୧୬୦ ରନରେ ହାରିଲା ଡଚ୍‌ ଟିମ, ଭାରତ ରେକର୍ଡ ୯ରୁ ୯

ଆଜି ରାଉଣ୍ଡ ରବିନ ଫର୍ମାଟର ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ ନେଦରଲ୍ୟାଣ୍ଡ୍ସକୁ ଅତି ସହଜରେ ୧୬୦ ରନରେ ପରାସ୍ତ କରିଛି।

virat

ଭାରତୀୟ ଟିମ

Hemant Lenka
  • Published: Sunday, 12 November 2023
  • Updated: 12 November 2023, 10:02 PM IST

Sports

Latest News

ବିଶ୍ୱକପରେ ଏକମାତ୍ର ଅପରାଜେୟ ଟିମ ଭାବେ ଲିଗ ପର୍ଯ୍ୟାୟ ଅଭିଯାନ ଶେଷ କରିଛି ଭାରତ। ରେକର୍ଡ ୯ ମ୍ୟାଚ୍‌ରୁ ୯ ବିଜୟ ସହ ଦଳ ସେମି ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ କରିଛି। ଆଜିର ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଭଳି ଭାରତ ବିଶ୍ୱକପରେ କ୍ରମାଗତ ୮ ବିଜୟ ହାସଲ କରିଥିଲା। ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ଏପରି ସଫଳତା ପାଇଥିଲେ। ତେବେ ଭାରତ ୨୦୨୩ରେ ଭାରତ କ୍ରମାଗତ ୯ ବିଜୟ ହାସଲ କରିଛି।

ଏହାବାଦ କ୍ରମାଗତ ୯ ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିଛି। ୨୦୦୩ରେ ଭାରତୀୟ ଦଳ କ୍ରମାଗତ ୮ ବିଜୟ ହାସଲ କରିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏବେ ରୋହିତ ଶର୍ମା ଭାରତର ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ଭାରତ ତାଙ୍କ କ୍ୟାପ୍ଟେନ୍ସିରେ କ୍ରମାଗତ ୯ ବିଜୟ ହାସଲ କରିଛି। 

ତେବେ ଭାରତ ଉପରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ରେ ବିଶ୍ୱକପରେ କ୍ରମାଗତ ୧୧ ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିଥିଲା। 

Also Read

ଆଜି ରାଉଣ୍ଡ ରବିନ ଫର୍ମାଟର ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ ନେଦରଲ୍ୟାଣ୍ଡ୍ସକୁ ଅତି ସହଜରେ ୧୬୦ ରନରେ ପରାସ୍ତ କରିଛି। ବୁଧବାର ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲରେ ଭାରତକୁ ହରାଇଥିଲେ। ଏଥର ମୁମ୍ବାଇରେ ଭାରତୀୟ ଟିମ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ପାଇବ।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ନେଦରଲ୍ୟାଣ୍ଡ୍ସକୁ ଧରାଶାୟୀ କରିଛି। ପ୍ରଥମ ବ୍ୟାଟିଂ କରୁଥିବା ଭାରତ ଶ୍ରେୟସ ଆୟରଙ୍କ ଅପରାଜତି ୯୩ ବଲରେ ୧୨୮, କେଏଲ ରାହୁଲଙ୍କ ୬୪ ବଲରେ ୧୦୨, ରୋହିତ ଶର୍ମାଙ୍କ ୬୧, ବିରାଟ କୋହଲିଙ୍କ ୫୧ ଓ ଶୁବମନ ଗିଲଙ୍କ ୫୧ ରନ ବଳରେ ବିଶାଳ ୪୧୦ ରନ କରିଥିଲା।

ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୫୦ ରନ କରିବାକୁ ସକ୍ଷମ ହୋଇଛି। କେବଳ ମହମ୍ମଦ ଶାମିଙ୍କୁ ଛାଡ଼ି ଦେଲେ ଆଜି ଅନ୍ୟ ସମସ୍ତ ନିୟମିତ ବୋଲରମାନେ ୱିକେଟ ପାଇଛନ୍ତି। ସେହିପରି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ତେବେ ବ୍ୟାଟିଂରେ କମାଲ କରିଥିବା ଶ୍ରେୟସ ଆୟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଭାରତ ଦେଇଥିବା ୪୧୧ ରନର ଟାର୍ଗେଟକୁ ପିଛା କରୁଥିବା ଡଚ୍‌ ଟିମ ଆରମ୍ଭରୁ ୱେସଲି ବାରେସୀ(୪)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମହମ୍ମଦ ସିରାଜ ନେଇଥିଲେ। ଏହାପରେ କଲିନ ଆକରମାନ ଓ ମାକ୍ସ ଓ’ ଦାଉଡ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୬୧ ରନ ଯୋଡ଼ିଥିଲେ। କିନ୍ତୁ ଆକରମାନ(୩୫)ଙ୍କୁ ଆଉଟ କରି କୁଲଦୀପ ଯାଦବ ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ପରବର୍ତ୍ତୀ ଓଭରର ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ୩୦ ରନ କରିଥିବା ଓ’ ଦାଉଡଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ୨୫ତମ ଓଭର୍‌ରେ ବିରାଟ କୋହଲି ଡଚ୍‌ ଅଧିନାୟକ ସ୍କଟ ଏଡୱାର୍ଡସ(୧୭)ଙ୍କୁ ଆଉଟ କରିଥିଲେ। ୧୧୧ ରନରେ ଦଳ ୪ର୍ଥ ୱିକେଟ ହରାଇଥିଲା।

