପ୍ରୀତ ବୁମ୍ରା। ସେ ମାତ୍ର ୫ ରନ ଦେଇ ଭାରତ ପାଇଁ ପୁଣି ସୁଯୋଗ ସୃଷ୍ଟି କରିଥିଲେ।
୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟାଙ୍କୁ ବେଥେଲ ଛକା ମାରି ମାତ୍ର ୪୫ ବଲରେ ନିଜର ଶତକ ହାସଲ କରିଥିଲେ। ତେବେ ତୃତୀୟ ବଲରେ ସେ ସାମ କୁରାନ(୧୪ ବଲରେ ୧୮)ଙ୍କୁ ଆଉଟ କରି ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ। ସେ ୧୯ତମ ଓଭର କେବଳ ୯ ରନ ଦେଇଥିଲେ।
ଶେଷ ଓଭରରେ ଇଂଲଣ୍ଡକୁ ଜିତିବାକୁ ଦରକାର ଥିଲା। ୩୦ ରନ। ସାମ୍ନାରେ ବେଥେଲ ଥିବା ବେଳେ ବୋଲିଂ କରିବାକୁ ପ୍ରଥମଥର ଇନିଂସରେ ଆସିଥିଲେ ଶିବମ ଦୁବେ। ଶିବମ ଦୁବେ ୨୨ ରନ ଦେଇଥିଲେ ହେଁ ଭାରତ ୭ ରନରେ ମ୍ୟାଚ୍କୁ କଜବା କରି ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