କିଛ ସମୟ ପାଇଁ ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚଟ ଲଢ଼େଇ କରିଥିଲେ। କିନ୍ତୁ ୪୫ ରନରେ ତାଙ୍କୁ ବୋଲ୍ଡ କରି ମହମ୍ମଦ ସିରାଜ ନେଦରଲ୍ୟାଣ୍ଡ୍ସକୁ ୬ଷ୍ଠ ଝଟକା ଦେଇଥିଲେ। ଏହାପୂର୍ବରୁ ବାସ ଡେ ଲିଡେ(୧୨)ଙ୍କୁ ଯଶପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ।

ଲୋଗାନ ଭାନ ବିକ(୧୬) କୁଲଦୀପ ଯାଦବଙ୍କ ଦ୍ୱିତୀୟ ଶିକାର ବନିଥିଲେ। ରୋଲଫ ଭାନ ଡେର ମେରୱେ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୧୬ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଜାଡେଜା ନେଇଥିଲେ। ୨୨୫ରେ ଦଳ ୮ମ ୱିକେଟ ହରାଇଥିଲା।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ତେଜା ନିଦାମନୁରୁ ଅନ୍ୟପଟେ ଦମଦାର ବ୍ୟାଟିଂ ଜାରି ରଖିଥିଲେ। ସେ ୩୩ ବଲରେ ୪୩ ରନ ମଧ୍ୟ କରି ନେଇଥିଲେ।

ଭାରତର ବିଜୟକୁ ସେ ବିଳମ୍ବିତ କରୁଥିବା ବେଳେ ୪୭ତମ ଓଭର ନେଇ ଆସିଥିଲେ ବୁମ୍ରା। ପ୍ରଥମ ବଲରେ ସେ ଅନ୍ୟ ଏଣ୍ଡରେ ବ୍ୟାଟିଂ କରୁଥିବା ଆର୍ଯ୍ୟନ ଦତ୍ତ (୫)ଙ୍କୁ ବୋଲ୍ଡ କରି ଭାରତକୁ ମ୍ୟାଚରେ ୯ମ ସଫଳତା ଦେଇଥିଲେ। ଶେଷ ବ୍ୟାଟର ଭାବେ ଆସିଥିଲେ ପଲ ଭାନ ମିକରନ। ସେ ନିଦାମନୁରୁଙ୍କୁ ସାଥ ଦେବାର ଚେଷ୍ଟା କରିଥିଲେ। ନିଦାମନୁରୁ ବେଶ ଚମତ୍କାର ଢଙ୍ଗରେ ବୁମ୍ରାଙ୍କୁ ମଧ୍ୟ ଚୌକା ମାରିଥିଲେ। ୪୭ ଓଭର ସୁଦ୍ଧା ନେଦରଲ୍ୟାଣ୍ଡ୍ସର ସ୍କୋର ୯ ୱିକେଟରେ ୨୪୩ ଥିଲା। ଏହି ସମୟରେ ବୋଲିଂ କରିବାକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା। 

ସେ ୪୮ତମ ଓଭର୍‌ର ପ୍ରଥମ ୩ ବଲରେ ମାତ୍ର ୧ ରନ ଦେଇଥିଲେ। କିନ୍ତୁ ୪ର୍ଥ ବଲରେ ନିଦାମନୁରୁ ତାଙ୍କୁ ୬କା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୩୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। କିନ୍ତୁ ପରବର୍ତ୍ତୀ ବଲରେ ରୋହିତ ତାଙ୍କୁ ଆଉଟ କରି ଡଚ୍‌ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ନଦେରଲ୍ୟାଣ୍ଡ୍ସ ୪୭.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୫୦ ରନ କରିଛି। ଭାରତ ଏହି ମ୍ୟାଚ୍‌କୁ ୧୬୦ ରନରେ ଜିତି ନିଜର ଅପରାଜେୟ ଧାରା ବଜାୟୀ ରଖିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story